ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୩୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୩୯

ଗୁରୁ । ସେମାନଙ୍କର ଶରୀରସ୍ଥ ପକ୍ଷିରେ ଜଣାଯାଏ । ସେ ପକ୍ଷି ଅଙ୍ଗ ବିଶେଷରେ ଥିଲେ ବିଶେଷ ନାମ ପାଏ, ଯେମନ୍ତ ବକ୍ଷସ୍ଥଳସ୍ଥ ପକ୍ଷି, ଉଦରସ୍ଥିତ ପକ୍ଷି, ଗୁହ୍ୟ ଦେଶସ୍ଥ ପକ୍ଷି, ଲେଞ୍ଜସ୍ଥ ପକ୍ଷି, ଇତ୍ୟାଦି ।

ଶିଷ୍ୟ । ପଶୁମାନଙ୍କର ଯେମନ୍ତ ଚରଣ ତେମନ୍ତରେ କି ମସ୍ଚ୍ୟ ମାନଙ୍କର ପକ୍ଷି ?

ଗୁରୁ । ହାଁ, ପଶୁମାନଙ୍କର ଯେମନ୍ତ ଚରଣ ମସ୍ଚ୍ୟର ଗୁହ୍ୟସ୍ଥ ପକ୍ଷି ସେଋପ ଜାଣିବ । ଏହି ପକ୍ଷିର ସ୍ଥାନ ଓ ବିଦ୍ୟମାନତାରେ ମସ୍ଚ୍ୟ ଜାତୀୟର ବର୍ଗ ବିଭିନ୍ନ ହୁଅଇ ।

ଶିଷ୍ୟ । ମସ୍ଚ୍ୟ ଜାତିର କେତେ ବର୍ଗ ଅଛି ?

ଗୁରୁ । ସେମାନଙ୍କର ଛଅ ବର୍ଗ । ପ୍ରଥମ ବର୍ଗସ୍ଥ ମସ୍ଚ୍ୟର ବକ୍ଷସ୍ଥଳରେ ପକ୍ଷି ନାହିଁ । ଯଥା, କୋଚିଆ, ତୋଡି ଆଦି ସବୁ ।

ଦ୍ୱିତୀୟ ବର୍ଗର ମଧ୍ୟରେ ଗାଧ ମସ୍ଚ୍ୟ ଇତ୍ୟାଦି । ସେମାନଙ୍କର ଉଦରସ୍ଥ ପକ୍ଷି ବକ୍ଷସ୍ଥଳସ୍ଥ ପକ୍ଷିର ଆଗେ ଥାଏ ।

ତୃତୀୟ ବରାଗର ମଧ୍ୟରେ ଯେ ସମସ୍ତ ମସ୍ଚ୍ୟ ସେମାନଙ୍କର ଉଦରସ୍ଥିତ ପକ୍ଷି ବକ୍ଷସ୍ଥ ପକ୍ଷିର ତଳେ ଥାଏ । ଯେମନ୍ତ କ୍ଷୁଦ୍ର ଚାଳି, ପାୟୁରା ଚାନ୍ଦି, ଇତ୍ୟାଦି ।

ଚତୁର୍ଥ ବର୍ଗସ୍ଥିତ ମସ୍ଚ୍ୟର ଉଦରସ୍ଥ ପକ୍ଷି ବକ୍ଷସ୍ଥ ପକ୍ଷିର ପଛାଆଡେ ଥାଏ ଯେମନ୍ତ ମୃଗେଲ, ମାଈମାଛ, ଇତ୍ୟାଦି ।

ଏହି ଚାରି ବର୍ଗ ଭିନ୍ନ ଯେ ଦୁଇ ବର୍ଗ ରହିଲେ ସେମାନଙ୍କର ଶରୀରରେ ଅସ୍ଥିର ବଦଳେ ଉପଅସ୍ଥି ଥାଏ । ଏହି ଦୁଇଙ୍କର ପ୍ରଥମ ବର୍ଗର ମଧ୍ୟରେ ଚୋଷକ ମସ୍ଚ୍ୟ, ଶେଷ ବର୍ଗର ମଧ୍ୟରେ ହାଙ୍ଗର, ଇତ୍ୟାଦି ଜାଣିବ ।

ଶିଷ୍ୟ । ମସ୍ଚ୍ୟ ବର୍ଗର ନିର୍ମାଣ ବିଷୟରେ କିଛି ଅସାଧାରଣ କଥା ଅଛି କି ନାହିଁ ?

ଗୁରୁ । ହାଁ ଅଛି, ଉଡିବାର ନିମନ୍ତେ ପକ୍ଷିଗଣର ଯେମନ୍ତ