ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୧୩

ହାନି କରିବାକୁ ନ ପାରଇ ଏହି ନିମନ୍ତେ ସେ ଆପଣା ତୋଳାକୁ ସଙ୍କୁଚିତ କରିବାକୁ ପାରଇ । ଆଉ ଯେବେ ଅଳ୍ପ ତେଜ ଲାଗଇ ସେ କାଳରେ ଅଧିକ ଦୀପ୍ତି ଗ୍ରହଣ କରିବା ପାଇଁ ତାହାକୁ ବିସ୍ତାର କରିବାକୁ ପାରଇ ।

ଶିଷ୍ୟ । ଚକ୍ଷୁର ପତାଲୋମ ଥିବାରେ କି ଫଳ ?

ଗୁଋ । ପତାଲୋମରେ ପ୍ରଚଣ୍ଡ କିରଣ‌ଋ ଚକ୍ଷୁର ରକ୍ଷା ହୁଅଇ ପୁଣି କ୍ଷୁଦ୍ର ୨ ପୋକର ପଶିବାର ନିବାରଣ ହୁଅଇ ।

ଶିଷ୍ୟ । ଆକ୍ଷିର ପତା ଥିବାର ଆମ୍ଭମାନଙ୍କର କି ଉପକାର ?

ଗୁଋ । ଆକ୍ଷୀ ପତା ନୟନର ଆବରଣ, ତହିଁରେ ଆମ୍ଭେମାନେ ପର୍ଦାର ନ୍ୟାୟ ଦିବସରେ ମେଲା କରିବାକୁ ପାରି ରାତ୍ରିକାଳରେ ମୁଦ୍ରିତ କରି ଅନାୟାସରେ ଓ ନିର୍ବିଘ୍ନରେ ନିଦ୍ରା ଯିବାକୁ ପାରି ।

ଶିଷ୍ୟ । ଭ୍ରୂ ଥିବାର କି ଫଳ ?

ଗୁଋ । ଫଳ ଏହି ଯେ ଭ୍ରୂରେ ନୟନ ଧୂଳି ଓ ଝାଳ‌ଋ ରକ୍ଷା ପାଏ ଯେଣୁ ଧୂଳି ଓ ଝାଳ ନୟନରେ ପ୍ରବେଶ ହେଲେ ଅତିଶୟ ଯନ୍ତ୍ରଣାଦାୟକ ହୁଅଇ । ପୁଣି ଦୃଷ୍ଟି ରୋଧ କରିବାକୁ ପାରଇ । ଏନିମନ୍ତେ କୌଣସି ୨ ସମୟରେ ଭ୍ରୂ ନୟନ‌କୁ ରକ୍ଷା କରଇ ତାହା କେବଳ ନୋହେ ତାହାକୁ ନିର୍ମଳ ରଖଇ ।

ଶିଷ୍ୟ । ନୟନର ଜଳ କିଋପେ ଉତ୍ପନ୍ନ ହୁଅଇ ?

ଗୁଋ । ଚକ୍ଷୁ ଯେମନ୍ତ ସର୍ବଦା କୋମଳ ଓ ନିର୍ମଳ ଥାଏ ଏଥିପାଇଁ ସନ୍ଧିସ୍ଥାନ ଦ୍ୱାରା ଚକ୍ଷୁରେ ସର୍ବଦା ଜଳ ସଞ୍ଚିତ ହୁଅଇ । ଯେ ଜଳ ଚକ୍ଷୁର ଯୋଗ୍ୟ ନୋହେ ସେ ଜଳ ନାସିକାର ଏକ ରନ୍ଧ୍ର ଦେଇ ନାସିକାରେ ପ୍ରବେଶ ହୁଅନ୍ତେ ନାସାର ମଧ୍ୟରେ ପ୍ରସାରିତ ହୁଅଇ ପୁଣି ନିଶ୍ୱାସ ପ୍ରଶ୍ୱାସ ଓ ଉତ୍ତାପରେ ଶୁଷ୍କ ହୋଇଯାଏ ।

ଶିଷ୍ୟ । ଭଲା ଅବଧାନ, କର୍ଣ୍ଣହି କି ଏମନ୍ତ ଆଶ୍ଚର୍ଯ୍ୟ ନିର୍ମିତ ?

ଗୁଋ । ହାଁ, ତାହାର ନିର୍ମାଣ ବଡ ଆଶ୍ଚର୍ଯ୍ୟ । ସେ ସମସ୍ତ ତୁମ୍ଭେ