ପୃଷ୍ଠା:Odishara Itihas.pdf/୭୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୫
ଦ୍ୱିତୀୟ ଅଧ୍ୟାୟ ।

ଉକ୍ତ ଅନୁମାନର ପରିପୋଷକ ହେଉଅଛି । ମାସ୍ତାନ ବ୍ରାହ୍ମଣଙ୍କର ହିନ୍ଦୁସମାଜର ପୌରହିତ୍ୟାଦି କାର୍ଯ୍ୟରେ କୌଣସି ଅଧିକାର ନାହିଁ । ଅନେକ ବିଷୟରେ ସେମାନଙ୍କର ଶୂଦ୍ରଙ୍କ ପ୍ରାୟ ଆଚରଣ । ଅଧିକ କି ଶୂଦ୍ରଙ୍କଦ୍ୱାରା ସେମାନେ ନମସ୍କୃତ ହୁଅନ୍ତି ନାହିଁ । ଲୌକିକ ବ୍ରାହ୍ମଣମାନେ ବର୍ତ୍ତମାନ ନିମ୍ନଶ୍ରେଣୀୟ ହିନ୍ଦୁଙ୍କର ପୌରହିତ୍ୟ, ସାଧାରଣ୍ୟରେ ଠାକୁରପୂଜା, ଶୂଦ୍ରଙ୍କର ଅନ୍ନପାଚନ ଓ ଅନ୍ୟାନ୍ୟ କେତେକ ହୀନ ବ୍ୟବସାୟରେ ନିଯୁକ୍ତ ଅଛନ୍ତି । କିନ୍ତୁ ବୈଦିକ ବ୍ରାହ୍ମଣମାନେ ଓଡ଼ିଶାର ପ୍ରକୃତ ଆଦରଣୀୟ ବ୍ରାହ୍ମଣ ଓ ସେମାନଙ୍କ ମଧ୍ୟରେ ସୁଦ୍ଧା ବ୍ରାହ୍ମଣୋଚିତ କାର୍ଯ୍ୟର ଅନୁଷ୍ଠାନମାନ ବ‌ହୁ ପରିମାଣରେ ପ୍ରଚଳିତ ଅଛି ।
ଯଯାତି ଶିବୋପାସକ ଥିଲେ । ବୌଦ୍ଧଧର୍ମର ଲୋପସାଧନ କରିବା ତାଙ୍କର ଅନ୍ୟତର ଉଦ୍ଦେଶ୍ୟ ଥିଲା । ମଧ୍ୟ ସେ ଏହି ଦୁଇ ଉଦ୍ଦେଶ୍ୟକୁ ଲକ୍ଷ କରି ତାଙ୍କର ଶାସନକାର୍ଯ୍ୟ ନିର୍ବାହ କରିଥିଲେ । ମନ୍ଦିର ନିର୍ମାଣ ଓ ସାଧାରଣ କାର୍ଯ୍ୟରେ ବ୍ୟୟ କରିବାକୁ ସେ କୁଣ୍ଠିତ ନ ଥିଲେ । ବ୍ରାହ୍ମଣମାନେ ତାଙ୍କଠାରୁ ବିସ୍ତର ଭୂମି ଦାନ ପାଇଥିଲେ । ଅନନ୍ତର ୫୨୬ ଖ୍ରୀଷ୍ଟାବ୍ଦରେ ୫୨ ବର୍ଷ ରାଜତ୍ୱ କରି ମାନବଲୀଳା ସମ୍ୱରଣ କଲେ । ତାଙ୍କ ଉତ୍ତାରୁ ଆଉ ୪୩ ଜଣ କେଶରୀବଂଶୀୟ ରାଜା ଓଡ଼ିଶା ଭୋଗ କରିଥିଲେ । କିନ୍ତୁ ସେମାନେ ଗୁପ୍ତବଂଶୀୟ ରାଜାଙ୍କର ଅଧୀନସ୍ଥ ଥିଲେ କି ନାହିଁ ଓ ଗୁପ୍ତବଂଶୀୟ ରାଜାଏ ଅବା କେବେ ଲୁପ୍ତ ହେଲେ ଏ ବିଷୟ ଦ୍ୱୟର ସନ୍ତୋଷଜନକ ନିଦର୍ଶନ ଅଦ୍ୟାପୀ ମିଳିନାହିଁ । ସମ୍ଭବତଃ ଏପରି ଅନୁମାନ‌କୁ ଆସଇ ଯେ ଯଯାତିକେଶରୀଙ୍କ ଶାସନର ଶେଷଭାଗକୁ ଓଡ଼ିଶାରୁ ଗୁପ୍ତବଂଶୀୟ ରାଜାଙ୍କର ଶାସକ ଅନ୍ତର୍ହିତ ହୋଇଥିଲା ।
। ଲ‌ଲାଟେନ୍ଦ୍ରକେଶରୀ-ଯ‌ଯାତିଙ୍କ ଉତ୍ତାରୁ ସୂର୍ଯ୍ୟକେଶରୀ ଓ ଅନନ୍ତକେଶରୀ କ୍ରମାନ୍ୱୟରେ ୯୭ ବର୍ଷ ରାଜତ୍ୱ କରିଥିଲେ । ଅନନ୍ତଙ୍କ ରାଜତ୍ୱ ସମୟରେ ଭୁବନେଶ୍ୱର ବଡ଼ଦେଉଳର କାର୍ଯ୍ୟ ଲାଗିଥିବାର କଥିତ ଅଛି । ଅନନ୍ତଙ୍କ ଉତ୍ତାରୁ ୬୨୩ ଖ୍ରୀଷ୍ଟାବ୍ଦରେ ଅଲାବୁ ବା ଲ‌ଲାଟେନ୍ଦ୍ରକେଶରୀ ଓଡ଼ିଶା ସିଂହାସନରେ ଅଧିଷ୍ଠିତ ହେଲେ । ତାଙ୍କ ରାଜତ୍ୱ ସମୟରେ ଭୁବନେଶ୍ୱର ଦେଉଳର ନିର୍ମାଣ କାର୍ଯ୍ୟ ୬୫୭ଖ୍ରୀଷ୍ଟାବ୍ଦରେ ସମାପ୍ତ ହେଲା । ତଦନନ୍ତର ସେ ସେହିଠାରେ ସାତସାଇ ଓ ବୟାଳିଶ ବର୍ତ୍ମ‌ବିଶିଷ୍ଟ ଏକ ନଗର ବସାଇ ତାହାକୁ ଆପଣାର ରାଜଧାନୀ କଲେ । ଭୁବନେଶ୍ୱରଙ୍କ ଦେଉଳରୁ ଏହି ନୂତନ ରାଜଧାନୀର ନାମ ମଧ୍ୟ ଭୁବନେଶ୍ୱର ହେଲା । ସେ ସମୟଠାରୁ କେଶରୀବଂଶୀୟ ରାଜାଙ୍କର ଦୁଇ ନଗର ଯାଜପୁର ଓ ଭୁବନେଶ୍ୱର ରାଜଧାନୀରୂପେ ବ୍ୟବହୃତ ହେଲା । ଭୁବନେଶ୍ୱର-