ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୪୬

ଜ୍ଞାତସାର ନୋହି । ଆଉ ପ୍ରାୟ ସମସ୍ତ ପତଙ୍ଗହିଁ ବଡ କର୍ମଶୀଳ ହୁଅନ୍ତି । ଦେଖ, ମହୁମାଛିର ଯତ୍ନରୁ ଆମ୍ଭେମାନେ ମଧୁ ଓ ମହମ ପାଇ ସେମାନଙ୍କର ମହମ ନିର୍ମିତ ଉଷ୍ମ ଚାକର ମଧ୍ୟରେ ମଧୁ ଥାୟେ ।

ଶିଷ୍ୟ । ଭଲା ଅବଧାନ, ମନୁଷ୍ୟମାନଙ୍କର ଯେ କର୍ମ ଅସାଧ୍ୟ ତାହା କି ମଧୁ ମକ୍ଷିକାମାନେ କରିବାକୁ ପାରନ୍ତି ? ସେମାନେ କି ପ୍ରକାରେ ମଧୁ ଉତ୍ପନ୍ନ କରନ୍ତି ?

ଗୁରୁ । ସେମାନେ ନାନା ସ୍ଥାନରେ ଏଣେତେଣେ ଭ୍ରମଣ କରି କ୍ଷେତ୍ର, ବନ, ଉପବନରୁ ଶୁଣ୍ଢରେ କ୍ରମେ ପୁଷ୍ପରସ ଆଣି ଚ୍କର ମଧ୍ୟରେ ସଂଗ୍ରହ କରନ୍ତି ।

ଶିଷ୍ୟ । ସେମାନେ କି ଆପଣାମାନଙ୍କର ଚାକ ଚିହ୍ନିବାକୁ ପାରନ୍ତି ପୁଣି ସର୍ବଦାଇ କି ସେ ଚାକର ମଧ୍ୟରେ ଥାନ୍ତି ?

ଗୁରୁ । ମଧୁମକ୍ଷିକା ସମସ୍ତ ଶାସିତ ପ୍ରକାର ପ୍ରାୟେ ଜନ୍ତୁ ସେମାନଙ୍କର ମଧ୍ୟସ୍ଥିତ ଯେ ଏକ ରାଣୀ ଅଛି ସମସ୍ତେଇ ତାହାର ଅଧୀନ ହୋଇ ଥାନ୍ତି । ତହିଁରେ ଯେମନ୍ତ ନିୟମରେ ଆଦେଶ ପାଇ ତାହା ଗ୍ରହଣ ଓ ପାଳଣ କରନ୍ତି । ପୁଣି ନିଜ ବର୍ଗର ହତର ନିମନ୍ତେ ଯତ୍ନ କରି ଏକକୁଆରେକ ଉପକାର ଚେଷ୍ଟା କରନ୍ତି । ଏମନ୍ତେ ସେମାନଙ୍କଠାରୁ ଆମ୍ଭେମାନେ ଅନେକ ଉପଦେଶ ପାଇବାକୁ ପାରି । ଦେଖ, ସେମାନେ ଯେବେ ଝାଙ୍କ କରି ମଧୁ ଚାକର ଆଡେ ଦୌଡନ୍ତି ତେବେ ଶୀଘ୍ର ଯେ ବୃଷ୍ଟି ହେବ ଏହା ଜଣା ଯାୟେ ।

ଶିଷ୍ୟ । ଏମନ୍ତ ମଧୂମକ୍ଷିକାମାନଙ୍କୁ ଯେ ନଷ୍ଟ କରିବାର ଏହା କି ନିର୍ଦୟର କର୍ମ ନୋହେ ? ପୁଣି ସେମାନଙ୍କର ଏପ୍ରକାର ସଞ୍ଚିତ ଧନ ଯେ ହରଣ କରିବାର ଏହା କି ଅକାର୍ଯ୍ୟ କର୍ମ ନୋହେ ?

ଗୁରୁ । ନା, ସେମାନଙ୍କର ପରିଶ୍ରମଲବ୍ଧ, ମଧୂ ହରଣ କଲେ