ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୪୩

ଶିଷ୍ୟ । ସେମାନଙ୍କର ବିଷୟରେ ଅଳ୍ପ ବିବେଚନା କରିଅଛୁ ପୁଣି ସୁନ୍ଦରଋପେ ଜାଣିବାକୁ ପାରି ନାହୁଁ ।

ଗୁରୁ । ପରମେଶ୍ୱରର ସୃଜିଲା ଜନ୍ତୁ ଯେବେ କ୍ଷୁଦ୍ର ହୁଅଇ ତେବେହେଁ ତାହାକୁ ତୁଚ୍ଛବୋଧ କରିବାର ଅନୁଚିତ ।

ଶିଷ୍ୟ । ତେବ ପତଙ୍ଗ କେତେ ବର୍ଗରେ ବିରକ୍ତ ହୁଅନ୍ତି ତାହା ଅନୁଗ୍ରହ କରି ଆମ୍ଭକୁ ବୋଲୁନ୍ତୁ ।

ଗୁରୁ । ସେମାନଙ୍କର ସପ୍ତ ବର୍ଗ ?

ଶିଷ୍ୟ । ତାହା କି ପ୍ରକାରେ ବିଭକ୍ତ ହୁଅଇ ?

ଗୁରୁ । ପକ୍ଷସଂଖ୍ୟା ପୁଣି ଗୁଣ ଏହି ଦୁଇରେ ପୁଣି ପକ୍ଷିର ଅଭାବରେ ଭେଦ କରା ଯାୟେ ।

ଶିଷ୍ୟ । ଏହି ସମସ୍ତ ବର୍ଗର ବିବରଣ ଆପଣ କି କହିବେ ?

ଗୁରୁ । ହାଁ, ତେବେ ଶୁଣ । ପ୍ରଥମ ବର୍ଗର ମଧ୍ୟରେ ଯେ ସମସ୍ତ ପତଙ୍ଗ ସେମାନଙ୍କର ଚାରି ପକ୍ଷି ତାହାର ଉପର ପକ୍ଷି ଶୃଙ୍ଗ ସଦୃଶ କଠିଣ ସେ କେବଳ ଆବରଣାର୍ଥ ମାତ୍ର ପୁଣି ଝିଲ୍ଲିଲ ବସ୍ତ୍ରଠାରୁହିଁ ସୋର ତଳର ଯେ ପକ୍ଷି । ଦୁଇ ସେହି ପ୍ରକୃତ ପକ୍ଷି । ଯଥା ଗୋବରିୟା ପୋକ ଇତ୍ୟାଦିର ପକ୍ଷି ।

ଦ୍ୱିତୀୟ ବର୍ଗ ପତଙ୍ଗର ଆବରଣାର୍ଥେ ଦୁଇ ଅର୍ଧ ପକ୍ଷି ଥାୟେ । ଯଥା ଫଡଙ୍ଗ, ଗନ୍ଧପୋକ, ଇତ୍ୟାଦି ।

ତୃତୀୟ ବର୍ଗ ପତଙ୍ଗର ପକ୍ଷି ଲୋମାକାର ଓ ଧୂଳିବର୍ଣ୍ଣ କାତିରେ ବ୍ୟାପ୍ତ ହୁଅଇ । ଯଥା ପ୍ରଜାପତି ଇତ୍ୟାଦିର ।

ଚତୁର୍ଥ ବର୍ଗର ମଧ୍ୟରେ ଝି ଝି ଇତ୍ୟାଦି । ସେମାନଙ୍କର ପକ୍ଷି ଅତି ସୂକ୍ଷ୍ମ ଚର୍ମକୁତ ଆର୍ଶିର ପ୍ରାୟେ ନିର୍ମଳ ପୁଣି ସେମାନଙ୍କର ନାହୁଡ ନାହିଁ ।

ପଞ୍ଚମ ବର୍ଗର ମଧ୍ୟରେ ଯେ ସମସ୍ତ ପତଙ୍ଗ ସେମାନଙ୍କର ପକ୍ଷି