ପୃଷ୍ଠା:Odishara Itihas.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୨
ଓଡ଼ିଶାର ଇତିହାସ

ଥିଲେ । ବର୍ତ୍ତମାନ ମହାନ‌ଦୀ କୂଳରେ ଯେଉଁ ମାକଡ଼ାପଥରର ବନ୍ଧ ଦେଖାଯାଏ ତାହା ଅତି ପୁରାକାଳର କେଶରୀବଂଶୀୟ ରାଜାଙ୍କ ସମୟର ଅଟଇ । କାଠଯୋଡ଼ୀ କୂଳରେ ପୁରୁଣାବନ୍ଧ ସଂସ୍କୃତ ହୋଇ ମରହଟ୍ଟା ଓ କିୟଦଂଶ ଇଂରାଜଙ୍କକୃତ ବନ୍ଧ ବର୍ତ୍ତମାନ ଦୃଷ୍ଟିଗୋଚର ହୁଅଇ । ପୁରୀ ଉତ୍ତରବର୍ତ୍ତୀ ଅଠରନଳା ସେତୁ କେଶରୀବଂଶୀୟ ରାଜାଙ୍କ ସମୟରୁ ନିର୍ମିତ ହୋଇ ଅଦ୍ୟାପି ଦୃଢ଼ରୂପେ ସଂସ୍ଥିତ ଅଛି । ଆଧୁନିକ ଖିଲଣଯୁକ୍ତ ସେତୁ ଅପେକ୍ଷା ଏଥିର କାର୍ଯ୍ୟ ସୁବିଜ୍ଞ ଇଂରାଜମାନେ ସୁଦ୍ଧା କୌଣସି କୌଣସି ଅଂଶରେ ଦୁଢ଼ତର ଥିବାର ସ୍ୱୀକାର କରିଅଛନ୍ତି । ପୂର୍ବେ ଓଡ଼ିଶା ଶିଳ୍ପକାରକେ ଖିଲଣକାର୍ଯ୍ୟରୁ ଅଜ୍ଞାତ ଥିବାର ଏଥିପୂର୍ବରେ ଲିଖିତ ହୋଇଅଛି । ଏଣୁକରି ଅଠରନଳା ସେତୁନିର୍ମାଣକାର୍ଯ୍ୟ ଅନ୍ୟାନ୍ୟ ଖିଲଣକାର୍ଯ୍ୟ ପରି ଓଲଟା ନିଶୁଣି ଗଢ଼ି ହେଲା ପ୍ରାୟ ପଥର ଉପରେ ପଥର ବସି କ୍ରମନିମଟବର୍ତ୍ତୀ ହୋଇ ଓ ସର୍ବୋପରି ଆଢ଼ଣୀ ପଥର ଦିଆଯାଇ ପ୍ରସ୍ତୁତ ହୋଇଅଛି । ଅଠରନଳାର ଦୈର୍ଘ୍ୟ ପ୍ରାୟ ୨୯୦, ଉଚ୍ଚତା ୧୮ ଓ ପ୍ରସ୍ଥ ପ୍ରାୟ ୧୪ ଫୁଟ ହେବ । କେଶରୀବଂଶୀୟ ରାଜାଙ୍କ ସମୟରେ ନିର୍ମିତ ଆଉ ଗୋଟିଏ ଅଠରନଳା ସେତୁ ଯାଜପୁରଠାରେ ଅଦ୍ୟାପି ବିଦ୍ୟମାନ ଅଛି । ମନ୍ଦିର ଓ ଅସଂଖ୍ୟ ପୁଷ୍କରିଣୀମାନଙ୍କର ଉପକାରିତା ସମସ୍ତେ ସ୍ୱୀକାର କରିଅଛନ୍ତି; ମଧ୍ୟ ଉକ୍ତ ଓ ଅନ୍ୟ ସେତୁମାନ ମନ୍ଦିର ଓ ପୁଷ୍କରିଣୀଚୟ ଅପେକ୍ଷା ଊଣା ହିତକର କାର୍ଯ୍ୟ ନୁହେଁ । ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନମାନଙ୍କୁ କଟକ ଜିଲ୍ଲାରେ ଅପ୍ରାପ୍ୟ ଥିବା ମୁଗୁନିପଥର ଓ ଅନ୍ୟ କୌଣସି କୌଣସି ପଦାର୍ଥ ଦୂର ଦେଶରୁ ଅଣିବାକୁ ହୋଇଥିବ । ସେଥି ସକାଶେ ବର୍ତ୍ମ ମାନ ପ୍ରସ୍ତୁତ ହୋଇଥିବାର ଅନୁମିତ ହେଉଅଛି । ବିଶେଷତଃ ବର୍ତ୍ମ ପ୍ରସ୍ତୁତ କରିବା କେଶରୀବଂଶୀୟ ରାଜାମାନଙ୍କର ରୁଚି ଅସଙ୍ଗତ ନ ଥିଲା । ଯେହେତୁ ଲଲାଟେନ୍ଦ୍ରକେଶରୀ ଭୁବନେଶ୍ୱରଠାରେ ବର୍ତ୍ମମାନ ପ୍ରସ୍ତୁତ କରିଥିବାର କଥିତ ହୋଇଅଛି । ଆହୁରି ସୁଦ୍ଧା ଏ କଥା କହିବା ବାହୁଲ୍ୟ ଯେ ଯେଉଁ ରାଜାମାନେ ଲୋକଙ୍କର ଅଭାବ ବୁଝି ସେତୁ ପ୍ରସ୍ତୁତ କରୁଥିଲେ, ସେମାନେ ଅପଣାର ଓ ପ୍ରଜାସାଧାରଣଙ୍କର ସୁବିଧାର୍ଥ ପଥମାନ ଯେ ପ୍ରସ୍ତୁତ କରି ନ ଥିବେ ଏହା ଅତି ଆଶ୍ଚର୍ଯ୍ୟର ବିଷୟ ।
ଲୋକଙ୍କର ଅବସ୍ଥା— ଭୁବନେଶ୍ୱରସ୍ଥ ଦେଉଳମାନଙ୍କରେ ଖୋଦିତ ମନୁଷ୍ୟ ପ୍ରତିମୂର୍ତ୍ତିଚ‌ୟର ସଂଖ୍ୟା ଗଣନା କଲେ ସେମାନ ପ୍ରାୟ ଦୁଇ ତିନି ସହସ୍ର କି ତଦପେକ୍ଷା ଅଧିକ ହେବ । ଏହି ପ୍ରତିମୁର୍ତ୍ତିମାନ ଓଡ଼ିଶାର ପଞ୍ଚମ; ଷଷ୍ଠ ଓ ସପ୍ତମ ଶତାବ୍ଦୀର ଦେଶୀୟ ଲୋକଙ୍କର ଅବସ୍ଥାର ପରିଚାୟକ ବୋଲି ଇତିପୂର୍ବେ କଥିତ ହୋଇଅଛି । ପ୍ରକୃତତଃ ଉକ୍ତ ଶତାବ୍ଦୀତ୍ରୟର ଏବଂ ତ‌ତ୍‌ପୂର୍ବ ଓ ପରବର୍ତ୍ତୀ