ଶିଷ୍ୟ । ପ୍ରତିଦିବସଇ ଲୋକର ମୃତ୍ୟୁ ହେବାରେ କ୍ରମେ ଜଗତ ଶୁନ୍ୟ ହେବାର ଭୟ କି ନୁହଇ ?
ଗୁରୁ । ତହିଁରେ ଭୟ କି ? ଯେହେତୁ ଏହି ଜଗତରେ ଅନୁମାନ ହୁଅଇ ଷାଠିଏ ନିମିଷର ମଧ୍ୟରେ ଯେବେ ଷାଠିଏ ଜଣ ମରନ୍ତି ତେବେ ଷାଠିଏରୁ ଅଧିକ ମନୁଷ୍ୟ ଜନ୍ମନ୍ତି । ସେ ବିଷୟରେ ଏ ଦେଶର ପଣ୍ଡିତ ମାନେ ବୋଲନ୍ତି ଯେ ପ୍ରତି ଦିବାରାତ୍ରିରେ ଲକ୍ଷ ସଂଖ୍ୟା କରି ମନୁଷ୍ୟ ଜନ୍ମଇ ଓ ମରଇ । ମାତ୍ର ଯେତେ ଜନ୍ମଇ ତାହାର ମଧ୍ୟରେ ଏକ ଶ ପାଞ୍ଚ ସଂଖ୍ୟା ପୁରୁଷ ପୁଣି ଏକ ଶତ ସ୍ତ୍ରୀ ଲୋକ ଜନ୍ମଇ । ଯେଣୁ ବାଲ୍ୟାବସ୍ଥାରେ ପୁଣି ଯୁଦ୍ଧ ସ୍ଥଳରେ ପୁରୁଷ ଅଧିକ ମରଇ ଏହି ନିମନ୍ତେ ସ୍ତ୍ରୀ ଠାରୁ ପୁରୁଷ ଅଧିକ ।
ଶିଷ୍ୟ । ବୋଧ ହୁଅଇ ଗାଁଉଲି ଗାଁଠାରୁ ବଡ ନଗରରେ ଅଧିକ ଲୋକର ମୃତ୍ୟୁ ହୁଅଇ ।
ଗୁରୁ । ହାଁ ହୁଅଇ ପ୍ରମାଣ, କାରଣ ଗାଁଉଲି ଗାଁରେ ଯେମନ୍ତ ଉତ୍ତମ ବାୟୁ ବଡ ନଗରରେ ସେଋପ ନୋହେ ଏହି ନିମନ୍ତେ ଅବଶ୍ୟ ପ୍ରଶ୍ୱାସର ବାୟୁ ପରିଷ୍କୃତ ନୁହଇ । ତାହା ଛାଡି ଆହୁରି କାରଣ ଅଛି ଯେ ସ୍ଥାନରେ ନିବିଡ ବସତି ପୁଣି ଅଧିକ ଜନସମୂହ ସେ ସ୍ଥାନରେ କୌଣସି ଡିଁଆରୋଗ ଜନ୍ମିଲେ ଅକସ୍ମାତ ଅନେକର ସେହି ରୋଗ କିନ୍ତୁ ପ୍ରାଣର ହାନି କରଇ । ପୁଣି ବଡ ନଗର ହେଉ କିଅବା ଗାଁଉଲିଗାଁ ହେଉ ଆମ୍ଭେମାନେ ଯେ ସ୍ଥାନରେ ବସତି କରି ସେ ସ୍ଥାନରେ ଈଶ୍ୱରର କୃପାଋପ ବାୟୁ ସେବା ଓ ତାହାର ଦୀପ୍ତି ପୁଣି ପୃଥିବୀର ଫଳ ଭୋଗ କରି । ଏଣୁ ଆମ୍ଭମାନଙ୍କର ଯେ ଯତକଞ୍ଚିତ୍ ଅଛି ସେ ସମସ୍ତ ଈଶ୍ୱରଠାରୁ ପ୍ରାପ୍ତ । ଏନିମନ୍ତେ ଯେ ଶରୀର ପୁଣି ଆତ୍ମାକୁ ଈଶ୍ୱରଠାରୁ ପ୍ରାପ୍ତ ହୋଇଅଛୁ ।