ପୃଷ୍ଠା:Odishara Itihas.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୪୬

ଓଡ଼ିଶାର ଇତିହାସ ।

ଲିଖିତ ରାଜାମାନେ କେଉଁ ଧର୍ମାବଲମ୍ବୀ ଥିଲେ ସେଥିର କୌଣସି ବର୍ଣ୍ଣନା ନାହିଁ । ସମ୍ଭବତଃ ସେମାନେ ବୌଦ୍ଧ ଥିଲେ । ଯବନ ବୋଲି ଯେଉଁ ବୌଦ୍ଧରାଜାଏ ମାଦଳାପାଞ୍ଜିରେ ଉଲ୍ଲିଖିତ ହୋଇଅଛି, ସେମାନ ଏପରି ଅନୁମିତ ହୁଏ, ସେହି ନୃପରେଖାର ଅନ୍ତର୍ଗତ ଥିଲେ ଏବଂ ସେମାନଙ୍କ ରାଜତ୍ୱ ଖୋର୍ଦ୍ଧାଅଞ୍ଚଳ (ଓଡ଼ିଶା) ମଧ୍ୟରେ ନିର୍ଦ୍ଦିଷ୍ଟ ଥିଲା ।

ଜନ୍ମେଜୟ ଦେବ - ବର୍ତ୍ତମାନ ଯେ ଖଣ୍ଡି କେତେ ତମ୍ବାପଟା ମିଳିଅଛି, ସେ ସବୁରୁ ପ୍ରତୀୟମାନ ହୁଅଇ ଯେ ମହାନ‌ଦୀର ପାର୍ଶ୍ୱବର୍ତ୍ତୀ ଦେଶଖଣ୍ଡର ନାମ କୋଶଳ ଥିଲା ଏବଂ ଓଡ୍ରଦେଶ ବୋଲି ଖୋର୍ଦ୍ଦା ଅଞ୍ଚଳ ନିର୍ଦ୍ଦିଷ୍ଟ ହୋଇଥିଲା । ଉକ୍ତ କୋଶଳ ରାଜ୍ୟରେ କନ୍ମେଜୟ ଦେବ ନାମକ ଏକ ରାଜା ଥିଲେ* । ସେ ଶୈବ ଥିଲେ, ମାତ୍ର ସେ କେଉଁଠାରୁ ଆସିଥିଲେ ଅବା କେଉଁ ବଂଶୀୟ ରାଜା ଥିଲେ କିମ୍ବା କେଉଁ ସମୟରେ ରାଜତ୍ୱ କରୁଥିଲେ, ତାହା ସ୍ଥିର କରି ଉକ୍ତ ତମ୍ବାପଟାମାନଙ୍କରୁ କୁହାଯାଇ ନ ପାରେ, କନ୍ତୁ ତାଙ୍କ ରାଜତ୍ୱ ସମୟରେ 'ମହାଭବ ଗୁପ୍ତ ବୋଲି ଜଣେ ନୃପତି ଏ ଦେଶରେ ଜୟ ବିସ୍ତାର କରିଥିବାର ଏକ ତମ୍ବାପଟାରୁ ଜଣାଯାଏ । ମଧ୍ୟ ଯ‌ଯାତି ନାମଧେୟ ଜନୈକ ରାଜା ତାଙ୍କଠାରୁ ଜାତ ହୋଇଥିବାର ଅନ୍ୟ ଏକ ତମ୍ବାପଟାରେ ଲିଖିତ ଅଛି । ଏହି ଯଯାତି କେଶରୀଙ୍କି କେଶରୀବଂଶୀୟ ପ୍ରଥମ ରାଜା ବୋଲି ଗ୍ରହଣ କଲେ ଓ ଯଯାତି 'ଜନ୍ମେଜୟଙ୍କଠାରୁ ଜାତ’ ଏଥିର ଅର୍ଥ ଜନ୍ମେଜୟଙ୍କର ପୁତ୍ର ବୋଲି ବିଶ୍ୱାସ କଲେ, ଜନ୍ମେଜୟ ପଞ୍ଚମ ଶତାବ୍ଦୀର ଆଦ୍ୟଭାଗରେ ରାଜତ୍ୱ କରିଥିବାର ଅନୁମାନ


* ବର୍ତ୍ତମାନ ଉତ୍କଳର ଯେଉଁ ସୀମା ପୁର୍ବେ ସେଥିରେ ଜଣେ ହୋଇ ସ୍ଥାନୀୟ ରାଜା ଥିବାର ଜଣା ନ ଯାଏ । ଦେଶର ଭିନ୍ନ ଭିନ୍ନ ଭାଗରେ ଓ କ୍ଷୁଦ୍ର କ୍ଷୁଦ୍ର ହୋଇ ସ୍ଥାନ ସ୍ଥାନରେ ଏକ ଏକ ରାଜା ଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ସମୟ ସମୟରେ ଭରତବର୍ଷର ଅନ୍ୟାନ୍ୟ ସ୍ଥାନରୁ ଆସି ଏ ଦେଶର ଏକ ଏକ ଅଂଶରେ ଆପଣା ଆପଣାର ଅଧିକାର ବିସ୍ତାର କରିଥିଲେ । ପୁଣି ସେମାନଙ୍କ ମଧ୍ୟରୁ କେହି କେହି ମଧ୍ୟ ହିନ୍ଦୁ ଓ କେହି କେହି ବୌଦ୍ଧ ଥିଲେ । ଗୁପ୍ତରାଜାଙ୍କ ଅଧିକାର ପୂର୍ବରୁ ଜନ୍ମେଜୟ କୋଶଳର ସ୍ୱାଧୀନ ରାଜା ଥିବାର ପ୍ରତୀୟମାନ ହୁଏ । ଖୋର୍ଦ୍ଧା ଓ ଓଡ଼ିଶାର ଅନ୍ୟାନ୍ୟ କୌଣସିଠାରେ ଅନ୍ୟ କେହି କେହି ଯେ ରାଜା ନ ଥିଲେ ଏହା ବିଶ୍ୱାସ କରିବାପାଇଁ କୌଣସି ହେତୁ ନାହଁ, ବରଂ ପକ୍ଷାନ୍ତରେ ଅନେକ ଯୁକ୍ତି ଦୃଷ୍ଟିଗୋଚର ହୁଅଇ ।