ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୩୭

କି ତୁମ୍ଭର ଆଶ୍ଚର୍ଯ୍ୟ ବୋଧ ନୁଅଇ ? ଦେଖ, ଏମନ୍ତ ବଡ ଜନ୍ତୁ ଯେ ଷଣ୍ଢ ସେ କେବଳ ଘୋରତର ଗଭୀର ନାଦ କରଇ । ତାହା ଛଡା ପକ୍ଷିର ବିଷୟରେ ଆହୁରି ଏହି ଏକ କଥା ଖିବାର ଅଛି ଯେ ସେମାନେ ବନର ମଧ୍ୟଦେଇ ଉଡିଲେହିଁ ସେମାନଙ୍କର କୋଣସି କ୍ଷତି ନୁହଇ । କାରଣ ସେମାନଙ୍କର ନୟନରେ ମନୁଷ୍ୟ ଚକ୍ଷୁର ଅଗୋଚର ଏମନ୍ତ ଆବରଣ ଚର୍ମ ଥିବାରେ ତହିଁରେ ସେମାନଙ୍କର ଦୃଷ୍ଟିର ବ୍ୟାଘାତ ନ ଜନ୍ମଇ । ସେମାନଙ୍କର ଦୂର ଦର୍ଶନରେ ତାହାର ପ୍ରମାଣ ହୋଇଅଛି । ଆଉ ସେମାନଙ୍କର କର୍ଣ୍ଣ କେବଳ ରନ୍ଧ୍ର ମାତ୍ର ହେଲେହେଁ ରୋମରେ ଆଚ୍ଛନ ସକାଶେ ଉଡିବାର କାଳରେ ବାୟୁରେ ଶ୍ରବଣର ବିଘ୍ନ ନ ଜନ୍ମଇ ।

ଶିଷ୍ୟ । ଭଲ ଅବଧାନ, ଯହିଁରେ ଖାଦ୍ୟଦ୍ରବ୍ୟ ଚୋବା ଯାଏ ଏମନ୍ତ ଦନ୍ତ ପକ୍ଷିମାନଙ୍କର ନ ଦେଖି ।

ଗୁରୁ । ହାଁ, ଦନ୍ତ ନାହିଁ ପ୍ରମାଣ ମାତ୍ର ଖାଦ୍ୟ ବସ୍ତୁ ଖଣ୍ଡ କରିବାର ନିମନ୍ତେ ସେମାନଙ୍କର ଥଣ୍ଟ ଅଛି । ଜଳର ମଧ୍ୟରେ ଯେଉଁମାନେ ଆହାର ସଞ୍ଚୟ କରନ୍ତି ସେମାନଙ୍କର ଥଣ୍ଟ ଦୀର୍ଘ ପୁଣି ଯେଉଁମାନେ ଧାନ୍ୟାଦି ଶସ୍ୟ ଭକ୍ଷଣ କରନ୍ତି ସେମାନଙ୍କର ସାନ ଥଣ୍ଟ ଆଉ ବଡ ପକ୍ଷିମାନଙ୍କର ଲୋହବତ କଠିଣ ଥଣ୍ଟ ହୁଅଇ ।

ଶିଷ୍ୟ । ଆହାରର ଅପ୍ରାପ୍ତିରେ କେତେକ ପକ୍ଷୀ କି ନ ମରନ୍ତି ?

ଗୁରୁ । ଏମନ୍ତ କଦାଚିତ ଘଟଇ ପ୍ରାୟ ଆହାର ବିନୁ କେହି ନ ମରନ୍ତି ଏହା ଆମ୍ଭର ନିଶ୍ଚୟ ଅଛି । ବରଞ୍ଚ ଯେ ପକ୍ଷିଗଣ ଶୀତକାଳର ନିମନ୍ତେ ଖାଦ୍ୟଦ୍ରବ୍ୟ ସଞ୍ଚୟ ନ କରନ୍ତି ସେମାନେହେଁ ସେ କାଳରେ ଯୋଗ୍ୟ ଆହାର ପାନ୍ତି ଯେହେତୁ ପରମେଶ୍ୱର କ୍ଷୁଦ୍ର ଘରଚଟିୟା ଚଡାଇକୁ ନ ପାସୋରନ୍ତି । ଏନିମନ୍ତେ ଯେ ପକ୍ଷିଗଣ ନିଜ ଦେଶରେ ଯୋଗ୍ୟ ଆହାର ନ ପାନ୍ତି ସେମାନେ ଦେଶାନ୍ତୁରରେ ଯାଇ ପ୍ରାଣଧାରଣ କରନ୍ତି । ଏହି ପକ୍ଷିମାନଙ୍କର ନାମ ଭ୍ରମଣକାରୀ