ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୪୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୪୯

ଶିଷ୍ୟ । ଶୁଁ ଅପୋକର ବିଷୟ ବଡ ଆଶ୍ଚର୍ଯ୍ୟ କି ନାହିଁ ?

ଗୁରୁ । ହାଁ, ପ୍ରଥମ ଦେଖିବାକୁ ସେମାନଙ୍କର ଆକୃତି ଅତି ସୁନ୍ଦର ଦେଖାଯାଏ ପୁଣି କିଛି ଦିନ ଉତ୍ତାରେ ବିକାର ପ୍ରାପ୍ତ ହେଲେଇ ଆଶ୍ଚର୍ଯ୍ୟଋପ ପ୍ରଜାପତି ହୁଅନ୍ତି । ଶିଷ୍ୟ । ସେମାନଙ୍କର ଏକ ବର୍ଗରୁ କି ଆମ୍ଭମାନଙ୍କର ପଟସୂତ୍ର ଜନ୍ମଇ ।

ଗୁରୁ । ହାଁ, ଗୁଟୀପୋକରୁ ପଟସୂତ୍ର ଉତ୍ପନ୍ନ ହୁଅଇ । ସେମାନଙ୍କର ଉଦରରେ ଯେ କ୍ଷୁଦ୍ର ଫୁଟିକା ଅଛି ତହିଁରେ ଅଠା ଅଛି, ତହିଁରୁ ସେ ସୂତ୍ର ଜନ୍ମଇ । ସୁବର୍ଣ୍ଣର ତାର କରିବା ଅର୍ଥେ ଯେ ସୂକ୍ଷ୍ମ ରନ୍ଧ୍ର ବିଶେଷ ଲୋହ ଯନ୍ତ୍ର ସ୍ୱର୍ଣ୍ଣକାର ଗୃହରେ ଥାଏ ତାହା ତୁମ୍ଭେ ଦେଖିଥିବ, ସେହି ଆକାର ଏକ ଯନ୍ତ୍ର ସେ ଗୁଟାପୋକର ମୁଖର ତଳେ ଅଛି ତାହାର ରନ୍ଧ୍ର ଦେଇ ସେହି ଅଠା ବାହାର ହୁଅଇ । ପ୍ରଥମରେ ଅଠା ପ୍ରସ୍ତୁତ ହୁଅଇ, ସେ ଅଠାରୁ ତାର ବାହାର ହେଲେ ସେ ଯନ୍ତ୍ରର ରନ୍ଧ୍ରରେ ଆକର୍ଷିତ ହୋଇ ଦୀର୍ଘ ସୁତ୍ରାକାର ହୁଅଇ ତାହାକୁଇ ରେସମ ବୋଲା ଯାଏ ।

ଶିଷ୍ୟ । ତାହାଠାରୁ କିପ୍ରକାରେ ରେସମ ପ୍ରସ୍ତୁତ ହୁଅଇ ?

ଗୁରୁ । ପ୍ରଥମରେ ଜଳପୂର୍ଣ୍ଣ ପାତ୍ରରେ ପଲ୍ଲକୁ ଅଗ୍ନିର ତାପରେ ସିଝାଇ କୁଁଚିରେ ସୂତ୍ରର ଅଗ୍ରଭାଗ ସନ୍ଧ୍ନ କରିପାଇଲେ ସେ ପାତ୍ରର ନିକଟସ୍ଥ ଏକ ଲୋହ ଯନ୍ତ୍ରର ରନ୍ଧ୍ରରେ ସେ ସୂତ୍ରାଗ୍ର ପ୍ରବେଶ କରାଇ କ୍ରମରେ ଆଉ କଳରେ ସୂତା ଗୁଡିୟାନ୍ତି, ଆଉ କେହି ବା ନଟାଇରେ ସୂତ୍ର ବାହାର କରଇ । ଏହି ଏକ ଗୁଟୀରେ ପ୍ରାୟ ତିନି ଶ ଗଜ ପରିମାଣ ସୂତ୍ର ବାହାର ହୁଅଇ । ତାହାର ଏମନ୍ତ ସୂକ୍ଷ୍ମତା ଯେ ଆଠ କି ଦଶ ତାର ଏକତ୍ର କଲେ ସାଧାରଣ କର୍ମର ଯୋଗ୍ୟ ହୁଅଇ । ଏହି ପଟସୂତାରେ ନାନାବିଧ ରେସମୀ ବସ୍ତ୍ର ପ୍ରସ୍ତୁତ ହୁଅଇ ।