ଶଷ୍ୟ । ଅବଧାନ ଅନୁଗ୍ରହ କରି ଏବେ ପକ୍ଷୀ ଜାତିର ବିଷୟ କିଛି ବୋଲୁନ୍ତୁ ଯେହେତୁ ସେମାନଙ୍କର ମଧୁର ଦ୍ୱନିରେ ଆମ୍ଭର ବଡ ସନ୍ତୋଷ ଜନ୍ମଇ ।
ଗୁରୁ । ତୁମ୍ଭେ ଯେବେ ସେହି ସନ୍ତୋଷର ବାଞ୍ଛ କର ତେବେ ଅତି ପ୍ରାତଃକାଳେ ନିଦ୍ରାରୁ ଉଠ ।
ଶିଷ୍ୟ । ଆମ୍ଭେ ପ୍ରତ୍ୟହଇ ପ୍ରାତଃକାଳରେ ନିଦ୍ରାରୁ ଉଠି ଥାଇ ତାହା କେବଳ ସୁସ୍କତାର ନିମନ୍ତେ ନୋହେ ପୁଣି ଆନନ୍ଦର ନିମନ୍ତେଇ ପ୍ରମାଣ
ଗୁରୁ । ତୁମ୍ଭେ ଯେ ପ୍ରତିଦିନ ପ୍ରାତଃକାଳରେ ନିଦ୍ରାରୁ ଉଠ ଅ ଆମ୍ଭର ନିତାନ୍ତ ବାଞ୍ଛ ଯେଣୁ ପାଠ, ଧ୍ୟାନ, ବିବେଚନାଦି କରିବାର ସେ ଯୋଗ୍ୟ ସମୟ ।
ଶିଷ୍ୟ । ଆମ୍ଭେ ଉଠିବାକୁ ଚେଷ୍ଟା କରିବା ପୁଣି ଏକ୍ଷଣରେ କିଋପେ ପକ୍ଷିଗଣକୁ ଚିହ୍ନିବାକୁ ହୁଅଇ ତାହା ଅନୁଗ୍ରହ କରି ବୋଲିନ୍ତୁ ।
ଗୁରୁ । ଅଣ୍ଡରୁ ଓ ପକ୍ଷିରୁ ଚିହ୍ନିବାକୁ ହୁଅଇ ଆଉ ସେମାନଙ୍କର ଅଗ୍ରସ୍ଥିତ ଦୁଇ ଗୋଡର ବଦଳେ ଦୁଇ ପକ୍ଷ ହୋଇଅଛି ।
ଶିଷ୍ୟ । ପକ୍ଷୀ ସମସ୍ତ କେତେ ବର୍ଗରେ ବିଭିନ୍ନ ପୁଣି ସେମାନଙ୍କର ବିଶେଷ ଚିହ୍ନ ବା କି ?
ଗୁରୁ । ସେମାନେ ଛ ବର୍ଗରେ ବିଭିନ୍ନ ହୁଅନ୍ତି ପୁଣି ଥଣ୍ଟରେ ସେମାନଙ୍କର ବିଶେଷ ବୋଧ ହୁଅଇ ।
ପ୍ରଥମ ବରାଗର ମଧ୍ୟରେ ଗୁଧ୍ର, ଚିଲ,ଶ୍ୱେନ, ଇତ୍ୟାଦି ହିଂସ୍ର ପକ୍ଷୀ ସମସ୍ତ ସେମାନଙ୍କର ଥଣ୍ଟା ବକ୍ରାକାର ଲଗୀ ପରି ହୁଅଇ ।