ପୃଷ୍ଠା:Odishara Itihas.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୭
ଓଡ଼ିଶାର ଇତିହାସ ।

ଏ ଦେଶକୁ ଆସି ଜଗନ୍ନାଥଙ୍କ ମୂର୍ତ୍ତି ପ୍ରଥମ ଗଠନ କରାଇଥିବାର ସତ୍ୟ ହେଲେ, ପଶ୍ଚିମ ଓ ଉତ୍ତରପଶ୍ଚିମାଞ୍ଚଳୀୟ ପ୍ରଦେଶମାନଙ୍କରେ ବୌଦ୍ଧଧର୍ମର ଅବନତି ଓ କ୍ଷୟସାଧନ ଆରମ୍ଭ ହେଲା ଉତ୍ତାରୁ, ସେ ସମ୍ଭବତଃ ସେହି ଅଭିପ୍ରାୟରେ ପୁଣି ହିନ୍ଦୁଧର୍ମକୁ ପୁନରୁଦ୍ଧାର କରିବା ଅଭିଳାସରେ ନିଜ ଦଳବଳ ଘେନି ଏ ଦେଶକୁ ଆସିଥିଲେ ଓ ପୁରୀ କି ତନ୍ନିକଟବର୍ତ୍ତୀ କୌଣସି ସ୍ଥାନରେ ବାସ କରି ବ୍ରାହ୍ମଣଙ୍କ ସାହାଯ୍ୟରେ ଜଗନ୍ନାଥଦେବଙ୍କର ପ୍ରଥମସ୍ଥାପନା କାର୍ଯ୍ୟ ବୌଦ୍ଧଧର୍ମର କେନ୍ଦ୍ରସ୍ଥଳୀ ପୁରୀ ଅଞ୍ଚଳରେ ସମାଧା କରିଥିଲେ । ସେ ଯାହାହେଉ ବୌଦ୍ଧଧର୍ମର ପରାଭବ ଓ ହିନ୍ଦୁଧର୍ମର ପୁନଃସଂସ୍କାର ଓ ଟେକ ବଢ଼ାଇବା ସକାଶେ ବୌଦ୍ଧଙ୍କ ମାଲମସଲାରୁ ଯେ ଜଗନ୍ନାଥଦେବଙ୍କର ସୃଷ୍ଟି ହୋଇଅଛି ଏଥିରେ କୌଣସି ସନ୍ଦେହ ନାହିଁ ।


କେଶରୀବଂଶୀୟ ରାଜଗଣ ।


ଯଯାତିକେଶରୀ ଯ‌ଯାତିକେଶରୀଙ୍କ ରାଜ୍ୟାରମ୍ଭ ସମୟରୁ ବହୁପରିମାଣରେ ଓଡିଶାର ବିଶ୍ୱସ୍ତ ଓ ପ୍ରକୃତ ଇତିହାସ ମିଳଇ । ମାଦଳାପାଞ୍ଜି ଓ ରାଜଚରିତ୍ର ପ୍ରକାଶିତ ବିବରଣମାନ ଏହି ସମୟଠାରୁ ସତ୍ୟାଶ୍ରିତ ଥିଲା ପରି ବୋଧ ହୁଅଇ । ଇତିପୂବେ ଲିଖିତ ହୋଇଅଛି ଯେ ଯଯାତିକେଶରୀ ଗୁପ୍ତବଂଶୀୟ ନରପତିଙ୍କର ଅଧୀନସ୍ଥ ଏ ଦେଶର ରାଜା ଥିଲେ । ମାଦଳାପାଞ୍ଜି ଅନୁସାରେ ୪୭୪ ଖ୍ରୀଷ୍ଟାବ୍ଦରୁ ତାଙ୍କର ରାଜତ୍ୱ ଆରମ୍ଭ ହୋଇ ଓଡିଶାରେ କେଶରୀବଂଶୀୟ ରାଜରେଖାର ସୂତ୍ରପାତ ହେଲା । ଯଯାତି ଓ ତଦ୍‌ବଂଶୀୟ ସମସ୍ତ ରାଜଗଣ ଶୈବଧର୍ମାବଲମ୍ବୀ ଥିଲେ ।
ବୌଦ୍ଧଧର୍ମର ଉଚ୍ଛେଦସାଧନର ଉଦ୍‌ଯୋଗରେ ଯେଉଁ ଜଗନ୍ନାଥଦେବଙ୍କର ସୃଷ୍ଟି ହୋଇଥିଲା, ସେହି ଜଗନ୍ନାଥଙ୍କର ବିଧିବିହିତ ଶ୍ରୀମୂର୍ତ୍ତି ନିର୍ମାଣ ଓ ସଂସ୍ଥାପନ ଯଯାତିକେଶରୀଙ୍କ ରାଜତ୍ୱର ଏକ ପ୍ରଧାନ କାର୍ଯ୍ୟ । ଯଯାତି ରାଜା ଜଗନ୍ନାଥଦେବଙ୍କ ସକାଶେ ବୌଦ୍ଧଧର୍ମର କେନ୍ଦ୍ରସ୍ଥଳୀ ପୁରୀନ‌ଗରରେ ମନ୍ଦିର ନିର୍ମାଣ କରାଇ ଯଥୋପଯୁକ୍ତ ପୂଜା ସେବା ଓ ଅର୍ଚ୍ଚନାର ନିୟୋଗ କରି ଦେଇଥିଲେ । ଏଥିପୂର୍ବେ କଥିତ ହୋଇଅଛି ଯେ ବୌଦ୍ଧଙ୍କ ଚିତ୍ତ ଆକର୍ଷଣ କରିବା ସକାଶେ ଜଗନ୍ନାଥଦେବ ବୁଦ୍ଧାବତାରରୂପେ ଗୃହିତ ହୋଇଥିଲେ । ମାତ୍ର ଏତିକିରେ