ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୨୯

ହେଁ ହସ୍ତ, ପାଦ, ଅଙ୍ଗୁଳୀ, ନଖ, ଇତ୍ୟାଦି ଅବୟବରେ ମନୁଷ୍ୟ ଗଣରେ ଓ ଏହି ପଶୁରେ ଭେଦ ନାହିଁ ।

ଶିଷ୍ୟ । ତେବେ କି ଏହି ପଶୁମାନଙ୍କର ସମ୍ମୁଖସ୍ଥିତ ଦୁଇ ଚରଣକୁ ଆପଣ ହସ୍ତ ବୋଲନ୍ତି ?

ଗୁରୁ । ହାଁ, ଆଉ ଚତୁସ୍ପଦଠାରୁ ଏମାନଙ୍କର ସମ୍ମୁଖସ୍ଥତ ଦୁଇପଦ ମନୁଷ୍ୟ ହସ୍ତର ସଦୃଶ । ଯେହେତୁ ଦେଖ, ସେମାନେ ସେ ଦୁଇ ହସ୍ତରେ ମନୁଷ୍ୟର ନ୍ୟାୟ ବୃକ୍ଷାରୋହଣ କରିବାକୁ ପାରନ୍ତି ପୁଣି ଫଳ ତୋଳି ଧରିବାକୁ ପାରନ୍ତି । ତହିଁ ଉଷାଚ ସେମାନଙ୍କର କେତେ ଗୁଜାର ଲାଙ୍ଗୁଡ ଏମନ୍ତ ଶକ୍ତିମାନ ଯେ ତହିଁରେ ସେମାନେ ବୃକ୍ଷର ଶାଖା ବେଷ୍ଟନ କରି ଅନାୟାସରେ ଆପଣାମାନଙ୍କୁ ରକ୍ଷା କରନ୍ତି ।

ଶିଷ୍ୟ । ଦ୍ୱିତୀୟ ବର୍ଗର ମଧ୍ୟରେ କି ଜନ୍ତୁ ?

ଗୁରୁ । ହସ୍ତି, ଗଣ୍ଡା, ବରାହ, ପିମ୍ପୁଡୀଖାୟି, ଅଳସ୍ପଦ, ଇତ୍ୟାଦି ଦ୍ୱିତୀୟ ବରାଗର ମଧ୍ୟରେ । ଏମାନଙ୍କର ମୁଖର ସମ୍ମୁଖ ଭାଗରେ ଦନ୍ତ ନାହିଁ ପୁଣି ପାଦରେ ଖୁରାର ନ୍ୟାୟ ଅତି ତୀକ୍ଷ୍ନାଗ୍ର କଠିଣ ନଖ ଅଛି ।

ଶିଷ୍ୟ । ଅଳସପଦ ପଶୁ କି ଅତି ଧୀରଗାମୀ ନୋହେ ?

ଗୁରୁ । ଆଉ ବର୍ଗଠାରୁ ଦ୍ୱିତୀୟ ବର୍ଗର ପଶୁ ମାତ୍ରେଇ ଧୀରଗାମୀ ପ୍ରମାଣ ବିଶେଷରେ ଅଳସପଦ, ଯେଣୁ ସେ ଏକ ଦିବସରେ ଶେ ହାତଇ ଗମନ ନ କରନ୍ତି । ପ୍ରାୟ ବୃକ୍ଷର ଉପର ଭାଗରେଇ ଥାଆନ୍ତି । ପୁଣି ସର୍ବଦାଇ କାତିର ଅତି ଆଳସ୍ୟଯୁକ୍ତ ହୋଇ ଗମନାଗମନ କରନ୍ତି ପୁଣି ଯେ ସମୟ ବୃକ୍ଷର ଉପର ଭାଗରେ ଭ୍ରମଣ କରନ୍ତି ସେ କାଳରେ ଶୀଘ୍ର ଚଳନ୍ତି । ଏମାନଙ୍କର ରୋଦନର ଶବ୍ଦ ଅତି ଆଶ୍ଚର୍ଯ୍ୟ ପୁଣି ଏମାନଙ୍କର ଚକ୍ଷୁର ଜଳ ପ୍ରତ୍ୟକ୍ଷ ଦେଖା ଯାୟେ ।

ଶିଷ୍ୟ । ତୃତୀୟ ବର୍ଗର ମଧ୍ୟରେ କେଉଁ ପଶୁ ଅଛି ?

ଗୁରୁ । ତୃତୀୟ ବର୍ଗର ମଧ୍ୟରେ ସମସ୍ତ ହିଂସ୍ର ଜନ୍ତୁ । ସେ