ପୃଷ୍ଠା:Odishara Itihas.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୪
ଓଡ଼ିଶାର ଇତିହାସ ।
ପ୍ରଧାନ୍ୟ ଲଭୁଥିଲା । ନବାଗତ ବ୍ରାହ୍ମଣମାନେ ସମସ୍ତେ ଶିବୋପାସକ ଥିଲେ । ଯଯାତିଙ୍କର ରାଜଧାନୀ ଯାଜପୁରଠାରେ ସେମାନେ ପ୍ରବିଷ୍ଟ ହୋଇ ଏକ ମହାଯଜ୍ଞ ଆରମ୍ଭ କଲେ । ସେ ଯଜ୍ଞରେ ବ୍ୟବହୃତ ହୋଇଥିବା କୁଣ୍ଡାଦିର ଭଗ୍ନାବିଶେଷ ଅଦ୍ୟାପି ଦୃଷ୍ଟିଗୋଚର ହୁଏ । ନବାଗତ ବ୍ରାହ୍ମଣମାନେ ରାଜାଙ୍କଠାରୁ ଭୂମିସମ୍ପତ୍ତି ପ୍ରାପ୍ତ ହୋଇ ସେହି ଅଞ୍ଚଳରେ ଉପନିବେଶ ସ୍ଥାପନ କଲେ ।।
ସେମାନଙ୍କ ମଧ୍ୟରୁ କେହି କେହି ସୁଦ୍ଧା ସେଠାରୁ ନୀତହୋଇ ପୁରୀ ଓ ଭୁବନେଶ୍ୱରଠାରେ ପ୍ରତିଷ୍ଠିତ ହେଲେ । ଏହି ବ୍ରାହ୍ମଣମାନେ ଆଧୁନିକ ବୈଦିକ ବ୍ରାହ୍ମଣମାନଙ୍କ ପୂର୍ବପୁରୁଷ । ବର୍ତ୍ତମାନ ଯେଉଁ ବ୍ରାହ୍ମଣମାନେ ମଢ଼ିଆ,ପୁଝାରୀ, ପନିଅରୀ ବ୍ରାହ୍ମଣରୂପେ ଖ୍ୟାତ, ସେମାନେ ଏହି ବ୍ରାହ୍ମଣଙ୍କ ଆଗମନ ପୂର୍ବରୁ ଓଡ଼ିଶାରେ ବାସ କରୁଥିଲେ । ସେମାନଙ୍କର ସାଧାରଣ ନାମ ଲୋକିକ ବ୍ରାହ୍ମଣ । ବୌଦ୍ଧଧର୍ମର ପ୍ରାଦୁର୍ଭାବରେ ସେମାନେ ଶାସ୍ତ୍ରାଲୋଚନାରୁ ବିରତ ରହି ପ୍ରାୟ ସମସ୍ତ କର୍ମକର୍ମାଣି ବିସ୍ମୃତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରେ ସୁଶାସ୍ତ୍ରଜ୍ଞ କି ସୁପଣ୍ଡିତ କେହି ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ଆଜିକାଲି ଯେଉଁମାନେ ମାସ୍ତାନ ବ୍ରାହ୍ମଣରୂପେ ଉତ୍କଳସମାଜରେ ଜ୍ଞେୟ ସେମାନେ ପ୍ରକୃତ ବ୍ରାହ୍ମଣ ନୁହନ୍ତି । ଅଦ୍ୟାପି ସୁଦ୍ଧା ଓଡ଼୍ରମଣ୍ଡଳରେ ଶୂଦ୍ର ବ୍ରାହ୍ମଣ ବୋଲି ପରିଚିତ । ସେମାନଙ୍କ ବ୍ରାହ୍ମଣତ୍ୱ ଲାଭ ସମ୍ବନ୍ଧରେ ନାନାପ୍ରକାର ଆପ୍ତବାକ୍ୟ ଏ ଦେଶରେ ପ୍ରଚଳିତ ଅଛି । ଜନୈକ ଇତିବୃତ୍ତଲେଖକ ଅନୁମାନ କରିଅଛନ୍ତି ଯେ ବୈଦିକ ବ୍ରାହ୍ମଣମାନେ ଓଡ଼ିଶାକୁ ନିମନ୍ତ୍ରିତ ହୋଇ ଆସି ପହୁଞ୍ଚନ୍ତେ, ନାନା ଜାତିରୁ ସଂଗୃହୀତ ଏକ ସମ୍ପ୍ରଦାୟ ବୌଦ୍ଧପୁରୋହିତ ଓ ଅନେକ ବୌଦ୍ଧଧର୍ମାବଲମ୍ବୀ ଆର୍ଯ୍ୟସନ୍ତାନଙ୍କର ପ୍ରାଦୁର୍ଭାବ ଓଡିଶାରେ ଥିବାର ଦର୍ଶନ କଲେ । ସେମାନଙ୍କୁ ହତାଦର କରି ଆପଣା ଆପଣା ପ୍ରଭୁତ୍ୱ ସଂସ୍ଥାପନ କରିବା ନବାଗତ ବ୍ରାହ୍ମଣଙ୍କ ପକ୍ଷରେ ଅତି କଷ୍ଟସାଧ୍ୟ କାର୍ଯ୍ୟ ଥିଲା । ସୁତରାଂ ସେମାନଙ୍କୁ ଏକପ୍ରକାର ସମାନତା ପ୍ରଦାନ କରିବା ସକାଶେ ନବାଗତ ବ୍ରାହ୍ମଣମାନେ ମନସ୍ଥ କଲେ ଓ ଅବଶେଷରେ ସେମାନଙ୍କୁ ବ୍ରାହ୍ମଣ ବୋଲି ସ୍ୱୀକାର କରି ସାଧାରଣ ଲୋକଙ୍କ ଉପରେ ସେମାନଙ୍କର ଶ୍ରେଷ୍ଠତା ସମ୍ପାଦନ କରାଇଲେ । ଏ ଅନୁମାନ ନିତାନ୍ତ କାଳ୍ପନିକ ବୋଲି ବୋଧ ହେଉ ନାହିଁ । ବରଞ୍ଚ ଯାଜପୁର ଅଞ୍ଚଳରେ ଏହି ମାସ୍ତାନ ବ୍ରାହ୍ମଣଙ୍କ ସଂଖ୍ୟାର ଆଧିକ୍ୟ ଓ ପୂରୀ ବଡ଼ଦେଉଳର ପାକଶାଳାରେ ଏମାନଙ୍କର ବିଶେଷ ଆଧିପତ୍ୟ,

ଯଯାତିଙ୍କଦ୍ୱାରା ବ୍ରାହ୍ମଣଙ୍କୁ ଦିଆ ହୋଇଥିବା ତମ୍ବାପଟିଆ ଦାନପାତ୍ରରୁ ଖଣ୍ଡିକେତେ ମିଳିଅଛି ।