ପୃଷ୍ଠା:Odishara Itihas.pdf/୭୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୧
ଦ୍ୱିତୀୟ ଅଧ୍ୟାୟ ।
ଅନୁସନ୍ଧାନ କରିବା ସକାଶେ ଶିକ୍ଷିତହୃଦୟ ମାତ୍ରକେ ପ୍ରବୃତ୍ତି ଜନ୍ମି ଅଛି । ସେହି ପ୍ରବୃତ୍ତିଦ୍ୱାରା ନୀତ ହୋଇ ଓଡ଼ିଶାରେ ଜଗନ୍ନାଥଦେବଙ୍କର ମୂଳସ୍ଥାପନା ବିଷୟରେ ଅନୁସନ୍ଧାନ କଲେ ଜଣାଯାଏ ଯେ ବୌଦ୍ଧଧର୍ମର ଲୋପସାଧନ କରିବା ସକାଶେ ଯେତେବେଳେ ବ୍ରାହ୍ମଣମାନେ ବଦ୍ଧପରିକର ହୋଇଥିଲେ, ତେତେବେଳେ ସେମାନେ ବୌଦ୍ଧଙ୍କର ମତାମତକୁ ନିଜ ମତାମତରେ ପ୍ରବର୍ତ୍ତିତ କରିଥିଲେ । ପୁରୀଠାରେ ବହୁକାଳ ବୌଦ୍ଧଙ୍କର ପବିତ୍ରଦନ୍ତ ରକ୍ଷିତ ଓ ପୂଜିତ ହୋଇଥିଲା । ମଧ୍ୟ ବୌଦ୍ଧମାନେ ଅପଣା ଆପଣା ମଧ୍ୟରେ ଜାତିଭେଦ ସ୍ୱୀକାର କରୁ ନ ଥିଲେ । ସୁତରାଂ ସେହି ପୁରୀଠାରେ ବ୍ରାହ୍ମଣମାନେ ଏକ ହସ୍ତପଦଶୂନ୍ୟ ଦେବତା ଗଠନ କରାଇ, ପୁଣି ସେହି ଦେବତାଙ୍କୁ ବୁଦ୍ଧାବତାରରୂପେ ଗ୍ରହଣ କରି *, ଅହିଂସାମୟ ବିଷ୍ଣୁମନ୍ତ୍ରରେ ତାଙ୍କର ପୂଜା ଚଳାଇ ଓ ତାଙ୍କ ଭୋଗରେ କୌଣସି ପ୍ରକାର ଜାତିବିଚାର ନ ରଖି ଏବଂ ଏହିସବୁଦ୍ୱାରା ବୌଦ୍ଧଧର୍ମ ଓ ହିନ୍ଦୁଧର୍ମର ସାମଞ୍ଜସ୍ୟ ରକ୍ଷାକରତଃ ଓଡ଼ିଶା ବୌଦ୍ଧଙ୍କ ମତିକି ହିନ୍ଦୁଧର୍ମ ଆଡ଼କୁ ଫେରାଇଥିଲେ । ପୂର୍ବେ ବୌଦ୍ଧଙ୍କ ପବିତ୍ରଦନ୍ତର ଏକପ୍ରକାର ରଥଯାତ୍ରା ପ୍ରଚଳିତ ଥିଲା; ସେହି ଅନୁକରଣରେ ଜଗନ୍ନାଥଦେବଙ୍କର ରଥଯାତ୍ରା ସମ୍ଭବତଃ ପ୍ରବର୍ତ୍ତିତ ହୋଇଅଛି, ଜଗନ୍ନାଥଙ୍କ ଉପାସନାରେ ବୌଦ୍ଧ ଓ ହିନ୍ଦୁଧର୍ମର ସାମଞ୍ଜସ୍ୟ ରକ୍ଷିତ ହେଲାରୁ ଉଭୟେ ମହାମହୋତ୍ସବରେ ତାଙ୍କର ଉପାସକ ହେଲେ କ୍ରମଶଃ ତାଙ୍କର ମହିମା ଓ ପୂଜା ଭାରତବ୍ୟାପୀ ହେଲା । ଇନ୍ଦ୍ରଦ୍ୟୁମ୍ନନାମକ ଜନୈକ ରାଜା
* ଗୀତଗୋବିନ୍ଦରେ ବୁଦ୍ଧାବତାରର ଯେଉଁ ବର୍ଣ୍ଣନା ଅଛି ସେଥିରୁ ସ୍ପଷ୍ଟ ଜଣାଯାଏ ଯେ ବୁଦ୍ଧଦେବ ଶାକ୍ୟସିଂହକୁ ଅବଲମ୍ବନ କରି ବୁଦ୍ଧାବତାର କଳ୍ପିତ ହୋଇଅଛି ।
"ଅହିଂସା ପରମୋଧର୍ମ "ବୌଦ୍ଧଙ୍କର ମତ ଥିଲା ।
* ଭୁବନେଶ୍ୱରଠାରେ ଚୈତ୍ର ମାସରେ ଯେଉଁ ଅଶୋକାଷ୍ଟମୀ ଯାତ୍ରା ଓ ସେଥି ଉପଲକ୍ଷରେ ଯେଉଁ ରଥ ପ୍ରସ୍ତୁତ ହୁଅଇ, ତାହା ସମ୍ପୂର୍ଣ୍ଣ ବୌଦ୍ଧ ବ୍ୟାପାର । ଅଶୋକ ରାଜାଙ୍କ ଆଜ୍ଞାକ୍ରମେ ଖଣ୍ଡଗିରି କି ଧଉଳିଗିରି ନିକଟରେ ବୌଦ୍ଧ ରଥଯାତ୍ରା ପ୍ରଥା ପ୍ରଚଳିତ ଥିଲା । ହିନ୍ଦୁମାନେ ବୌଦ୍ଧଙ୍କ ମନ ଭୁଲାଇବାପାଇଁ ଉକ୍ତ ଯାତ୍ରାଟିକି ହିନ୍ଦୁମାତ୍ରାର ଅନ୍ତର୍ଗତ କରିଅଛନ୍ତି ।
ବର୍ତ୍ତମାନ ଜଗନ୍ନାଥଦେବଙ୍କ ସେବା ପୂଜା ଏପରି ଭାବ ଧାରଣ କରିଅଛି ଯେ ସେ ସବୁରେ ହିନ୍ଦୁଧର୍ମର କୌଣସି ଶାଖାର ମତାନୁଯାୟୀ କାର୍ଯ୍ୟ ହେଉଥିବାର ଅପ୍ରତୁଳତା ଦୃଷ୍ଟ ହୁଅଇ ନାହିଁ ।