ପୃଷ୍ଠା:Odishara Itihas.pdf/୭୨

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୦
ଓଡ଼ିଶାର ଇତିହାସ ।
 

ସ୍ଥାନ ସ୍ଥାନରେ ରାଜାମାନଙ୍କୁ ବ୍ରାହ୍ମଣମାନେ ଆପଣା ଆପଣାର ବରଗତ କଲେ । ବୌଦ୍ଧମାନେ ଜାତ୍ୟଭିମାନଶୂନ୍ୟ ଥିଲେ ସୁଦ୍ଧା, ବ୍ରାହ୍ମଣଙ୍କ ପ୍ରତି କୌଣସି କାଳରେ ସେମାନଙ୍କର ଶ୍ରଦ୍ଧା ଊଣା ନ ଥିଲା । ବିଶେଷରେ ବ୍ରାହ୍ମଣମାନେ ସ୍ଥଳେ ସ୍ଥଳେ ମହାପ୍ରସାଦ ଚଳାଇ ବୌଦ୍ଧଙ୍କର ଜାତ୍ୟଭିମାନ ଶୂନ୍ୟତାର ଭାବକୁ କେତେକ ପରିମାଣରେ ରକ୍ଷା କଲେ । ପୁଣି କୃତବ୍ରାହ୍ମଣ କୃତଦେବସେବକ ବୌଦ୍ଧ ପୁରୋହିତଙ୍କ ହସ୍ତରେ କୌଣସି କୌଣସି ସ୍ଥାନରେ ଭକ୍ତ ମହାପ୍ରସାଦ ବିତରଣର ଭାର ରଖିଲେ । ପ୍ରଥମେ ନୂତନ ପ୍ରଚାରିତ ଧର୍ମର ପ୍ରଭାବ ଅତିଶୟ ବଳବାନ୍ ର‌ହଇ; କିଛିକାଳ ଉତ୍ତାରୁ ସେଥିରେ କ୍ରମଶଃ ଶୈଥିଲ୍ୟ ଉପସ୍ଥିତ ହୁଅଇ । ଧର୍ମରାଜ୍ୟର ଇତିହାସ ଆଲୋଚନାଦ୍ୱାରା ଏହା ସ୍ପଷ୍ଟରୂପେ ଜଣା ଯାଉଅଛି । ବୌଦ୍ଧଧର୍ମରେ ମଧ୍ୟ ସମୟରେ ସେହିପରି ଶୈଥିଲ୍ୟ ଜାତ ହୋଇଥିଲା । ବ୍ରାହ୍ମଣମାନେ ସେହି ସୁବିଧାକୁ ଅନୁସରଣ କରି ଆପଣା ଆପଣା ମଧ୍ୟରେ ଥିବା ତେଜସ୍ୱୀ ଓ ଧୀଶକ୍ତି ସମ୍ପନ୍ନ ଲୋକଙ୍କର ସାହାଯ୍ୟ ଘେନି ଅନାୟାସରେ ବୌଦ୍ଧଧର୍ମର କ୍ଷୟସାଧନ କରିବା ସକାଶେ ସକ୍ଷମ ହୋଇଥିଲେ * ।
ଜଗନ୍ନାଥ ଭାରତବର୍ଷରେ ଓଡ଼ିଶାର ବିଶେଷ ପ୍ରାଧାନ୍ୟ ବର୍ତ୍ତମାନ ଯଦି କୌଣସି ବିଷୟ ସକାଶେ ଅଛି, ତାହା କେବଳ ପୁରୀନଗରସ୍ଥିତ ଜଗନ୍ନାଥଙ୍କ ନିମନ୍ତେ । ଜଗନ୍ନାଥଦେବ ବ‌ହୁକାଳରୁ ଓଡିଶାରେ ବିରାଜିତ ଅଛନ୍ତି । ଇନ୍ଦ୍ରଦ୍ୟୁମ୍ନ ନାମକ ଜଣେ ମାଳବଦେଶୀୟ ରାଜା ଏ ଦେଶକୁ ଆସି ଏଠାରେ ତାଙ୍କୁ ପ୍ରଥମ ସ୍ଥାପନ କରିଥିବାର କଥିତ ଅଛି । କିନ୍ତୁ ବ୍ରାହ୍ମଣମାନେ ତଦପେକ୍ଷା ଅଥିକତର ପ୍ରତିଷ୍ଠାସ୍ପଦ କଳ୍ପନା ଜଗନ୍ନାଥଦେବଙ୍କ ସମ୍ବ‌ନ୍ଧରେ କରିବା ବିଷୟରେ ତ୍ରୁଟି କରି ନାହାନ୍ତି । ସେମାନେ ତାଙ୍କର ସ୍ୱର୍ଗୀୟ ଆଦିତ୍ୱ ସ୍ଥାପନ କରିଅଛନ୍ତି ଏବଂ ସେଥିରୁ ମଧ୍ୟ ସେମାନଙ୍କର ବିଚିତ୍ର ବୁଦ୍ଧି କୌଶଳର ପରିଚୟ ମିଳୁଅଛି । ଜଗନ୍ନାଥଦେବ ବୁଦ୍ଧଅବତାରରୂପେ ବିଷ୍ଣୁଙ୍କର ନବମ ଅବତାର ବୋଲି ସ୍ୱୀକୃତ ହୋଇଅଛନ୍ତି; ସେଥି ସକାଶେ ସ୍କନ୍ଦନାମକ ଏକ ପୁରାଣର ସୃଷ୍ଟି ହୋଇଅଛି । ବିଶ୍ୱକର୍ମାଙ୍କଦ୍ୱାରା ଦେବଦେବଙ୍କର ଶ୍ରୀମୂର୍ତ୍ତି ଗଠନ ଓ ବ୍ରହ୍ମାଙ୍କଦ୍ୱାରା ତାଙ୍କର ପ୍ରତିଷ୍ଠାକାର୍ଯ୍ୟ ସମ୍ପନ୍ନ ହୋଇଥିବାର ବର୍ଣ୍ଣିତ ହୋଇଅଛି । ବର୍ତ୍ତମାନ ଶତାବ୍ଦୀରେ-ସବୁ ବିଷୟର ମୂଳ


ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀ ସରିକି ଅଦୈତବାଦୀ ଶଙ୍କରାଚାର୍ଯ୍ୟଙ୍କ ଉତ୍ଥାନ ଉତ୍ତାରୁ ବୌଦ୍ଧଧର୍ମ ବିଶେଷରୂପେ ହ୍ରାସଗତିକି ଲଭିଥିଲା । ସେ ବୌଦ୍ଧଧର୍ମର ବିଶେଷ ପ୍ରତିବାଦୀ ଓ ପ୍ରଭାଶୀଳ ଲୋକ ଥଲେ । ଭଟ୍ଟାଚାର୍ଯ୍ୟ ବୋଲି ତାଙ୍କର ଜଣେ ଶିଷ୍ୟ ଓଡ଼ିଶାକୁ ଆସିଥିବାର ଲିଖିତ ଅଛି ।