Jump to content

ପୃଷ୍ଠା:Oriya Tattwa Sahitya.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଓଡ଼ିଆ ତତ୍ତ୍ୱ ସାହିତ୍ୟ

ଆବର ପଦ ଅର୍ଥ ତତ୍ତ୍ୱ । ପୁଛଇ ବାରେ ନନ୍ଦ ସୁତ ।
ବ୍ରହ୍ମାଣ୍ଡ ଫାଟି ବେଦ ବଳେ । ଗଙ୍ଗା ପଡ଼ିଲା ରାସାନ୍ତଳେ ।
ଶୁକ ପରୀକ୍ଷିତେ ବୁଝାଇ । ଉଧବେ କହିଛ ଗୋସାଇଂ ।
ଠିକ ଠିକ୍ ପଦ ବିଚାର । ପୁଛଇ କହ ଚକ୍ରଧର ।
କିରୀଟୀ ବଚନେ ଶ୍ରୀହରି । କହନ୍ତି ଭୋଗୋଳ ବିସ୍ତାରି ।
ଶ୍ରୀ ଭଗବାନ ଉବାଚ
ଶୁଣ ହୋ ଅର୍ଧ ଅଙ୍ଗ ମୋର । ସେ କାଳେ ବାବନ ଶ୍ୱରୀର ।
ବଳୀ କି ପାତାଳେ ଚାପଇ । ପାଦୁଂ ଝଲକି ଗଙ୍ଗା ବ‌ହି ।
ଯେ ପାଦ ଲାଭି ପଦ୍ମ ମୋର । ଗଲାକ ଆକାଶ ମଣ୍ଡଳ ।
ବ୍ରହ୍ମା ଯେ ଗଙ୍ଗା ଗୋପ୍ତରେ । ରଖିଣ ଥିଲା କମଣ୍ଡଳେ ।
ଉଦକ ପାଇବ ବୋଲିଣ । ଢାଳିଲା ଚତୁର ଆସନ ।
ସେ ପାଦ ବଳୀ ମସ୍ତକରେ । ଦେଲି ମୁଂ ଅତି ମାୟା ବଳେ ।
ସେ ପାଦୁଂ ଗଙ୍ଗା ଝଲକିଲା । ପାତାଳ ଭୂବନ ବହିଲା ।
ୟେଣୁ ମୋ ପାଦେ ଗଙ୍ଗା ଥିଲା । ଝଲକି ପାତାଳେ ରହିଲା ।
ୟେ ରୂପେ ୟେ ପଦର ଅର୍ଥ । ଅର୍ଜୁନ କହେ ପଦ୍ମନେତ୍ର ।
ବୋଲଇ ବଳରାମ ଦାସ । କୃଷ୍ଣର ଭୃତ୍ୟ ପାଦେ ଆଶ ।
   
ଇତି ଶ୍ରୀ ବ୍ରହ୍ମାଣ୍ଡ ଭୋଗୋଳ କଥନେ
ନାମ ଚତୁର୍ଦ୍ଦଶ ଅଧ୍ୟାୟ ।

ପଞ୍ଚଦଶ ଅଧ୍ୟାୟ
ଅର୍ଜୁନ ଉବାଚ

ପ୍ରଣାମ କରି କୃଷ୍ଣ ପାଦ । ଅର୍ଜୁନ ଶୋକ ଗଦ ଗଦ ।
ବୋଲଇ ଶୁଣ ଚକ୍ରଧର । ଘୋର ସଂକଟ ୟେ ସଂସାର ।
ୟେ ଭବ ଜଳଧିର ମଧ୍ୟ । ତୋ ନାମ ଭଗତଙ୍କ ନାବ ।
ତୋ ବିନୁ ଅନ୍ୟ ଗତି ନାହିଂ । ନମୋ ଗୋବିନ୍ଦ ତ୍ରାହି ତ୍ରାହି ।
ୟେକଇ ପଦ ମୋ ହୃଦରେ । ପ୍ରବେଶ ତୋ ପାଦ କମଳେ ।
ଭାଗବତ ପଦ-
ଅଜାତ ପଛି ଘୋର ବନେ । ମାତା ଲୋଡ଼ଇ ଅନୁକ୍ଷଣେ ।