ଠାରେ କେଶରୀବଂଶୀୟ ରାଜାଙ୍କରପ୍ରାସାଦର ଭଗ୍ନାବଶେଷ ଅଦ୍ୟାପି ନେତ୍ରଗୋଚର ହୁଅଇ । ବିନ୍ଦୁସାଗର ନାମକ ଭୁବନେଶ୍ୱରର ସୁପ୍ରସିଦ୍ଧ ପୁଷ୍କରଣୀ ଏହି ସମୟରେ ଖୋଦିତ ହୋଇଥିବାର ପ୍ରବାଦ ପ୍ରଚଳିତ ଅଛି । ଭୁବନେଶ୍ୱରର ଅନ୍ତଃପାତି ଉଦୟଗିରିଠାରେ ରାଣୀନଅର ନାମକ ବୌଦ୍ଧଙ୍କର ଯେଉଁ ପର୍ବତୋତ୍କୀର୍ଣ୍ଣ ଦ୍ୱିତଳ ଅଟାଳିକା ଅଛି ସେଥି ମଧ୍ୟକୁ ଲଲାଟେନ୍ଦ୍ର ମଧ୍ୟେ ମଧ୍ୟେ ଯାଇ ଭୋଗବିଳାସରେ କାଳଯାପନ କରୁଥିଲେ । ୫୪ ବର୍ଷକାଳ ରାଜତ୍ୱ କରି ଅବଶେଷରେ ୬୬୭ ଖ୍ରୀଷ୍ଟାବ୍ଦରେ ମୃତ୍ୟୁଗ୍ରାସରେ ପତିତ ହେଲେ ।
ଭୁବନେଶ୍ୱର—ଏ ଦେଉଳ ଓଡିଶାର ଏକ ପ୍ରାଚୀନ ଓ ଶିଳ୍ପକାର୍ଯ୍ୟର ଅତୁଳନୀୟ କୀର୍ତ୍ତି ଅଟଇ । ଭାରତବର୍ଷ ମଧ୍ୟରେ ଏପରି ଶିଳ୍ପଚାତୁର୍ଯ୍ୟର ପରାକାଷ୍ଠାପ୍ରଦର୍ଶକ କୀର୍ତ୍ତିମନ୍ଦିର ଅତି ବିରଳ ଦେଖାଯାଏ । ଆଦୌ ଏକଖଣ୍ଡ ବର୍ଗଭୂମି ଚତୁର୍ଦ୍ଦିଗରେ ଏକ ସୁନ୍ଦର ଷୋଡ଼ଶହସ୍ତପରିମିତ ମାକଡ଼ାପ୍ରସ୍ତରନିର୍ମିତ ପ୍ରାଚୀରଦ୍ୱାରା ବେଷ୍ଟିତ ହୋଇ ସେଥି ମଧ୍ୟରେ ଦେବାଳୟମାନ ସଂଗଠିତ ହୋଇଅଛି । ଯେଉଁ ମନ୍ଦିରରେ ସ୍ୱୟଂ ଲିଙ୍ଗରାଜ ଭୁବନେଶ୍ୱର ବିରାଜମାନ, ତାହା ବଡ଼ଦେଉଳ ନାମରେ ବିଖ୍ୟାତ । ସେଥିର ଉଚ୍ଚତା ୧୨ - ହାତ ବୋଲି ପ୍ରବାଦ ପ୍ରଚଳିତ ଅଛି । ଚତୁଷୋଣଗୃହ ପ୍ରାୟ ମନ୍ଦିର ଭୂମିରୁ ଉଥିତ ଓ କ୍ରମଃସୂକ୍ଷ୍ମ ହୋଇ ଆକାଶ ସ୍ୱର୍ଶ କରିଅଛି । ଦେଉଳର ଉଚ୍ଚତାନୁସାରେ ବିସ୍ତୃତି ଅଳ୍ପ ହେବା ଯୋଗୁଁ ମନ୍ଦିରର ସୌଦର୍ଯ୍ୟ ନଷ୍ଟ ହେବ, ଏଥି ସକାଶେ ବଡ଼ଦେଉଳର ଦେହକୁ ଲାଗି ଜଗମୋହନ, ନାଟମନ୍ଦିର ଓ ଭୋଗମଣ୍ଡପରୂପ ଆଉ ତିନୋଟି କ୍ରମନିମ୍ନ ଓ ବେଢ଼ା ମଧ୍ୟରେ ଗୋଟିକେତେ କ୍ଷୁଦ୍ର କ୍ଷୁଦ୍ର ଦେଉଳ ଉତ୍କଳୀୟ ଶିଳ୍ପିମାନେ ନିର୍ମାଣ କରିଅଛନ୍ତି । ଏଥିଦ୍ୱାରା ଭୁବନେଶ୍ୱର ଦେଉଳର ବିସ୍ତୃତି ସ୍ୱଳ୍ପତାସମ୍ଭବ ଅସୌନ୍ଦର୍ଯ୍ୟ କେତେକ ପରିମାଣରେ ନଷ୍ଟ ହୋଇଅଛି । ଉତ୍କଳୀୟ ଶିଳ୍ପବ୍ୟବସାୟୀମାନେ ଖିଲଣ ନିର୍ମାଣ କରିବା ବିଷୟରୁ ସମ୍ପୂର୍ଣ୍ଣରୂପେ ଅଜ୍ଞ ଥିଲେ । ସୁତରାଂ ଦେଉଳର ବିସ୍ତୃତି ବଢ଼ାଇବା ସକାଶେ ସେମାନଙ୍କର ସାହାସ ବଳି ନ ଥିଲା । ମଧ୍ୟ ଖିଲଣ ନିର୍ମାଣବିଷୟକ ଅଜ୍ଞରାକୁ ଏକ ଚମତ୍କାର ବୁଦ୍ଧି କୌଶଳଦ୍ୱାରା ସେମାନେ ପୂରଣ କରି ଦେଇଥିଲେ । ଭିତରକାଟଣୀ ଦେଇ, ପ୍ରସ୍ତର ଉପରେ ପ୍ରସ୍ତର ଖଞ୍ଜି, ଉଲଟା ନିଶୁଣୀ ଗଢିଲା ପ୍ରାୟ ଏପରି ଭାବରେ ମନ୍ଦିରକୁ କ୍ରମଃସୂକ୍ଷ୍ମ କରି ଗଢ଼ିଅଛନ୍ତି ଯେ ସର୍ବୋପରି ଖଣ୍ଡିକେତେ ଆଢ଼ଣୀ ପଥର ବସାଇ ସହଜରେ ଛତ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଅଛନ୍ତି । ଆହୁରି, ମଧ୍ୟ ମନ୍ଦିରର ମସ୍ତକଦେଶକୁ ଦହିହାଣ୍ଡି ଓ ଗଠନବିଶେଷଦ୍ୱାରା ସୂଚିକାକାରରୂପେ ପରିଣତ କରି ଦୂରରୁ ମନ୍ଦିରକୁ ଏକ ଅପୂର୍ବ ଶୋଭା ପ୍ରଦାନରେ କୃତକାର୍ଯ୍ୟ ହୋଇଅଛନ୍ତି । ପ୍ରୟୋଜନାନୁସାରେ
ପୃଷ୍ଠା:Odishara Itihas.pdf/୭୮
Appearance
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୬
ଓଡ଼ିଶାର ଇତିହାସ ।