Jump to content

ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୨୩


ଶିଷ୍ୟ । ଜ୍ଞାନର ଗୁଣ କାହାକୁ ବୋଲି ?

ଗୁରୁ । ଯହିଁରେ ଆମ୍ଭମାନଙ୍କର ବୋଧ, ସନ୍ଦେହ, ବିବେଚନା, ଇଚ୍ଛାଦି ଜନ୍ମଇ ତାହାକୁଇ ଜ୍ଞାନ ବୋଲି । ଏହା ବିନୁ ତହିଁରେ ସ୍ମରଣ ଓ ଅନୁରବ ଆଉ ଦୁଇ ଗୁଣ ଅଛି ।

ଶିଷ୍ୟ । ଆତ୍ମାରେ ରାଗ ଅଛି କି ନାହିଁ ?

ଗୁରୁ । ହାଁ ଅଛି, ଯେହେତୁ ଆମ୍ଭେମାନେ ଆତ୍ମାର ଆନନ୍ଦ, ପ୍ରେମ, ଅଭିଳାଷ, ଲୋଭ, ପ୍ରତ୍ୟାଶା, ଅଭିମାନ, ଇତ୍ୟାଦି କରୁଅଛୁଁ । ଆଉ ଦୟା, ଅନୁଗ୍ରହ, ଭୟ, ଲଜ୍ଜା, ଶୋକ, ଇତ୍ୟାଦି ନାନା ଗୁଣହିଁ ଅଛି ।

ଶିଷ୍ୟ । ରାଗାଦି ଏହି ସମସ୍ତ ଗୁଣ କି ଆମ୍ଭମାନଙ୍କର ହିତର ନିମନ୍ତେ ହୁଅଇ ?

ଗୁରୁ । ହାଁ, ତହିଁରେ ସନ୍ଦେହ କି ? ଯେହେତୁ ଆମ୍ଭେମାନେ ଯେବେ ସେମାନଙ୍କୁ ବଶୀଭୂତ କରି ଚଳିବାକୁ ପାରି ତେବେ ସେମାନଙ୍କଠାରୁ ଅନାୟାସେ ସତ୍ପଥରେ ଗମନ କରିବାକୁ ପାରି । ପୁଣି ଯେବେ ସେମାନଙ୍କୁ ବଶୀଭୂତ ନ କରି ଆମ୍ଭେମାନେ ସେମାନଙ୍କର ବଶୀଭୂତ ହୋଇ ତେବେ ସେମାନେ କୁପଥଗାମୀ ହୋଇ ଆମ୍ଭମାନଙ୍କର ପ୍ରତିକୁଳାଚରଣ କରିବାକୁ ପ୍ରବୃତ୍ତ ହୁଅନ୍ତି । ଏନିମନ୍ତେ ଯେ ଜନ ଆତ୍ମାଗୁଣର ପ୍ରତି ପ୍ରଭୁତ୍ୱ କରିବାକୁ ଅସମର୍ଥ ସେ ନିତାନ୍ତ ଭଙ୍ଗା ପାଚେରି ଓ ଶୂନ୍ୟ ନଗରର ତୁଲ୍ୟ ହୁଅଇ ।

ଶିଷ୍ୟ । ଭଲା ଅବଧାନ, ଶରୀଋ ଓ ଆତ୍ମାର ଯୋଗ କି ପ୍ରକାରରେ ହୁଅଇ ?

ଗୁରୁ । ଏ ବିଷୟରେ ଅତି ଜ୍ଞାନି ଲୋକମାନେ କିଛି ନିଊପଣ କରିବାକୁ ପାରନ୍ତି ନାହିଁ ପୁଣି ଅନୁମାନ ହୁଅଇ ଆତ୍ମାର ସ୍ଥାନ ବ୍ରହ୍ମରନ୍ଧ ।