ପୃଷ୍ଠା:Odishara Itihas.pdf/୬୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୪୭

ଦ୍ୱିତୀୟ ଅଧ୍ୟାୟ ।

କରାଯାଇ ପାରେ ଏବଂ ଏ ଅନୁମାନ ଛଡ଼ା ଅନ୍ୟ କୌଣସି ଅନୁମାନ ଅଧିକ ସମ୍ଭବପର ବୋଲି ବୋଧ ହେଉ ନାହିଁ ।

ଏଠାରେ ଏକ ପ୍ରବାଦ ପ୍ରଚଳିତ ଅଛି ଯେ କଟକର ଅନତିଦୂରବର୍ତ୍ତୀ ଡାଲିଯୋଡ଼ାର ଅନ୍ତପାତୀ ଅଗ୍ରହାଟ ଗ୍ରାମରେ ଏକ ଜନ୍ମେଜୟ ରାଜା ଯଜ୍ଞ କରିଥିଲେ ଓ ତାଙ୍କଦ୍ୱାରା ଉକ୍ତ ଗ୍ରାମ ନିକଟବର୍ତ୍ତୀ ଚୌଦୁଆର ନ‌ଗର ସ୍ଥାପିତ ହୋଇଥିଲା । ସାଧାରଣ ଲୋକଙ୍କଦ୍ୱାରା ଏହି ଯଜ୍ଞକାରୀ ରାଜା ଜନ୍ମେଜୟ ଯୁଧିଷ୍ଠିରଙ୍କର ପ୍ରପୌତ୍ର ଓ ପରୀକ୍ଷିତଙ୍କ ପୁତ୍ର ବୋଲି ନିର୍ଦ୍ଦିଷ୍ଟ ହୋଇଅଛନ୍ତି । ମାତ୍ର ଆମ୍ଭେମାନେ ଅନୁମାନ କରୁ ପ୍ରବାଦଘଟିତ ଜନ୍ମେଜୟ ତମ୍ବାପଟ୍ଟାଲିଖିତ ଜନ୍ମେଜୟ ଅଟନ୍ତି । ମଧ୍ୟ ଉକ୍ତ ତମ୍ବାପଟ୍ଟାଲିଖିତ ଜନ୍ମେଜୟଙ୍କର ମହାନ‌ଦୀ ତୀରବର୍ତ୍ତୀ ରାଜଧାନୀର ଯେରୁପ ବର୍ଣ୍ଣନା ଏକ ତମ୍ବାପଟ୍ଟାରେ ଦୃଷ୍ଟ ହୁଏ, ସେଥିରୁ ସେ ରାଜଧାନୀ ବର୍ତ୍ତମାନ ଯେଉଁଠାରେ ଚୌଦୁଆରସ୍ଥ କପାଳେଶ୍ୱର ଦୁର୍ଗର ଭଗ୍ନାବଶେଷ ଅଛି, ସେହିଠାରେ ଥିବାର ଅନାୟାସରେ ଅନୁମିତ ହୁଅଇ । ଗୁପ୍ତବଂଶୀୟ ରାଜଗଣ — ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ଗୁପ୍ତବଂଶୀୟ ରାଜାମାନେ ଦ୍ୱାବପ୍ରଦେଶରେ ପ୍ରାଦୁର୍ଭୂତ ହୋଇଥିଲେ । କ୍ରମଶଃ ସେମାନେ ମହାରାଷ୍ଟ୍ର ପ୍ରଭୃତି ଭାରତବର୍ଷର ଭିନ୍ନ ଭିନ୍ନ କେତେକ ଦେଶ ମଧ୍ୟକୁ ସ୍ୱାଧିକାର ବିସ୍ତାର କରିଥିଲେ । ଅବଶେଷରେ ମଗଧ ଦେଶର ଅନ୍ଧ୍ରବଂଶୀୟ ରାଜାମାନେ ଅତ୍ୟନ୍ତ ପରାକ୍ରାନ୍ତ ହୋଇଥିବାର ଜଣାଯାଏ । ଦୂରଦେଶକୁ ସେମାନ ଜୟଲାଭାର୍ଥ ସୈନ୍ୟ ପଠାଇଥିଲେ । ଏହି କଳିଙ୍ଗଦେଶ (ବର୍ତ୍ତମାନ ଓଡ଼ିଶା) ସୁଦ୍ଧା ସେମାନଙ୍କ ଅସ୍ତ୍ରାଘାତରୁ ମୁକ୍ତି ପାଇ ନ ଥିଲା । ଉକ୍ତ ଗୁପ୍ତବଂଶୀୟ ରାକରେଖାର ଅନ୍ତର୍ଗତ ମହାରାଜ ମହାଭବ ଗୁପ୍ତଙ୍କର * ସେନାମାନେ କଳିଙ୍ଗକୁ ଜୟ କରିବା


*ଏହି ମହାଭବ ଗୁପ୍ତ ମାଗଧୀୟ ଗୁପ୍ତବଂଶୀୟ ରାଜଗଣଙ୍କର ଅନ୍ତର୍ଗତ ଥିଲେ ବୋଲି ଏଥିର ପ୍ରମାଣ କଣ କେହି କେହି ପଚାରି ପାରନ୍ତି । ମାତ୍ର ମହାଭବଙ୍କୁ ମଗଧ ଗୁପ୍ତବଂଶୀୟ ରାଜାଙ୍କର ମଧ୍ୟଗତ ବୋଲି ନିମ୍ନଲିଖିତ ହେତୁ ସବୁରୁ ଅନୁମିତ ହୋଇଅଛି; ଯଥା:-ପଞ୍ଚମ ଶତାବ୍ଦୀରେ ମଗଧ ଛଡ଼ା ଏ ଦେଶର ନିକଟବର୍ତ୍ତୀ ଅନ୍ୟ କୌଣସିଠାରେ ଗୁପ୍ତରାଜାଏ ପରାକ୍ରାନ୍ତ ନ ଥିଲେ । ପୁଣି ବୌଦ୍ଧଧର୍ମ ପ୍ରାଦୁର୍ଭୂତ ହେବା ସମୟରୁ ମଗଧରୁ କଳିଙ୍ଗକୁ ଆସିବାର ବାଟ ସୁଗମ ହୋଇଥୁଲା । ଉକ୍ତ ଗୁପ୍ତରାଜାଏ ଶୈବ ଥିଲେ; ସେମାନଙ୍କର ଓଡ଼ିଶା ବିଜୟ ଉତ୍ତାରୁ ଏ ଦେଶରେ ବାହୁଲ୍ୟରୂପେ ଶୈବଧର୍ମର ବିସ୍ତାର ହୋଇଥିଲା । ବର୍ତ୍ତମାନ