ଓଡ଼ିଆ ତତ୍ତ୍ୱ ସାହିତ୍ୟ
କେ ଷଡ ଚକ୍ରକୁ ଆଚ୍ଛନ । କେ କହେ ପୁରାଣ ଯେ ମାନ ।
କେ ନବ ବ୍ୟାକରଣ ଘୋଷି । ଅଂସ୍କନ୍ଦ ଶୁକ ମୁଖୁ ଭାଷି ।
ୟେଣୁ ୟେ ଶୁକ ମୁଖୁ ଜାତ । ଶ୍ରୀ ଭାଗବତଟି ସୟୁତ ।
କହଇ ବଳରାମ ଦାସ । ଭାଗବତ ଶୁକ ମୁଖୁ ଅଭ୍ୟାସ ।
ଇତି ଶ୍ରୀ ବ୍ରହ୍ମାଣ୍ଡ ଭୋଗୋଳ ଚରିତ୍ର ରଚନେ ବ୍ରହ୍ମ ବିଦ୍ୟାୟାଂ
ଶୁପ ନିଚ୍ଛେଦେ ଶ୍ରୀ ଭାଗବତ ଜନ୍ମକଥନେ ନାମ ଦ୍ୱିତୀୟ ଅଧ୍ୟାୟ ।
ତୃତୀୟ ଅଧ୍ୟାୟ
ଅର୍ଜୁନ ଉବାଚ
ପୁଣି ଯୁଛଇ କୁନ୍ତୀ ସୁତ । କହହେ ପ୍ରଭୁ ପଦ୍ମ ନେତ୍ର ।
ଭଗତ ବନ୍ଧୁ ମଧୁହାରି । ପଦ୍ମନୟନ ଦଇତାରି ।
କୃଷ୍ଣ ସେବକ କୃପାସିନ୍ଧୁ | କହିଲେ ଭକ୍ତଜନ ବନ୍ଧୁ ।
ଶ୍ୟାମ ସୁନ୍ଦର ନରହରି | ହେ ଦାମୋଦର ଚକ୍ରଧାରୀ ।
ପୁଛଇ ଗହନ ଭଣ୍ଡାର । ଷୋଳ ନାମ କାହୁଂ ବାହାର ।
କେବଣ ସ୍ଥାନେ ମନ୍ତ୍ର ଥିଲା । କେ ତାହା ମଞ୍ଚକୁ ଆଣିଲା ।
କହ ହେ ପ୍ରଭୁ ବିଶ୍ୱେଶ୍ୱର । ୟେ ମୋର ଭ୍ରମ ଯାଉ ଦୂର ।
ଶ୍ରୀ ହରି ଅର୍ଜୁନ ବଚନେ । କହନ୍ତି ମନ୍ତ୍ର ତୋଷ ମନେ ।
ଶ୍ରୀ ଭଗବାନ ଉବାଚ
ଶୁଣ ହୋ ଗ୍ୟାଂନର ମହିମା । ଯେଣେ ଲଭିବୁ ସର୍ଗ ସୀମା ।
ପ୍ରଥମେ ମହାପୁଣ୍ୟ ସ୍ଥାନ । ତହୁଂ ଦି ପୁଣ୍ୟ ହେଲା ଜନ୍ମ ।
ସେ ଶୂନ୍ୟ ଅର୍ଧମାତ୍ରା ହୋଇ । ବେନି ସଂଯୋଗୁ କ୍ଳୀ ଜନ୍ମଇ ।
କ୍ଳୀ ବୀଜ ଲଅରୁ ଅ ଜନ୍ମ । ଶ୍ଳୀ ବୀଜ ହୋଇଲା ସେ ଜନ୍ମ ।
ଶ୍ଳୀ ବୀଜ ଈକାରୁ ଜନ୍ମଇ । ହ୍ଳୀ ବୀଜ ୟେଥୁ ଉତ୍ପଳଇ ।
କ୍ଳୀ ବୀଜ ବୋଲି ଯାହା କହି । କ ଘରୁ କୃଷ୍ଣ ଜନ୍ମ ହୋଇ ।
ଶ୍ଳୀ ବୀଜ ଲ ଅରୁ ଟି ରାମ । ତ୍ରି ବୀଜଂ ହରେକୃଷ୍ଣ ଜନ୍ମ ।