ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୫୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୬୨

ଫଳରେ ସମାନଋପ ଚୋପା ନୁହଇ । ଦେଖ, ତରବୁଜ, କାକୁଡି, ଇତ୍ୟାଦି ଫଳର ଚୋପା ମୋଟ ହୁଅଇ ପୁଣି ଆଉ ଫଳର ଚୋପା ପାତଳ ହୁଅଇ । ଯେ ସମସ୍ତ ଫଳ ଫଳି ଭୂମିରେ ପଡି ଥାୟେ ସେମାନଙ୍କର ଚୋପା ଯେବେ ମୋଟ ନୁହନ୍ତା ତେବେ କୀଟରେ ନଷ୍ଟ ହୁଅନ୍ତା । ପୁଣି ଯେବେ ଦ୍ରାକ୍ଷାଫଳର ଚୋପା ତରବୁଜର ଚୋପାର ନ୍ୟାୟ ମୋଟ ହୁଅନ୍ତା ତେବେ ଚୁପୁଡିବାର ଓ ଚୋଚୁମିବାର ଯୋଗ୍ୟ ନୁହନ୍ତା ।

ଶିଷ୍ୟ । ଫଳର କେଉଁ ସ୍ଥାନରେ ବୀଜ ଥାୟେ ?

ଗୁରୁ । ବୃକ୍ଷ ଉତ୍ପତ୍ତର ନିମନ୍ତେ ବୀଜର ବଡ ପ୍ରୟୋଜନ ଏହି ନିମନ୍ତେ ଫଳର ମଧ୍ୟରେ ଯୋଗ୍ୟ ସ୍ଥାନରେଇ ବୀଜ ଥାୟେ ପୁଣି କୌଣସି ଫଳର ମଧ୍ୟରେ ନିବୀଡ ସ୍ଥାନରେ ଓ କୌଣସି ଫଳର ଚୋପାର ଭିତରେ ବୀଜ ଥାୟେ ।

ଶିଷ୍ୟ । ଭଲା ଅବଧାନ, ମନୁଷ୍ୟମାନେ ବୀଜ ରୋପଣ କରିବାକୁ ଓ ଗଜା ରକ୍ଷା କରିବାକୁ ଯତ୍ନ ନ କଲେହେଁ ଅନେକ ବୃକ୍ଷ ଲତାଦି ଉତ୍ପନ୍ନ ହୋଇ ନଷ୍ଟ ନୁହଇ ଏ ବଡ ଆଶ୍ଚର୍ଯ୍ୟ ।

ଗୁରୁ । ମନୁଷ୍ୟର ଚେଷ୍ଟା ବି ନୁହିଁ ଯେ ଅନେକ ବୀଜ ରୋପିତ ହେଉଅଛି ଏଥିରେ ଈଶ୍ୱରର ବଡ ନିପୁଣତା ପ୍ରକାଶ । ଦେଖ, କେତେ ବୀଜ ନଦନଦୀର ସ୍ରୋତରେ ଭାସି ପୁଣି କେତେ ବୀଜ ବତାସରେ ଉଡି ଯାଇ ସ୍ୱବୃକ୍ଷରୁ ଅତି ଦୂରରେ ରୋପିତ ହୁଅନ୍ତି । ପୁଣି ଗୁଣ୍ଡିଚିମୂଷା, ପକ୍ଷୀ, ଇତ୍ୟାଦି ଅନେକ ବୀଜ ଭୋଜନ କଲେହେଁ ତାହା ନଷ୍ଟ ନୋହି ପୁଣି ସେମାନଙ୍କର ବିଷ୍ଠାର ସଙ୍ଗେ ଯେ ସ୍ଥାନରେ ପଡଇ ସେହି ସ୍ଥାନେଇ ରୋପିତ ହୋଇ ବୃଦ୍ଧି ପାୟେ ପୁଣି ଛୁଚୁନ୍ଦ୍ରା, ପିମ୍ପୁଡି, କୃମୀ, ଇତ୍ୟାଦି ଯେ ଭୂମିରେ ଗାତ କରନ୍ତି ସେହି ସ୍ଥଳରେ ଯେବେ ବାୟୁ ଯୋଗରେ କୌଣସି ବୀଜ ଉଡି ପଡଇ ତେବେ ସେଠାରେଇ ରୋପିତ ହୋଇ ବୃଦ୍ଧି ପାୟେ ।