ଓଡ଼ିଆ ତତ୍ତ୍ୱ ସାହିତ୍ୟ
ୟେ ରୂପେ ୟେ ପଦ ବିଚାର । ଅର୍ଜୁନ କହେ ଚକ୍ରଧର ।
କହଇ ସମନାଥ ସୁତ । ଉଧର ମୋତେ ପଦ୍ମ ନେତ୍ର ।
ଇତି ଶ୍ରୀ ବ୍ରହ୍ମାଣ୍ଡ ଭୋଗୋଳ ଅଜାତ ପକ୍ଷୀ ଚରିତ
କଥନେ ନାମ ପଞ୍ଚଦଶ ଅଧ୍ୟାୟ ।
ଷୋଡଶ ଅଧ୍ୟାୟ
ଅର୍ଜ୍ଜୁନ ଉବାଚ
ଅର୍ଜ୍ଜୁନ କୃଷ୍ଣ ପାଦ ଧରି । ବୋଲଇ ଆହେ ଦଇତାରି ।
ବିବିଧ ସଂଶୟ ବିଚାର । ପୁଛଇ ତୁମ୍ଭର ପୟର ।
ମୁଂ ବଡ଼ ଅଗ୍ୟାଂନ ଅଟଇ । ଗ୍ୟାଂନ ଗୋଚର ମୋର ନାହିଂ ।
କୂର୍ମ ପୁରାଣର ଭକତ । ପୁଛଇ ବାରେ ଯଦୁନାଥ ।
ୟେମନ୍ତେ ଅବନୀ ନଗରୀ । ସେ କନ୍ୟା ସୁବର୍ଣ୍ଣ କେଶ୍ୱରୀ ।
ସେ କନ୍ୟା ବିଧବା ହୋଇଲା । ତା ପତି ବସି ଶୋକ କଲା ।
କନ୍ୟାର ପତି ନାଶ ଯାଇ । କନ୍ୟା ତା ବିଧବା ହୁଅଇ ।
ପତି ତା ଦ୍ୱାରକାହିଂ କାନ୍ଦି । କହିବା ୟେଥିର ଯେ ସନ୍ଧି ।
ଶ୍ରୀ ଭଗବାନ ଉବାଚ
ବୋଲନ୍ତି କମଳା ବିଳାସ । ଶୁଣ ସୁମନେ କୋନ୍ତୀ ସୁତ ।
କେତକୀ ପୁଷ୍ୟ କନ୍ୟା କହି । ତାହାର ପତି ଭ୍ରମ ରହିଂ ।
ସେ ତାକୁ ଚୁମ୍ବି ନ ପାରିଲା । ତେଣୁ ସେ ଆକୁଳେ କାନ୍ଦିଲା ।
କେଶ୍ୱରେ ରେଣୁ ତା ଚକ୍ଷୁରେ । ପଡ଼ନ୍ତେ କାନ୍ଦଇ ଆକୁଳେ ।
ତେଣୁ ବିଧବା ଭାବେ କହି । ଅର୍ଜ୍ଜୁନ ଶ୍ରୀହରି ବୁଝାଇ ।
ୟେ କୂର୍ମ ପୁରାଣ ଚରିତ୍ର । ଶୁଣ ସୁମନେ କୋନ୍ତୀ ସୁତ ।
କହଇ ବଳରାମ ଦାସ । ଯେ ନିନ୍ଦେ ସେହି ପାପୀ ଅଂଶ ।
ଇତି ଶ୍ରୀ ବ୍ରହ୍ମାଣ୍ଡ ଭୋଗୋଳ କଥନେ ବିଧବା
କନ୍ୟା ଚରିତ୍ର କଥନେ ନାମ ଷୋଡଶୋଧ୍ୟାୟ ।