Jump to content

ପୃଷ୍ଠା:Oriya Tattwa Sahitya.pdf/୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଓଡ଼ିଆ ତତ୍ତ୍ୱ ସାହିତ୍ୟ

ବିଂଶ ଅଧ୍ୟାୟ

ଅର୍ଜ୍ଜୁନ ଉବାଚ

ଅର୍ଜ୍ଜୁନ କୃତ କୃତ ହୋଇ । ନାଥର ଚରଣେ ପଡ଼ଇ ।
ହେ ପଦ୍ମନାଭ ବିଶ୍ୱେଶ୍ୱନ । ଜୟ ଶ୍ରୀ ପୁରୁଷ ଉତ୍ତମ ।
ଜୟ ଜଗତ ବନ୍ଧୁ ହରି | କରୁଣା ସାଗର ମୁରାରି ।
ଯୋଗ ସାଧନ କେଉଂ ମତେ । ବିଚାରି କହ ତୁ ସାକ୍ଷାତେ ।
କେମନ୍ତ ଜୋତି ଦରଶନ । ସାକ୍ଷତୋ କହି ନାରାୟୋଣ

ଶ୍ରୀ ନାରାୟଣ ଉବାଚ

କୃଷ୍ଣ ବୋଲନ୍ତି ଶୁଣ ପାର୍ଥ । କହିବା ସାଧନାର ତତ୍ତ୍ୱ ।
ଯେତେବେଳେ ଶୋୟନ ବେଳେ । ବସିଣ ଥିବ ଉଜାଗରେ ।
ଯେବେ ନିଦ୍ରାକୁ ଇଚ୍ଛା ହେବ । ବାମ କର ମାଡ଼ି ଶୁତିବ ।
ଚନ୍ଦ୍ର ଘରରେ ବହୁଥିବ । ବାମେ ନିଦ୍ରା ଦକ୍ଷିଣେ ଯିବ ।
ଯେବେ ସୂର୍ଯ୍ୟ ଘରେ ରହିବ । ସୂର୍ଯ୍ୟକର ମାଡ଼ି ଶୁତିବ ।
ୟେମନ୍ତ୍ର ଉଲଟ ପାଲଟ । ନିତ୍ୟେ ସାଧନେ ରହେ ଘଟ ।
ପବନେ ଅନ୍ୟାଅନ୍ୱି ତୋଳି । ଚନ୍ଦ୍ରକୁ ସୂର୍ଯ୍ୟ ଘରେ ଭରି ।
ନୟନ ନାସିକା ଅଗ୍ରତେ । ସ୍ଥାପିଣ ରଖିବ ନିଚଳେ ।
ୟେମନ୍ତେ ମାସକେ ସମ୍ପୁର୍ବେ । ଜ୍ୟୋତିକି ଦେଖୁବ ନୟନେ ଯେମନ୍ତେ ନିରତେ ସାଧୁବ ! ଦିନକୁ ଦିନ ବଳାଇବା ୟେମନ୍ତେ ସାଧ ହୋ ଅର୍ଜୁନ । ନିଚଳେ ରହିବ ପବନ ପ୍ରଳଯେ ଯେସନେକ ହେତୁ । ବିଚାର ବ୍ରହ୍ମଗ୍ୟ’ ନ ତଡ଼ୁ ଅନନ୍ତ ବ୍ରହ୍ମା ନିର୍ବିକାର || ବନ୍ଧ ବାନ୍ଧିଲେ ହେ” ସ୍ଥିର ସର୍ବଦା ଜଳ ରହିଥୁବ ! ମାନ କେବେହେରଂ ନାଶ ନ ଯିବା !! ଦଶଦ୍ବାର ଗଳିଆ ହୋଇ | ... ଯେଥୁରେ ଜଳ ମୁହି ହୋଇ
ଯେତେ ଗଳିଆ ବେଙ୍ଗେ ବାନ୍ଧ ଅଶେଷ ଜଳ ମହାରନ୍ଧ୍ର ପଞ୍ଚାଶ ପ୍ରକୃତି କାଟିବୁ ପଞ୍ଚ ପବନ ହୁନ୍ଦୁ ନେବ୍ରୁ ଯେ ରୂପେ ଯୋଗର ବିଚାର ଅର୍ଜୁନ କହେ ଚକ୍ରଧର
ଜହୋଇ ବଳରାମ ଦାସ ନନ୍ଦ ନନ୍ଦନ ନିଜୋତ୍ୟ ଆଶ
ଇତି ଶ୍ରୀ ବ୍ରହ୍ମାଣ୍ଡ ଭୋଗୋଳ ଚରିତେ ନାମ ବିଚିଂଶ ଅଧ୍ୟାୟ !