ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୫୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୫୯

ଏହି ଋପେ ତିନି ଚତୁର୍ଥାଦ ଗର୍ଭଶିରାରେ ତୃତୀୟ ଚତୁର୍ଥାଦି ବର୍ଗ ହୁଅଇ ଜାଣିବ । ପୁଣି ମନୁଷ୍ୟ ମାନଙ୍କର ଇଚ୍ଛାନୁସାରେ ଗଣ ନିର୍ଣ୍ଣିତ ହୁଅଇ ଓ ପୁଷ୍ପର ଗୁଣ ବିଶେଷରେ ପ୍ରକାରର ନିର୍ଣ୍ଣୟ ହୁଅଇ ।

ଶିଷ୍ୟ । ବୃକ୍ଷର କେତେ ଜାତ ଅଛି ?

ଗୁରୁ । ବୃକ୍ଷର ୨୪ ଜାତି ଏହି ଜାତିର ମଧ୍ୟରେ ଏକ ଶ ବର୍ଗ ଅଛି ପୁଣି ଏହି ବର୍ଗର ମଧ୍ୟରେ ଦୁଇ ସହସ୍ର ଗଣ ଅଛି । ପୁଣି ଏହି ଗଣର ମଧ୍ୟରେ କୋଡିଏ ସହସ୍ର ପ୍ରକାର ଅଛି ପୁଣି ଏହି ପ୍ରକାରର ମଧ୍ୟରେ ସୁନ୍ଦର ସୁନ୍ଦର କୃଷକ, ସାର ମୃତ୍ତିକା, ବାୟୁ ବିଶେଷ, ଇତ୍ୟାଦିରେ ଅସଂଖ୍ୟ ପ୍ରଭେଦ କରା ଯାୟେ ।

ଶିଷ୍ୟ । ବୃକ୍ଷଗଣ କାହିଁରୁ ଉତ୍ପନ୍ନ ହୁଅଇ ।

ଗୁରୁ । ବୀଜରୁ ହୁଅଇ ପୁଣି ବୀଜର ରକ୍ଷା ନିମନ୍ତେ ତାହା ଛୋଲରେ ଉପୁଜାୟେ । ଏହି ପ୍ରତ୍ୟେକ ବୀଜରୁ ଆପଣା ଜାତି ଅନୁସାରରେ ବିଶେଷ ବୃକ୍ଷ ଜନ୍ମଇ । ଏହି ବୀଜ କୋଡିଏ ସହସ୍ର ପ୍ରକାର ଜଣା ଯାଉଅଛି ତାହା ଛଡା ଅନୁମାନ ହୁଅଇ ଆହୁରି ଅଧିକ ପ୍ରକାର ଥିବାକୁ ପାରଇ । ସେ ବୀଜ ବୁଣିଲେ ତାହାର ମୂଳ ତଳୈ ବାହାର ହୁଅଇ ପୁଣି କାଣ୍ଡ ଭାଗ ଉପରେ ଉଠଇ ।

ଶିଷ୍ୟ । ସେ ବୃକ୍ଷଗଣ କିଋପରେ ବୃଦ୍ଧି ପାୟେ ?

ଗୁରୁ । ବାୟୁ, ଜଳ, ଗ୍ରୀଷ୍ମ, ଖତମୃତ୍ତିକା, ଇତ୍ୟାଦିରେ ମୂଳ ଉପମୂଳର ଛିଦ୍ରରେ ରସ ପ୍ରବେଶ ହେଲେ ତହିଁରେଇ ସେ ସମସ୍ତ ବୃଦ୍ଧି ପାୟେ ।

ଶିଷ୍ୟ । ବୃକ୍ଷର ଛାଲ ଓ ପତ୍ରର ପ୍ରୟୋଜନ କି ?

ଗୁରୁ । ପ୍ରୟୋଜନ ଅଛି । ଛାଲରେ ବୃକ୍ଷ ଆଘାତରୁ ରକ୍ଷା ପାୟେ ବିଶେଷରେ ସ୍ଥଳ ରସାକର୍ଷଣ କଲେ ସେହି ରସରେ ଶାଖାଦିର ପୋଷଣ ହୁଅଇ ପୁଣି କାକର ଓ ବୃଷ୍ଟି ଗ୍ରହଣ କରିବାର ନିମନ୍ତେ ତାହାର ପତ୍ର ହୋଇଅଛି ।