ପୃଷ୍ଠା:Odishara Itihas.pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୯
ଚତୁର୍ଥ ଅଧ୍ୟାୟ

ଧର୍ମବିପ୍ଳବ--ଓଡ଼ିଶାର ଏକ ଏକ ଶ୍ରେଣୀ ରାଜାଙ୍କର ଇତିହାସକୁ ଏକ ଏକ ଧର୍ମ‌ବିପ୍ଳବ ଇତିହାସ ବୋଇଲେ ଅତ୍ୟୁକ୍ତି ହୁଅଇ ନାହଁ । ବୌଦ୍ଧଧର୍ମ ସଙ୍ଗେ ସଙ୍ଗେ ବୌଦ୍ଧରାଜାଏ ଓଡ଼ିଶାରେ ପ୍ରାବଲ୍ୟ ଲଭିଥିଲେ ଓ ବୌଦ୍ଧଧର୍ମ ଉତ୍ପାଟିତ ହେଲା ଉତ୍ତାରୁ ଶୈବଧର୍ମ ଯେତେବେଳେ ଓଡ଼ିଶାବାସିଙ୍କର ଧର୍ମ ହେଲା; ସେଥି ସଙ୍ଗେ ସେହି ଧର୍ମାବଲମ୍ବୀ ରାଜାଏ ସୁଦ୍ଧା ଓଡ଼ିଶାରେ ରାଜତ୍ୱ କଲେ । ଏଥି ଉତ୍ତାରୁ ଏକ ଅଧ୍ୟାୟରେ ସ୍ପଷ୍ଟ ଦୃଷ୍ଟ ହେବ ଯେ ଗଙ୍ଗାବଂଶୀୟ ରାଜାମାନେ ବୈଷ୍ଣବଧର୍ମ ସଙ୍ଗେ, ଓଡ଼ିଶାରେ ସମୁଦିତ ହୋଇଥିଲେ । କୌଣସି ଧର୍ମ ରାଜପ୍ରସାଦ, ରାଜଅନୁଗ୍ରହ ଓ ରାଜାଙ୍କ ପୋଷକତା ଲଭିଲେ ଦେଶର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ପ୍ରଚାରିତ ହେବାରେ ସୁବିଧା ଲାଭ କରଇ । ସୁତରାଂ ଶୈବଧର୍ମ ଓଡ଼ିଶାରେ ଉଦିତ ହେବା ପୂର୍ବରୁ ଅଧିକାଂଶ ଓଡ଼ିଶାବାସୀ ବୌଦ୍ଧମତାବଲମ୍ବୀ ଥିଲେ ସୁଦ୍ଧା, ରାଜ ଆଶ୍ରୟ ଲଭି ସେ ଧର୍ମ ଏପରି ପ୍ରବଳବେଗରେ ବିପ୍ଲବ ଘଟାଇଲା ଯେ ଅଳ୍ପକାଳ ମଧ୍ୟରେ ପ୍ରାୟ ଓଡ଼ିଶାର ଚତୁର୍ଦିଗରେ ଶିବମନ୍ଦିରମାନ ସଂସ୍ଥାପିତ ହେଲା । ଆଜିକାଲି କେହି ଓଡିଶାର ଚତୁର୍ଦ୍ଦିଗକୁ ଭ୍ରମଣ କରି ଗଲେ ଯେ କୌଣସି ଗ୍ରାମରେ ଶିବମନ୍ଦିର ନ ଦେଖି ଫେରି ଆସିବେ ନାହିଁ । ଉକ୍ତ ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ବୈଷ୍ଣବଧର୍ମର ଏହିପରି ପ୍ରାଦୁର୍ଭାବର ବର୍ଣ୍ଣନା ମଧ୍ୟ ଅନ୍ୟତ୍ର ଦୃଷ୍ଟ ହେବ ।

---ସମାପ୍ତ---
ଚତୁର୍ଥ ଅଧ୍ୟାୟ ।
ଗଙ୍ଗାବଶୀୟ ରାଜଗଣ ।

ଗଙ୍ଗାବଶୀୟ ରାଜାଙ୍କର ଉତ୍ପତ୍ତି - ଓଡ଼ିଶାର ଦକ୍ଷିଣବର୍ତ୍ତୀ ପ୍ରଦେଶରେ, ଯାହା ଅଧୁନା ଉତ୍ତରସରକାର ନାମରେ ଖ୍ୟାତ, ପ୍ରୋଲି ନାମକ ଏକ ନୃପତି ରାଜତ୍ୱ ସଂସ୍ଥାପନ କରିଥିଲେ । ତଦନନ୍ତର ତାଙ୍କ ଉତ୍ତରାଧୀକାରିମାନଙ୍କ ମଧ୍ୟରେ ଗୃହଦ୍ୱନ୍ଦ୍ୱ ଉପସ୍ଥିତ ହେଲା; ସେଥିରେ ଜ୍ୟେଷ୍ଠଭ୍ରାତା ଜୟୀ ହେଲେ ଓ ରାଜ୍ୟ ବିଭାଜିତ ହୋଇ ପୈତୃକ ଭୂମି ଜ୍ୟେଷ୍ଠଭ୍ରାତାଙ୍କ ଭାଗରେ ପଡ଼ିଲା । ଏହି ଜ୍ୟେଷ୍ଠ ରାଜପୁତ୍ର କ୍ରମଶଃ ଉତ୍ତରଦିଗକୁ ରାଜ୍ୟ ବିସ୍ତାର ଆରମ୍ଭ କଲେ । ଅବଶେଷରେ ଯୁଦ୍ଧାଦିଦ୍ୱାରା କେଶରୀବଂଶୀୟ ଶେଷ ନିଃସନ୍ତାନ ରାଜା ସୁବର୍ଣ୍ଣକେଶରୀଙ୍କି ସିଂହାସନଚ୍ୟୁତ କରି ଆପେ ଓଡ଼ିଶା ସିଂହାସନରେ ଅଧିରୂଢ଼ ହେଲେ ଓ ଗଜପତି ଉପାଧି ଧାରଣ କରି ଏହି ରାଜ୍ୟର ଶାସନାରମ୍ଭ କଲେ । ଦକ୍ଷିଣସ୍ଥ ଅରୁଣକୁଣ୍ଡ ନଗର, ଯାହା ବର୍ତ୍ତମାନ ଉରାଙ୍ଗୁଲ ନାମରେ ପରିଚିତ, ଉଲ୍ଲିଖିତ ରାଜାମାନଙ୍କର