ପୃଷ୍ଠା:Odishara Itihas.pdf/୯୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୫
ଚତୁର୍ଥ ଅଧ୍ୟାୟ ।

କରନ୍ତି । ବର୍ତ୍ତମାନ ଓଡ଼ିଶାବାସୀ ସମ୍ଭ୍ରାନ୍ତ ଓ ମର୍ଯ୍ୟାଦାବନ୍ତ ବ୍ୟକ୍ତିଙ୍କଦ୍ୱାରା 'ପାଟ‌ଯୋଷୀ', ବଡ଼ପଣ୍ଡା, 'ସାନ୍ତରା', 'ମଙ୍ଗରାଜ', 'ପଟ୍ଟନାୟକ', 'ମହାପାତ୍ର' ପ୍ରଭୃତି ଯେଉଁ ନାନାପ୍ରକାର ପଦ ଧୃତ ହୋଇଅଛି ସେ ସମସ୍ତ ପ୍ରଥମ ଅନଙ୍ଗଭୀମଦେବ ରାଜାଙ୍କ ସମୟରେ ସୃଷ୍ଟ ହୋଇଥିଲା । ଓଡ଼ିଶାର ସାମାଜିକ ଆଚାର ବ୍ୟବହାରରେ ମଧ୍ୟ ସେ ଅନେକ ପରିବର୍ତ୍ତନ ଘଟାଇଥିଲେ, ଫଳତଃ ଅନ୍ୟାନ୍ୟ ବିଷୟ ପରି ଓଡ଼ିଶା ସମାଜର ଅଙ୍ଗସୌଷ୍ଠବ ବର୍ଦ୍ଧନ ବିଷୟରେ ସୁଦ୍ଧା ଅନଙ୍ଗଭୀମ ବିଶେଷ ମନୋନିବେଶ କରିଥିଲେ ଓ ତାଙ୍କ ପୂର୍ବେ କି ଉତ୍ତାରୁ ସମାଜର ଆଚାର ବ୍ୟବହାର ବିଷୟରେ କୌଣସି ରାଜାଙ୍କୁ ସେପରି ସଂସ୍କାର ସାଧନ କରିବାରେ ଚେଷ୍ଟା କରିଥିବାର ଅମ୍ଭେମାନେ ପରିଚୟ ପାଇ ନାହୁଁ ।
ଅନଙ୍ଗଭୀମଦେବଙ୍କର ୫୦ ସହସ୍ର ପଦାତିକ, ଦଶ ସ‌ହସ୍ର ଅଶ୍ୱାରୋହୀ, ପଚିଶ ସହସ୍ର ହସ୍ତୀ ସାଧାରଣ ସୈନ୍ୟ ଶ୍ରେଣୀଭୁକ୍ତ ଥିଲା; ମାତ୍ର ପ୍ରୟୋଜନାନୁସାରେ ଆହୁରି ତିରିଶ ଲକ୍ଷ ପାଇକ ମୁହୂର୍ତ୍ତକ ମଧ୍ୟରେ ତାଙ୍କ ଆଜ୍ଞାରେ ଏକତ୍ରିତ ହୋଇ ପାରୁଥିଲେ । ଏଥିଦ୍ୱାରା ଓଡିୟାଙ୍କର ତତ୍କାଳୀନ ସାମର୍ଥ୍ୟ ଓ ସମରପ୍ରିୟତାର ଉତ୍ତମ ପରିଚୟ ମିଳୁଅଛି, ମଧ୍ୟ ସେ ସମୟରେ ପ୍ରଜାମାନେ ଆପଣା ଆପଣା ବ୍ୟବସାୟରେ ଥାଇ ଓ ରାଜାଙ୍କଠାରୁ ନିଷ୍କର ଭୂମି ଭୋଗ କରି, ଯୁଦ୍ଧକାର୍ଯ୍ୟ ଅଳ୍ପ ବ‌ହୁତରେ ଶିକ୍ଷା କରୁଥିଲେ ଓ ସେମାନଙ୍କର ଭିନ୍ନ ଭିନ୍ନ ଦଳପତିଙ୍କର ଆଦେଶାନୁସାରେ ଆବଶ୍ୟକ ହେଲେ ଅସ୍ତ୍ର ଶସ୍ତ୍ର ଘେନି ଯୁଦ୍ଧାର୍ଥ ପ୍ରସ୍ତୁତ ହେଉଥିଲେ ।
ରାଜା ଅନଙ୍ଗଭୀମ ଗୌରବ ଓ ମହତ୍ୱର ସ‌ହିତ ଓଡ଼ିଶାର ଶାସନ କାର୍ଯ୍ୟରେ ନିଯୁକ୍ତ ରହି ଏବଂ ସାଧ୍ୟାନୁସାରେ ଓଡ଼ିଶାର ସବୁ ପ୍ରକାର ଶ୍ରୀବୃଦ୍ଧି ସାଧନର ଚେଷ୍ଟା କରି, ଅବଶେଷରେ ୧୨୦୨ ଖ୍ରୀଷ୍ଟାବ୍ଦରେ ମାନବଲୀଳା ସମ୍ବରଣ କଲେ । ରାଜେଶ୍ୱରଦେବ —୧୨୦୨-୧୨୩୭ -ଅନଙ୍ଗଭୀମଙ୍କ ମୃତ୍ୟୁ ଉତ୍ତାରୁ ରାଜେଶ୍ୱରଦେବ ଗଜପତି ସିଂହାସନରେ ଅଧିରୂଢ଼ ହୋଇ ୩୫ ବର୍ଷ କାଳ ରାଜତ୍ୱ କରିଥିଲେ ।
ତାଙ୍କ ରାଜତ୍ୱ ସମୟରେ ବଙ୍ଗଦେଶର ସେନବଂଶୀୟ ଶେଷ ହିନ୍ଦୁରାଜା ଲାଷ୍ମଣେୟ ମୁସଲମାନଙ୍କ ଆକ୍ରମଣ ଭୟରେ ପଳାଇ ଆସି ଜଗନ୍ନାଥ ମନ୍ଦିରରେ