ସୁକ୍ଷ୍ମ ଚର୍ମାକାର ପୁଣି ସେମାନେ ନାହୁଡାଯୁକ୍ତ । ଯଥା ବଲୁରି, ଭ୍ରମର, ପିମ୍ପୁଡି ବିଶେଷ, ଇତ୍ୟାଦି ।
ଷଷ୍ଠ ବର୍ଗ ପତଙ୍ଗର ଦୁଇ ପକ୍ଷି । ଯଥା ମକ୍ଷିକା, ମଶକ, ଇତ୍ୟାଦି ।
ସପ୍ତମ ବର୍ଗ ପତଙ୍ଗର ପକ୍ଷି ନାହିଁ ଯଥା, ବୁଢିଆଣୀ, ଘୁଣପୋକ, ଇତ୍ୟାଦି । ପୁଣି ଏହି ସପ୍ତମ ବର୍ଗର ମଧ୍ୟରେ କଙ୍କଡା, ଚିଙ୍ଗଡା, ଗଲାଚୁଙ୍ଗୁଡି, କଙ୍କଡାବିଛା, ଇତ୍ୟାଦି ଜାଣିବ ।
ଶିଷ୍ୟ । ଏହି ପତଙ୍ଗର ଜୀବଦ୍ଦଶାରେ କି ନାନା ଅବସ୍ଥା ନୁହଇ ?
ଗୁରୁ । ହାଁ, ସେମାନେ ଅଣଜ୍ଞଡଜ ଡିମ୍ବରୁ ଜନ୍ମିଲେ ଜୀବଦ୍ଦଶାରେଇ ଚାରି ଅବସ୍ଥା ପ୍ରାପ୍ତ ହୁଅନ୍ତି । ପ୍ରଥମରେ ଡିମ୍ବ ହୁଅଇ, ପଛେ ଶୁଆପୋକ ହୁଅଇ, ତହିଁ ଉତ୍ତାରେ ଗୁଟି ବାନ୍ଧି ନିଷ୍ପନ୍ଦ ଥାଇ, ସମୟ ସମ୍ପୁର୍ଣ୍ଣ ହେଲା ଉତ୍ତାରେ ପତଙ୍ଗ ହୁଅନ୍ତି ।
ଶିଷ୍ୟ । ପତଙ୍ଗଗଣ କେଉଁ ୨ ସ୍ଥାନରେ ଥାନ୍ତି ?
ଗୁରୁ । ସେମାନେ ସମସ୍ତ ସ୍ଥାନରେଇ ଥାନ୍ତି । ଦେଖ, ଆକାଶ, ପୃଥିବୀ, ଜଳ, କାଷ୍ଠ, ପଥର, ଶଙ୍ଖ, କାଦୁଅ, ବାଲି, ଇତ୍ୟାଦି ସବୁଠାରେ ଥାନ୍ତି ।
ଶିଷ୍ୟ । ସେମାନେ କି ରକ୍ଷଣ କରନ୍ତି ?
ଗୁରୁ । ପ୍ରାୟ ସମସ୍ତର ଭକ୍ଷଣ କରନ୍ତି । ଦେଖ, ମାଂସ, ମସ୍ଚ୍ୟ, ପୁଷ୍ପ, ଶାଗ, କାଦୁଅ, ଗୋଳିଆପାଣି, ଇତ୍ୟାଦି ସମସ୍ତ ସେମାନେ ଭୋଜନ କରନ୍ତି ।
ଶିଷ୍ୟ । ସେମାନଙ୍କର ଶରୀରର ମଧ୍ୟରେ କେଉଁ ୨ ଅଙ୍ଗର ଆଶ୍ଚର୍ଯ୍ୱ ଦର୍ଶନ ହୁଅଇ ?
ଗୁରୁ । ସେମାନେ ଯହିଁରେ ଦଂଶକ ଓ ଆପଣାକୁ ରକ୍ଷା କରିବାକୁ ପାରନ୍ତି ଏମନ୍ତ ଯେ ଚକ୍ଷୁ, ପକ୍ଷି, ବର୍ଣ୍ଣ, ଏ ସମସ୍ତ ଅଙ୍ଗର ସେମାନଙ୍କର ଆଶ୍ଚର୍ଯ୍ୱ । ତୁମ୍ଭେ ଯେବେ କ୍ଷୁଦ୍ର ଦୂରବିଣରେ ଦୃଷ୍ଟି କର ତେବେ ପ୍ରଜାପତିର ପକ୍ଷିର ଉପରେ ଯାହା ଆମ୍ଭେମାନେ