ପୃଷ୍ଠା:Odishara Itihas.pdf/୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୬
ଓଡ଼ିଶାର ଇତିହାସ ।

ଆଶ୍ର‌ୟ ଗ୍ରହଣ କରି ଜୀବନର ଅବଶିଷ୍ଟ କାଳ ସେଠାରେ କଟାଇଥିବାର ମୁସଲମାନ ଇତିହାସବେତ୍ତାଏ ଲେଖିଅଛନ୍ତି (୧୨୦୩) ।*

୧୨୧୨ ଖ୍ରୀଷ୍ଟାବ୍ଦରେ ବଙ୍ଗଳାର ମୁସଲମାନ ଶାସନକର୍ତ୍ତା ଗୟାସୁଦ୍ଦୀନ ଓଡ଼ିଶା ଆକ୍ରମଣ କରି ରାଜାଙ୍କୁ କର ଦେବାପାଇଁ ବାଧ୍ୟ କରିଥିବାର ଲିଖିତ ହୋଇଅଛି । ମୁସଲମାନମାନଙ୍କର ଓଡ଼ିଶା ସ୍ପର୍ଶ କରିବାର ଏହି ପ୍ରଥମ ଥର ସକାଶେ ଆମ୍ଭେମାନେ ମୁସଲମାନମାନଙ୍କ ଇତିହାସରେ ପାଠ କରୁଁ ।
ଲାଙ୍ଗୁଳାନରସିଂହ ଦେବ (୧୨୩୭–୧୨୮୨ ) - ରାଜେଶ୍ୱରଦେବଙ୍କ ଉତ୍ତରାଧିକାରୀ ୧୨୩୭ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ସେ ଜଣେ ଗଙ୍ଗାବଂଶୀୟ ପ୍ରସିଦ୍ଧ ରାଜା ଥିଲେ । ତାଙ୍କର ଆକାର ବା ପରିଚ୍ଛଦର କୌଣସି ବିକୃତାବସ୍ଥାଯୋଗୁଁ "ଲାଙ୍ଗୁଳା" ନାମକ ଏକ ଉପାଧି ତାଙ୍କ ଭାଗ୍ୟରେ ଘଟିଥିଲା । କଥିତ ଅଛି ସେ ବିଶାଳ ଶକ୍ତି ଶରୀରରେ ବହନ କରୁଥିଲେ । ଦାକ୍ଷିଣାତ୍ୟର କେତେକ ଯୁଦ୍ଧରେ ମଧ୍ୟ ସେ ଜୟୀ ହୋଇଥିବାର ପ୍ରବାଦ ପ୍ରଚଳିତ ଅଛି । ତାଙ୍କ ରାଜତ୍ୱର ଗୋଟିଏ ପ୍ରଧାନ କାର୍ଯ୍ୟ କୋଣାର୍କର (କଣାରଖ) ପ୍ରସିଦ୍ଧ ଦେଉଳ ନିର୍ମାଣ ଅଟଇ । ସେ କାର୍ଯ୍ୟରେ ଓଡ଼ିଶାର ଦ୍ୱାଦଶବର୍ଷର ରାଜସ୍ୱ ନିୟୋଜିତ ହୋଇଥିଲା ବୋଲି କଥିତ ଅଛି । ରାଜାଙ୍କର ମନ୍ତ୍ରୀଶିବସାନ୍ତରା ମନ୍ଦିର ନିର୍ମାଣର ତ‌ତ୍ତ୍ୱାବଧାରକ ନିଯୁକ୍ତ ହୋଇଥିଲେ । ପ୍ରତ୍ୟହ ୧୨ ସ‌ହସ୍ର ମନୁଷ୍ୟ ଏ କାର୍ଯ୍ୟରେ ଲାଗିଥିବାର ପ୍ରବାଦ ଅଦ୍ୟାପି ଦେଶର ସର୍ବତ୍ର ପ୍ରଚଳିତ ଅଛି ।
ତାଙ୍କ ରାଜତ୍ୱ ସମୟରେ ତୋଘାନ ଖାଁ (୧୨୪୨ ) ଓଡ଼ିଶା ଆକ୍ରମଣ କରି ପରାଭୂତ ହୋଇଥିଲେ । ଅନନ୍ତର ତୋଗ୍ରଲ ଖାଁ (୧୨୫୨) ପ୍ରତିଶୋଧ ନେବା ଆଶାରେ ତିନିଥର ଓଡ଼ିଶା ଆକ୍ରମଣ କରିଥିଲେ । ସେଥିରେ ସେ ଦୁଇ ଥର ଜୟୀ ଓ ତୃତୀୟ ଥରକୁ ପରାଙ୍ମୁଖ ହୋଇ ସ୍ୱଦେଶକୁ ପ୍ରତ୍ୟାଗତ ହୋଇଥିଲେ । ଲଙ୍ଗୁଳାନରସିଂହଦେବ ୧୨୮୨ ମସିହାରେ ପ୍ରାଣତ୍ୟାଗ କରିଥିଲେ ।


କେହି କେହି କହନ୍ତି ଲା‌କ୍ଷ୍ମଣେୟ ତାଙ୍କ ଜୀବନର ଶେଷାଂଶ ଭଦ୍ରଖ ନିକଟରେ ରହି କଟାଇଥିଲେ । ଭଦ୍ରଖ ଏକପ୍ରକାର ଓଡ଼ିଶାର ଉପନିବେଶୀ ବୈଦ୍ୟଙ୍କର ଆଦିସ୍ଥାନ ଥିବା ପ୍ରତ୍ୟକ୍ଷେ ଉକ୍ତ ଅନୁମାନ ସମ୍ଭବପର ବୋଲି ବୋଧ ହୁଅଇ ।