ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୫୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୬୩

ଶିଷ୍ୟ । ଭଲା ଅବଧାନ, ପକ୍ୱ ଫଳ କିପ୍ରକାରେ ଚିହ୍ନା ଯାୟେ ?

ଗୁରୁ । ଫଳର ବିଶେଷ ବର୍ଣ୍ଣ ଓ ଡେମ୍ଫର ସ୍ଥାନତା ପୁଣି ଅଳ୍ପ ସ୍ପର୍ଶରେ ବୃକ୍ଷରୁ ପତନ ଇତ୍ୟାଦି ଲକ୍ଷଣରେ ଫଳର ପକ୍ୱତା ନିର୍ଣ୍ଣୟ ହୁଅଇ । ଏବେ ଯେବେ ତାହା ଦେଖିବାକୁ ବାଞ୍ଛ କର ତେବେ ଚାଲ ଆମ୍ଭେମାନେ ବଗିଚାରେ ଯାଇ । ତହିଁରେ କେମନ୍ତ ସୁନ୍ଦର କେମନ୍ତ ଆଶ୍ଚର୍ଯ୍ୟ ନାନା ବର୍ଣ୍ଣ ପୁଣି ନୟନର କେମନ୍ତ ଆନନ୍ଦଜଙ୍କ ପୁଣି ଘ୍ରାଣର କେମନ୍ତ ତୃପ୍ତିଜନକ ପୁଷ୍ପାଦି ଅଛି ତାହା ସେ ଫୁଲ ବଗିଚାରେ ଜାଣିବ ।

ଶିଷ୍ୟ । ଭଲା ଅବଧାନ, ପୁଷ୍ପର କେଉଁ ଅବୟବ ବିବେଚନାର ଯୋଗ୍ୟ ହୁଅଇ ଏହା ଆମ୍ଭେ ପଚାରିବାକୁ ବାଞ୍ଛ କରି ।

ଗୁରୁ । ପୁଷ୍ପର ପ୍ରସବ ବନ୍ଧନ, ପତ୍ର, ପାଖୁଡା, ଗର୍ଭପାଖୁଡା, ବୀଜ, ବୀଜକୋଷ, କୋଷଧାର, ଏହି ସପ୍ତ ଅବୟବ ବିବେଚନାର ଯୋଗ୍ୟ ଅଟଇ ।

ଶିଷ୍ୟ । ପୁଷ୍ପ ମାତ୍ରର କି ପ୍ରସବ ବନ୍ଧନ ଅଛି ?

ଗୁରୁ । ସମସ୍ତ ପୁଷ୍ପର ନାହିଁ ପୁଣି ଅନେକ ପୁଷ୍ପରେ ପ୍ରସବ ବନ୍ଧନ ଥାୟେ । ବିଶେଷରେ କୌଣସି ପୁଷ୍ପରେ ବୀଜ ପାକ ପର୍ଯ୍ୱନ୍ତ ଥାୟେ । କେତେକ ପୁଷ୍ପର ଅବା ପ୍ରଫୁଲ୍ଲତାର ପୂର୍ବରେ ଖସି ପଡଇ କେତେ ପୁଷ୍ପରେ ପ୍ରସବ ବନ୍ଧନ ନୁହଇ ଯଥା, ରଜନୀ ଗନ୍ଧାଦି ।

ଶିଷ୍ୟ । ଅବଧାନ, ପୁଷ୍ପର ଦଳ କାହାକୁ ବୋଲନ୍ତି ?

ଗୁରୁ । ଯାହା ସମୁଦାୟରେ ପୁଷ୍ପ ହୁଅଇ ସେହି ପ୍ରତ୍ୟେକ ପାଖୁଡାକୁ ଦଳ ବୋଲାଯାୟେ ।

ଶିଷ୍ୟ । କେଶର କାହାକୁ ବୋଲନ୍ତି ?

ଗୁରୁ । ଦଳର ମଧ୍ୟସ୍ଥାନରେ ଚାରିଆଡେ ଯହିଁରେ ପୁଷ୍ପରେଣୁ ଥାୟେ ଏମନ୍ତ ଯେ ସୂତ୍ରର ପ୍ରାୟେ ବସ୍ତ୍ର ତାହାକୁ କେଶର ବୋଲି ।

ଶିଷ୍ୟ । ଗର୍ଭକେଶର କାହାକୁ ବୋଲି ?