ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨୭


ମନୋଯୋଗର ଯୋଗ୍ୟ ଅଛି କି ନାହିଁ ? ପ୍ରତ୍ୟେକ ଜନ୍ତୁର ଯେ ସମସ୍ତ ସ୍ୱାଭାବିକ ଗୁଣ ତାହା ସର୍ବଦା ସମଭାବ ଥାୟେ । ଦେଖ ଘୋଡା ସମସ୍ତ ସର୍ବଦା ସତେଜ ଓ ରାଗାନ୍ୱିତ ଥାଆନ୍ତି । ପୁଣି ମେଣ୍ଢା ଛୁଆମାନଙ୍କର ଯେ କୋମଳ ସ୍ୱଭାବ ଓ ଅହିଂସତା ତାହାଇ ସର୍ବଦା ଥାୟେ । ଆହୁରି ଦେଖ, ଠେକୁଆଗଣ ସବୁବେଳେ ସରୟ ଥାନ୍ତି । ପୁଣି କୁକୁରମାନଙ୍କର ଯେ ମୁନିବର ଉପକାର ନିମନ୍ତେ ସର୍ବଦା ସତର୍କ ଥିବାର ଓ ନିଶ୍ୱସ୍ତ ହେବାର ସ୍ୱାଭାବିକ ଗୁଣ ତାହାଇ ଦେଖ, ସବୁବେଳଇ ସମାନ ଥାୟେ ।

ଶିଷ୍ୟ । ଏଥିରେ ଯେ ସମସ୍ତ ଜନ୍ତୁକୁ ଆମ୍ଭମାନଙ୍କର ଅର୍ଧାନ କରିଅଛନ୍ତି ସେହି ସୃଷ୍ଟିକର୍ତ୍ତାର ଧନ୍ୟବାଦ କରିବାର ଆମ୍ଭମାନଙ୍କର ଅତି ଉଚିତ ।

ଗୁରୁ । ହାଁ, ଏହି ସମସ୍ତ ଜନ୍ତୁ ଆମ୍ଭମାନଙ୍କର ହିତର ନିମନ୍ତେ ଜାତ ହୋଇଅଛନ୍ତି ଏହା ଯେବେ ଆମ୍ଭେମାନେ ମନରେ ସ୍ଥିର ରଖି ତେବେ ତାହାଙ୍କର ଧନ୍ୟବାଦ କରି ଆମ୍ଭମାନଙ୍କର ଆଉ ଅଧିକ ଉଚିତ ବୋଧ ହେବ । ଆମ୍ଭମାନଙ୍କର ନିମନ୍ତେ ଯେବେ ସେମାନଙ୍କର ସୃଷ୍ଟି ହୋଇଅଛି ତେବେ ସେମାନଙ୍କର ନିଗ୍ରହ କରିବା ଉଚିତ ନୁହଇ । ଯେହେତୁ ତାହା କଲେ ଈଶ୍ୱରର ଗୋଚରେ ଆମ୍ଭମାନଙ୍କର ଦ୍ରୋହସ୍ୱଭାବ ପ୍ରକାଶ ହୁଅଇ । ପୁଣି ଅତିଶୟ ପରିଶ୍ରମ ଯୁକ୍ତ ଅସାଧ୍ୟ କର୍ମସାଧନରେ ସେମାନଙ୍କୁ ନିଯୁକ୍ତ କରିବାର ଉଚିତ ନୁହଇ । ମାତ୍ର କୌଣସି ପ୍ରକାରେ ସେମାନଙ୍କର ରକ୍ଷଣଆବେକ୍ଷଣ ଓ ଭତଣପୋଷଣ ନିମନ୍ତେ ପୁଣି ସେମାନଙ୍କୁ ଆବଶ୍ୟକ ଦ୍ରବ୍ୟ ଦେବାର ଆମ୍ଭମାନଙ୍କର ଉଚିତ । ପଶୁର ପ୍ରତି ଧାର୍ମିକ ଲୋକମାନଙ୍କର ଦୟା କରିବାର ଅତି କର୍ତ୍ତବ୍ୟ ଅଟଇ ।

ଶିଷ୍ୟ । ବନଜାତ ପଶୁରେ ଆମ୍ଭମାନଙ୍କର ଉପକାର କି ?

ଗୁରୁ । ଅନେକ ଉପକାର ଅଛି । ଦେଖ, କେତେଗୁଡାଏ ବନସ୍ତ