ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୪୫

ଧୂଳୀବତ୍ ବୋଧ କରି ସେ ସମସ୍ତ ଯେ କେମନ୍ତ ସୁନ୍ଦର ବିଚିତ୍ର ରୋମ ତାହା ଦେଖିବାକୁ ପାଇବ । ପୁଣି ସେମାନଙ୍କର ଚରଣଇ ବିବେଚନାର ଯୋଗ୍ୟ ପ୍ରମାଣ ଯେଣୁ ମାଛିମାନେ ଜଳାକବାଟ ଉପରେ ଛିଡା ହୋଇ ଉଠିବାକୁ ପାରନ୍ତି ପୁଣି ଛତର ଉପରକ୍ତ ଉର୍ଦ୍ଧ ମୁଖରେ ଗମନ କରିବାକୁ ପାରନ୍ତି ।

ଶିଷ୍ୟ । କିପ୍ରକାରେ ସେମାନଙ୍କର ଏମନ୍ତ ଗମନ ହୁଅଇ ?

ଗୁରୁ । ସେମାନଙ୍କର ଚରଣରେ ଅଠାର ପ୍ରାୟେ ବସ୍ତ୍ର ଅଛି ଏହିନିମନ୍ତେ ଧାରଣ କରିବାକୁ ପାରନ୍ତି । ତାହା ଛଡା ଆମ୍ଭମାନଙ୍କର ଗୋଚରରେ ଯେ କୌଣସି ବସ୍ତ୍ର ସମାନ ଚିକଣିୟା ହୁଅଇ ତାହା ସେମାନଙ୍କର ଗୋଚରେ ଏମନ୍ତ କଠୋର ବୋଧ ହୁଅଇ ଯେ ସେମାନେ ଅନାୟାସରେ ସେହି କ୍ଷୁଦ୍ର କୋମଳ ଚରଣରେ ତାହା ଟାଣି କରି ଧରିବାକୁ ପାରନ୍ତି ।

ଶିଷ୍ୟ । ସେମାନଙ୍କର ଜନ୍ମ କି ପ୍ରକାର ହୁଅଇ ?

ଗୁରୁ । ସେମାନଙ୍କର ଡିମ୍ବରେ ଉତ୍ପନ୍ନ ହୁଅଇ । ସେମାନଙ୍କର ଅସଂଖ୍ୟ ଡିମ୍ବ ହେଲେ ଫୁଟାଇବାର ପୂର୍ବରେ ନିର୍ଜନ ସ୍ଥାନରେ ତାହା ରକ୍ଷା କରନ୍ତି।

ଶିଷ୍ୟ । ଅନେକ ପତଙ୍ଗ କି ହିଂସ୍ରକ ନୋହେ ?

ଗୁରୁ । ହାଁ, ତହିଁରେ ସନ୍ଦେହ କି? ପଙ୍ଗପିଳ, ଶୁଅପୋକ,ଇତ୍ୟାଦି ଏମାନେ ହିଂସ୍ରକ ପୁଣି ଏମାନଙ୍କର ଠାରେ ଯେମନ୍ତ ଅଧିକ ଅନିଷ୍ଟ ନୁହଇ ଏହିନିମନ୍ତେ ପକ୍ଷିଗଣ ସେମାନଙ୍କର ଅନେକକୁ ଭୋଜନ କରନ୍ତି । ମାତ୍ର ଯେ ଗୁଟିପୋକ୍କୁ ଆମ୍ଭମାନେ ହିଂସ୍ର କରି ବୋଲି ସେମାନଙ୍କରହିଁ ଠାରୁ ଆମ୍ଭମାନଙ୍କର ଅନେକ ଉପକାର ହୁଅଇ କେବଳ ସେମାନଙ୍କରଠାରୁ ହିଁ ହୁଅଇ ଏମନ୍ତ ନୋହେ ଆଉ ଅନେକ ପୋକରୁହିଁ ଉପକାର ହୁଅଇ ଏହା ଆମ୍ଭମାନଙ୍କର ମନରେ ନିଶ୍ଚୟ ଅଛି ପୁଣି ଆମ୍ଭେମାନେ ତାହା