ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୩୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୪୫

ଧୂଳୀବତ୍ ବୋଧ କରି ସେ ସମସ୍ତ ଯେ କେମନ୍ତ ସୁନ୍ଦର ବିଚିତ୍ର ରୋମ ତାହା ଦେଖିବାକୁ ପାଇବ । ପୁଣି ସେମାନଙ୍କର ଚରଣଇ ବିବେଚନାର ଯୋଗ୍ୟ ପ୍ରମାଣ ଯେଣୁ ମାଛିମାନେ ଜଳାକବାଟି ଉପରେ ଛିଡା ହୋଇ ଉଠିବାକୁ ପାରନ୍ତି ପୁଣି ଛାତର ଉପରକୁ ଉର୍ଦ୍ଧ ମୁଖରେ ଗମନ କରିବାକୁ ପାରନ୍ତି ।

ଶିଷ୍ୟ । କିପ୍ରକାରେ ସେମାନଙ୍କର ଏମନ୍ତ ଗମନ ହୁଅଇ ?

ଗୁରୁ । ସେମାନଙ୍କର ଚରଣରେ ଅଠାର ପ୍ରାୟେ ନସ୍ତ୍ର ଅଛି ଏହିନିମନ୍ତେ ଧାରଣ କରିବାକୁ ପାରନ୍ତି । ତାହା ଛଡା ଆମ୍ଭମାନଙ୍କର ଗୋଚରରେ ଯେ କୌଣସି ବସ୍ତ୍ର ସମାନ ଚିକଣିୟା ହୁଅଇ ତାହା ସେମାନଙ୍କର ଗୋଚରେ ଏମନ୍ତ କଠୋର ବୋଧ ହୁଅଇ ଯେ ସେମାନେ ଅନାୟାସରେ ସେହି କ୍ଷୁଦ୍ର କୋମଳ ଚରଣରେ ତାହା ଟାଣି କରି ଧରିବାକୁ ପାରନ୍ତି ।

ଶିଷ୍ୟ । ସେମାନଙ୍କର ଜନ୍ମ କି ପ୍ରକାରେ ହୁଅଇ ?

ଗୁରୁ । ସେମାନେ ଡିମ୍ବରୁ ଉତ୍ପନ୍ନ ହୁଅଇ । ସେମାନଙ୍କର ଅସଂଖ୍ୟ ଡିମ୍ବ ହେଲେ ଫୁଟାଇବାର ପୁର୍ବରେ ନିର୍ଜନ ସ୍ଥାନରେ ତାହା ରକ୍ଷା କରନ୍ତି ।

ଶିଷ୍ୟ । ଅନେକ ପତଙ୍ଗ କି ହିଂସ୍ରକ ନୋହେ ?

ଗୁରୁ । ହାଁ, ତହିଁରେ ସନ୍ଦେହ କି ? ପଙ୍ଗପାଳ, ଶୁଆପୋକ, ଇତ୍ୟାଦି ଏମାନେ ହିଂସ୍ରକ ପୁଣି ଏମାନଙ୍କରଠାରେ ଯେମନ୍ତ ଅଧିକ ଅନିଷ୍ଟ ନୁହଇ ଏହିନିମନ୍ତେ ପକ୍ଷିଗଣ ସେମାନଙ୍କର ଅନେକକୁ ଭୋଜନ କରନ୍ତି । ମାତ୍ର ଯେ ଗୁଟିପୋକକୁ ଆମ୍ଭେମାନେ ହିଂସ୍ର କରି ବୋଲି ସେମାନଙ୍କରହିଁ ଠାରେ ହୁଅଇ ଏମନ୍ତ ନୋହେ ଆଉ ଅନେକ ପୋକରୁହିଁ ଉପକାର ହୁଅଇ ଏହା ଆମ୍ଭମାନଙ୍କର ମନରେ ନିଶ୍ଚୟ ଅଛି ପୁଣି ଆମ୍ଭେମାନେ ତାହା