ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨୨


କରଇ ତେତେ ଥରଇ ଯେ ରକ୍ତବାହିନୀ ନାଡୀରୁ ଫୁସ୍ଫୁସିରେ ଯାୟେ ଏହାର କାରଣ କି ?

ଗୁରୁ । ଯେବେ କୌଣସି ରକ୍ତର କିଛି ଗୁଣର ହାନି ଜନ୍ମଇ ତେବେ ସେ ଫୁସ୍ଫୁସିରେ ଗମନ କରିବାରେ ତା ମଧ୍ୟସ୍ଥ ବାୟୁରେ ସେ ପୁନର୍ବାର ଶୁଦ୍ଧ ପୁଣି କର୍ମଯୋଗ୍ୟ ହୁଅଇ ।

ଶିଷ୍ୟ । ଏ କଥା ଶୁଣି ଆମ୍ଭର ଚମତ୍କାର ଜ୍ଞାନ ହେଲା ?

ଗୁରୁ । ଈଶ୍ୱର ଯେ ଆମ୍ଭମାନଙ୍କୁ ଏମନ୍ତ ଆଶ୍ଚର୍ଯ୍ୟ ଋପରେ ସୃଜନ କରିଅଛନ୍ତି ତୁମ୍ଭେ ତାହାଙ୍କାର ଧନ୍ୟବାଦ କର । ଏହି ବିଷୟରେ ଆହୁରି ଗୋଟିଏକ କଥା କହିବାକୁ ଅଛି ତାହା ତୁମ୍ଭର ଅଧିକ ମନ ଲଗାଇବାର ଯୋଗ୍ୟ ଅଟଇ ପୁଣି ଶୁଣିହିଁ ଆଶ୍ଚର୍ଯ୍ୟଜ୍ଞାନ କରିବ ଏନିମନ୍ତେ ତାହା କହି ଶୁଣ । ଯେ ରକ୍ତ ରକ୍ତବାହିନୀ ନାଡୀରେ ସର୍ବ ଶରୀରରୁ ହୃଦୟରେ ପ୍ରବେଶ ହୁଅଇ ସେ ଯେବେ ନିକଟସ୍ଥ ହୋଇ ହୃଦୟରେ ପ୍ରବେଶ ନୋହି ତଳକୁ ଯାୟେ ତେବେ ଆମ୍ଭମାନଙ୍କର ତତକ୍ଷଣାତ ପ୍ରାଣ ଛାଡି ଯାୟେ । ପୁଣି ଏହି ଘଟଣା ନୋହିବାର ଏକ ପ୍ରତିବନ୍ଧକ ଅଛି ଅର୍ଥାତ ରକ୍ତବାହିନୀ ନାଡୀରେ ଏକ କବାଟ ବିଶେଷ ଥିବାରେ ତହିଁରେ ରକ୍ତ ଉପରକୁଇ ଉଠି ତଳକୁ ଖଷି ନ ପାରଇ ।

ଶରୀରର ମାନସିକ ଗୁଣ ବିଷୟରେ

ଶିଷ୍ୟ । ଶରୀରର ବାହାର ଓ ଅନ୍ତରସ୍ଥ ବିଷୟ ସମସ୍ତ କହିଲ । ଏବେ ଅବଧାନ ଯେବେ ଅନୁଗ୍ରହ କରି ଆତ୍ମାର ବିଷୟ କିଛି କହନ୍ତି ତେବେ ବଡ ଭଲ ହୁଅନ୍ତା ।

ଗୁରୁ । ଶ୍ରବଣ କର । ଆତ୍ମା ମହତ୍ତ୍ୱ ଓ ଐଶ୍ୱର୍ଯ୍ୟରେ ଶରୀରଠାରୁ ଶ୍ରେଷ୍ଠ ଯେହେତୁ ତହିଁରେ ଇଶ୍ୱରଙ୍କର ଦତ୍ତ ଜ୍ଞାନ ଓ ଅମରତ୍ୱ ଗୁଣ ଅଛି ।