ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୧୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨୧

ବାଳକର ଅନ୍ତଃକରଣରେ ଅଡାଇ ଦଣ୍ଡର ମଧ୍ୟରେ ଛ ହଜାର ଥର ପୁଣି ଯୁବା ମନୁଷ୍ୟରେ ଚାରି ହଜାର ଥର ନାଡୀର ଗମନ ହୁଅଇ ।

ଶିଷ୍ୟ । ରକ୍ତର ଗତି ବିଷୟରେ ସମସ୍ତ ବୋଧ କରିବାକୁ ନ ପାରି ତହିଁରେ ସନ୍ଦେହ ହୁଅଇ ।

ଗୁରୁ । ରକ୍ତର ଗତି କହିଲେ ଫୁସ୍ଫୁସିରେ ଓ ରକ୍ତ ପ୍ରବାହିନୀ ନାଡୀରେ ତାହାର ଯେ ଋପ ଗତି ତାହା ସମସ୍ତ ବୋଧଗମ୍ୟ ହେବାରେ ଶୁଦ୍ଧ ସ୍ପଷ୍ଟଋପରେ ରକ୍ତର ଗତି ବୋଲା ଯାୟେ ଯେହେତୁ ରକ୍ତ ଶରୀରର ମଧ୍ୟରେ ସର୍ବଦା ଗତି କରୁ ଅଛି ।

ଶିଷ୍ୟ । ଅନ୍ନର ରସଠାରୁ ହିଁ ଯେ ରକ୍ତ ଜନ୍ମର ଏହା କି ଆପଣ ନ କହିଲ ?

ଗୁରୁ । ହାଁ, ତାହାଠାରୁହିଁ ରକ୍ତ ଜନ୍ମଇ ପ୍ରମାଣ ମାନ୍ତ୍ର ଖାଇଲାର ଦ୍ରବ୍ୟର ଅଗେ ନ୍ତ୍ରମେ ନାନା ବିକାର ପ୍ରାପ୍ତ ହୁଅଇ ଶେଷରେ ରସ ହେଲେ ସେହି ରସର ନୂତନ ରକ୍ତ ଜନ ବକ୍ଷସ୍ଥଳସ୍ଥ ପ୍ରଣାଳୀରେ ପ୍ରବେଶ କରୁ ସେହି ପ୍ରଣାଳୀରୁ ରକ୍ତ ବାହିନୀ ନାଡୀରେ ଗମନ କରଇ । ତହୁଁ ଆଗମନ କରୁଛି ଯେ ପୂର୍ବର ରକ୍ତ ତାହା ସଙ୍ଗେ ନୂତନ ରକ୍ତ ଅନ୍ତଃକରଣରେ ପ୍ରବେଶ ହୋଇ ସେଠାରୁ ଫୁସ୍ଫୁସିରେ ଯାୟେ ପୁଣି ଫୁସ୍ଫୁସିରୁ ପୁନର୍ବାର ଅନ୍ତଃକରଣରେ ଫେରି ଆସଇ ।

ଶିଷ୍ୟ । ତହିଁ ଉରାରେ କି ହୁଅଇ ?

ଗୁରୁ । ସେ ରକ୍ତ ଫୁସ୍ଫ୍ସି ଦ୍ୱାରା ଅନ୍ତଃକରଣରେ ପ୍ରବେଶ ହୁଅନ୍ତେ ସେଠାରୁ ସର୍ବାଙ୍ଗରେ ଖେଳାପେ ତହୁଁ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗର ଅଗ୍ରଭାଗସ୍ଥିତ ରକ୍ତବାହିନୀ ନାଡୀରେ ପୁନର୍ବାର ହୃଦୟରେ ପ୍ରବେଶ ହୁଅଇ ।

ଶିଷ୍ୟ । ଶରୀରର ମଧ୍ୟରେ ଯେତେ ଥର ରକ୍ତ ଗମନାଗମନ