ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୫୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୬୧

ଉତ୍ପନ୍ନ କରି ଅଛନ୍ତି ଆମ୍ଭମାନଙ୍କର ସେହି ପିତା କେମନ୍ତ ଦୟାମୟ ଏହା ଅବଶ୍ୟ ମନରେ କରିବାର ଉଚିତ ।

ଶିଷ୍ୟ । ଭଲା ଅବଧାନ, ଏହି ଦେଶର ମଧ୍ୟରେ କେଉଁ ବୃକ୍ଷ ବଡ ପ୍ରୟୋଜନ ହୁଅଇ ?

ଗୁରୁ । ନିତିୟ, ବାଉଁଶ, କଦଳୀ, ଇତ୍ୟାଦି ବୃକ୍ଷରେ ସର୍ବଦା ଲୋକର ପ୍ରୟୋଜନ । ଦେଖ, ନିତିୟାର ପତ୍ରଶିରେ ପଅଁରା ହୁଅଇ ପୁଣି ଫଳର କତାରେ ମେଜ ଇତ୍ୟାଦି ମାର୍ଜନା ହୁଅଇ ପୁଣି ଦଉଡୀ ଓ କାଛି ଜନ୍ମଇ ପୁଣି ଫଳର ଜଳ ଖାଇବାକୁ ଓ ଶସ୍ୟ ଭୋଜନ କରିବାକୁ ଅତି ଉତ୍ତମ ପୁଣି ସେ ଶସ୍ୟରୁ ତୈଳ ଜନ୍ମଇ ତହିଁଉତ୍ତାରୁ ଆଉ କର୍ମରେଇ ଲାଗଇ । ଆଉ ବାଉଁଶରେ ଗୃହ ପ୍ରସ୍ତୁତ ହୁଅଇ ଓ ଚାଉଳଧୁଆ କୁଲା ଇତ୍ୟାଦି ଗୃହର ନାନା ଉପକରଣ ହୁଅଇ ଓ ନାନା ଯନ୍ତ୍ର ନିର୍ମାଣ ହୁଅଇ । ଆଉ କଦଳୀର ପତ୍ରରେ ବାଳକମାନେ ପାଠଶାଳାରେ ଲେଖନ୍ତି ପୁଣି ଭୋଜନ ପାତ୍ର ଅଭାବରେ ତାହାର ପତ୍ରରେ ଲୋକମାନେ ଭୋଜନ କରନ୍ତି ଓ ତାହାର ମଞ୍ଜାରେ ବ୍ୟଞ୍ଜନ ପ୍ରସ୍ତୁତ ହୁଅଇ ପୁଣି ପ୍ରାୟ ସର୍ବଦେଶୀୟ ଲୋକମାନେ ତାହାର ଫଳକୁ ଭଲ ଜାଣି ଭୋଜନ କରନ୍ତି ।

ଶିଷ୍ୟ । କି ପ୍ରକାରେ ବୃକ୍ଷର ଫଳ ଜନ୍ମଇ ?

ଗୁରୁ । ଯେ ସ୍ଥାନରେ ପୁଷ୍ପ ହୁଅଇ ସେହି ସ୍ଥାନରୁଇ ପ୍ରାୟ ସମସ୍ତ ବୃକ୍ଷର ଫଳ ଉତ୍ପନ୍ନ ହୁଅଇ କେବଳ ମକା ବୃକ୍ଷର ନୁହଇ ପୁଣି ତାହାର ଯେ ସ୍ଥାନରେ ପୁଷ୍ପ ନୁହଇ ସେହି ସ୍ଥାନରେଇ ଫଳ ହୁଅଇ । ତାହା ଛଡା ପ୍ରାୟ ସମସ୍ତ ବୃକ୍ଷରଇ ପୁଷ୍ପରୁ ଫଳ ହୁଅଇ ପୁଣି ଅଶ୍ୱଥି, ବଟ, ଇତ୍ୟାଦି ବୃକ୍ଷର ପୁଷ୍ପ ନାହିଁ ପୁଣି ତରଭୁଜ, କାକୁଡି, ଇତ୍ୟାଦିର ପୁଷ୍ପ ନ ଜନ୍ମୁ ଆଗେ ଫଳ ଦେଖା ଯାଏ ।

ଶିଷ୍ୟ । ଫଳ କିଋପରେ ରକ୍ଷିତ ହୁଅଇ ?

ଗୁରୁ । ଚୋପାରେ ଫଳ ସମସ୍ତ ରକ୍ଷା ପାୟେ । ପୁଣି ସମସ୍ତ