ବିଶେଷ ଯେ ପିପୀଲିକାମାନଙ୍କର ରାଜା ନାହିଁ ସମସ୍ତେଇ ଆପଣା ୨ ପ୍ରଧାନ । ଦେଖ, ସେମାନେଇ ଗ୍ରୀଷ୍ମକାଳରେ ଖାଦ୍ୟସାମଗ୍ରୀ ସଞ୍ଚୟ କରନ୍ତି ମାତ୍ର ଶୀତକାଳର ନିମନ୍ତେ ଯେ ସେହି ଭକ୍ଷ୍ୟ ଯତ୍ନ କରି ରଖନ୍ତି ତାହା ନୋହେ, ତେବେକିନା ଆପଣାମାନଙ୍କର ଅଣ୍ଡରୁ ଜାତ ନୂତନ ଶିଶୁ ଗଣର ନିମନ୍ତେ ରଖନ୍ତି ଏଥିରେ ଅନୁମାନ ହୁଅଇ ଶୀତକାଳରେ ସେମାନେ ମଲାର ପ୍ରାୟେ ହୋଇ ରହନ୍ତି । ଯେ ସମୟରେ ସେମାନଙ୍କର ଅଣ୍ଡରୁ ଶିଶୁ ବାହାର ହୁଅଇ ସେକାଳରେ ସେମାନେ ଯତ୍ନ କରି ଶିଶୁମାନଙ୍କର ଶରୀରରୁ ଆଚ୍ଛାଦନ ଚର୍ମ ଦୂର କରି ତହିଁ ଉତ୍ତାରେ ଶିଶୁମାନଙ୍କୁ ଆହାର ଦେଇ ଭ୍ରମଣ ସ୍ଥାନ ଦେଖାନ୍ତି ।
ଶିଷ୍ୟ । ଏହି ପିମ୍ପୁଡି ସମସ୍ତ କି ସୁଚତୁର ନୁହନ୍ତି ?
ଗୁରୁ । ହାଁ, ସେମାନଙ୍କର ଆପଣା ୨ ଗୃହ ନିର୍ମାଣ, ଖାଦ୍ୟଦ୍ରବ୍ୟ ସମ୍ପାଦ ଗୃହକୁ ଆଣିବାର, ଏକକୁଆରେକ ଅଭିପ୍ରାୟ ବୋଧ, ପୁଣି ନିୟମାନୁସାରେ ଶୀଘ୍ର କର୍ମ କରିବାର ଇତ୍ୟାଦି କ୍ରିୟାରେ ସେମାନଙ୍କର ଉତ୍ତମ ସୁଚତୁରଇ ପ୍ରକାଶ ପାଉଅଛି । ଏହି ପିମ୍ପୁଡିମାନଙ୍କର ବାସସ୍ଥାନ ଏକ ପ୍ରକାର ନଗରର ତୁଳ୍ପ, ଯେଣୁ ରାତ୍ରିକାଳରେ ତାହାର ଦ୍ୱାର ବନ୍ଦ ଥାଏ ପୁଣି ଦିବସରେ ସେ ଦ୍ୱାରରେ ପ୍ରହରୀ ଥାଏ । ଆଉ ସେ ନଗରର ମଧ୍ୟରେ ଆପଣମାନଙ୍କ ହିତାର୍ଥେ ଅନେକ ୨ ଗୃହ ନିର୍ମିତ ଅଛି ତହିଁରେ ପ୍ରତ୍ୟେକ ପ୍ରତିବାସି ପିମ୍ପୁଡିମାନେ ଆପଣା ଗୃହ ଚିହ୍ନିବାକୁ ପାରନ୍ତି ପୁଣି ତହିଁରେ ଥାଇ ଯତ୍ନ କରି ଏକ ଚିତ୍ତରେ ଆପଣା ୨ କର୍ମ କରନ୍ତି । ସେମାନଙ୍କର ନିୟମ, ବ୍ୟବହାର ବିବେଚନା କଲେ ଆମ୍ଭମାନଙ୍କର ଅନେକ ଉପଦେଶ ଲାଭ ହେବାକୁ ପାରଇ, ଅଳସ ଲୋକ ସେମାନଙ୍କର କର୍ମ ନିପୁଣତା ଦେଖିଲେ ତକ୍ଷ୍ଣାତ୍ ଶିକ୍ଷା ପାଇବାକୁ ପାରନ୍ତି ଏନିମନ୍ତେ ପ୍ରାଚୀନମାନଙ୍କର ଉକ୍ତି ଅଛି, ହେ ଅଳସ ଲୋକ, ତୁମ୍ଭେ ପିମ୍ପୁଡିଙ୍କର ନିକଟରେ ଯାଇ ତାହାର ଆଚରଣ ଦେଖି ଜ୍ଞାନବାନ୍ ହୁଅ ।