ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୫୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୫୭

ସମ୍ମୁଖ ଭାଗରେ ବୃଦ୍ଧି ପାୟେ । ଏଥିରେ ନିତାନ୍ତ ଶମ୍ବୁକର ସେହି ଭାଗରେ ବୃଦ୍ଧି ସମ୍ଭବ ହୁଅଇ । ସେ ଶଙ୍ଖରଜନକ ଯେ ଅଠାସ୍ୱୃପ ପୂଜ ଓ ବାଲୁକାଋପ ଅତି ସୁକ୍ଷ୍ମ ପରମାଣୁ ସେମାନଙ୍କର ଶରୀର ମଧ୍ୟରେ ଥାୟେ ତାହା ଦୁଇ ମିଳିତ ହୋଇ ଶଙ୍ଖର ସମସ୍ତ ଅବୟବକୁ ବୃଦ୍ଧି କରଇ ପୁଣି ଚୋପା ବନ୍ଦ କରଇ ଏଥିରେ କୃମିର ଶଙ୍ଖ କିପ୍ରକାରେ ଜନ୍ମଇ ତାହା ତୁମ୍ଭର ବୋଧ ହେବାକୁ ପାରଇ ।

ଶିଷ୍ୟ । ଭଲା ଅବଧାନ, ଏହି ଶମ୍ବୂକ କି ସର୍ବ ଦେଶରେ ମିଳଇ ?

ଗୁରୁ । ହାଁ, ପୁଣି ଆଉ ସବୁ ଶଙ୍ଖଠାରୁ ବର୍ଣ୍ଣରେ, ପରିମାଣରେ, ଚିହ୍ନରେ ଏହି ଶାମୁକର ନାନା ପ୍ରକାର ଆଶ୍ଚର୍ଯ୍ୱ ଗୁଣ ଅଛି । ଏଦେଶରେ ଓ ଦକ୍ଷିଣ ଇଉରୋପ ଦେଶରେ ଶାମୁକର ଶଙ୍ଖ ବଡ ଜନ୍ମଇ ମାତ୍ର ଯେତେ ଉତ୍ତରରେ ଯିବ ତେତେ ସେମାନଙ୍କର ପରିମାଣ କ୍ଷୁଦ୍ର ଓ ଅଳ୍ପ ରଙ୍ଗ ଦେଖିବ ।

ଶିଷ୍ୟ । ଭଲା ଅବଧାନ, କୌଣସି ଶାମୁକ ଖାଦ୍ୟର ନିମନ୍ତେ କି ଭଲ ନୁହଇ ?