ପୃଷ୍ଠା:Odishara Itihas.pdf/୭୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


୪୮

ଓଡ଼ିଶାର ଇତିହାସ

ଅଭିପ୍ରାୟରେ ସସଜ୍ଜ ହୋଇ ଆସିଥିଲେ ଓ ସେ ସମୟର କୋଶଳ ରାଜା ଜନ୍ମେଜୟ ଦେବ ତାଙ୍କର ଅଧୀନତା ସ୍ୱୀକାର କରିଥଲେ । ଏହି ମହାଭବଗୁପ୍ତ ସ୍ୱୟଂ ବିଜୟଦୁର୍ଗରୁ ଏ ଦେଶରେ ବ୍ରାହ୍ମଣଙ୍କୁ ଦାନ ଦେଇଥିବାର ତମ୍ବାପଟ୍ଟାମାନ ମିଳିଅଛି । ସେ ପଟାସବୁରେ ମହାଭବଗୁପ୍ତ ଓ ଅନ୍ୟାନ୍ୟ ଗୁପ୍ତରାଜାଏ ଆପଣା ଆପଣାକୁ ତ୍ରିକଳିଙ୍ଗାଧିପତି* ବୋଇଇଥିବାର ଦେଖାଯାଏ । ଆହୁତି ସେ ପଟାସବୁରୁ ଜଣାଯାଏ ଯେ ସେମାନେ ଶୈବ ଥିଲେ; ସେମାନଙ୍କର ବ୍ରାହ୍ମଣଙ୍କ ପ୍ରତି ସାତିଶୟ ଭକ୍ତି ଥିଲା । ବ୍ରାହ୍ମଣଙ୍କୁ ଯେଉଁ ଭୂମିମାନ ଦାନ ଦେଇଥିଲେ ସେମାନ ଉଭୟବିଧ ନିସ୍କର ଓ ସ୍ୱଳ୍ପକର‌ଯୁକ୍ତ ଥିଲା । ବ୍ରାହ୍ମଣମାନେ ସେମାନଙ୍କଠାରୁ ଏକ ଏକ ଗ୍ରାମ “ସନିଧି ସ୍ୱପନିଧି ସର୍ବବାଧାବିବର୍ଜିତ ସାମ୍ର ସଗର୍ତ୍ତୋଗର ଇତ୍ୟାଦି" ରୁପେ ଏକାବେଳକେ ଦାନ ପାଇଥିଲେ । ଏପରି ଦାନୀ ହିନ୍ଦୁ ରାଜାଙ୍କ ପରି ଦାତା ବର୍ତ୍ତମାନ ପୃଥିବୀରେ ବିରଳ । ପୁଣି ମହାଭବଗୁପ୍ତ ଏ ଦେଶରେ ଜୟଲାଭ କରି ସେ ଓ ତାଙ୍କର ଉତ୍ତରାଧିକାରୀ ଶିବଗୁପ୍ତ ପ୍ରଭୃତିଏ ଏ ଦେଶ ଅପେ ଅପେ ଶାସନ କରୁ ନ ଥିଲେ; ଯେହେତୁ ଜନ୍ମେଜୟ ଦେବ ଓ ଯ‌ଯାତି ଏ ଦେଶର ଶାସନ କାର୍ଯ୍ୟ ଚଳାଉଥିବାର ଓ ନାମକୁ ଗୁପ୍ତବଂଶୀୟ ରାଜାଙ୍କର


ଏ ଦେଶରେ ଯେଉଁ ଭିନ୍ନ ଜାତି ଓ ବଂଶୀୟ ଉପାଧିମାନ ବିଦ୍ୟମାନ ଥିବାର ଦେଖାଯାଏ, ସେ ସବୁ ଅଧିକାଂଶ ବେହାରରେ (ମଗଧ) ଅଛି । ଆହୁରି ମଧ୍ୟ ଗୁପ୍ତରାଜାଙ୍କର ନିଜ ନିଜ ଦାନର ଓ ଓଡ଼ିଶା କେଶରୀଂଶୀୟ ରାଜାଙ୍କର କୁଟିଳାକ୍ଷର ଲିଖିତ ତମ୍ବାପଟ୍ଟାମାନ ଯେଉଁମାନଙ୍କଦ୍ୱାରା ଖୋଦିତ ହୋଇଥିଲା ସେମାନଙ୍କର ନାମ ଓ ସଂଜ୍ଞାର ମଗଧିୟ ନାମ ସଂଜ୍ଞାର ସହିତ ଐକ୍ୟ ହୁଅଇ । ପରିଶେଷରେ ମହାଭବଗୁପ୍ତ ନାମ ମଗଧର ଗୁପ୍ତବଂଶୀୟ ରାଜାଙ୍କ ନାମର ନିର୍ଘଣ୍ଟରେ ମିଳିଥିବାର ସୁଦ୍ଧା ଆମ୍ଭେମାନେ ଶୁଣିଅଛୁଁ ।

* କଳିଙ୍ଗ ପୂର୍ବେ ତିନି ଭାଗରେ ବିଭକ୍ତ ଥିଲା । ସେଥିରୁ ଏକ ଅଂଶ ଜୟ କରି, ସମ୍ଭବତଃ ଯୁଦ୍ଧ ବ୍ୟବସାୟର ବ୍ୟବହାର ଅନୁସାରେ, ମହାଭବଗୁପ୍ତ ଓ ସୁତରାଂ ତାଙ୍କର ଉତ୍ତରାଧିକାରୀଏ ଗୌରବବର୍ଦ୍ଧକ ତ୍ରିକଳିଙ୍ଗ ଅର୍ଥାତ୍‌ ସମଗ୍ର କଳିଙ୍ଗର ଅଧିପତି ପଦରେ ଅପଣା ଆପଣାକୁ ବୋଲାଇଥଲେ । ଯଯାତି ମଧ୍ୟ ସେହିପରି ଅପଣାକୁ ତ୍ରିକଳଙ୍ଗୀଧିପତି ବୋଲି ପ୍ରକାଶ କରାଇଥଲେ । ମାତ୍ର ଋଷିକୂଲ୍ୟା ନଦୀ ଡେଇଁ ହାତେ ଭୂମି ସେ ତଳକଳିଙ୍ଗରେ ଅଧିକାର କରି ନ ଥିଲେ । ଗଙ୍ଗବଂଶୀୟ ରାଜାଏ ଆପଣାକୁ କର୍ଣ୍ଣାଟୋତ୍କଳ-ଗୌଡେଶ୍ୱର ବୋଲି ଖ୍ୟାତ କରାଇଥିଲେ, କିନ୍ତୁ ସମଗ୍ର କର୍ଣ୍ଣାଟ ଓ ଗୌଡ଼ କରଗତ ନଥିଲା ।