ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୫୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୬୪

ଗୁରୁ । ପୁଷ୍ପର ମୂଳଠାରୁ ଯାହା କେଶରର ମଧ୍ୟଭାଗରେ ଥାୟେ ସେହି ଗର୍ଭକେଶର ଜାଣିବ ।

ଶିଷ୍ୟ । ଗର୍ଭକେଶର କି ସମସ୍ତ ପୁଷ୍ପର ମଧ୍ୟଭାଗରେ ଥାୟେ ?

ଗୁରୁ । ହାଁ, ପ୍ରାୟଇ ଥାୟେ । ତେବେ କୌଣସି ସମୟରେ କୌଣସି ପୁଷ୍ପରେ କେଶର ଥାୟେ ଓ କୌଣସି ସମୟରେ କୌଣସି ପୁଷ୍ପରେ ଅବା ଗର୍ଭକେଶର ଥାୟେ ପୁଣି ବାୟ କି କୀଟକି ପକ୍ଷୀ କି ଆଉ କାହିଁରେ ଅନ୍ୟ କେଶରରୁ ପୁଷ୍ପରେଣୁ ଉଡି ଗର୍ଭକେଶରରେ ନ ଲାଗିଲେ ସେ ପୁଷ୍ପରୁ ଫଳ ନୁହଇ ।

ଶିଷ୍ୟ । କେଶର ଓ ଗର୍ଭକେଶର ବିଷୟରେ ଆଉ କିଛି କଥା ଅଛି କି ନାହିଁ ?

ଗୁରୁ । ହାଁ, ଅଛି । କେଶରର ଦୁଇ ଭାଗ ଏକ ମୃଣାଳୀ, ଆନ ପରାଗ । ପୁଣି ଗର୍ଭକେଶରର ତିନି ଭାଗ ପ୍ରଥମ ଉପରଭାଗ ଯାହାକୁ ମଣୀ ବୋଲି, ଦ୍ୱିତୀୟ ସେ ମଣୀର ତଳେ ବୀଜକୋଶ ପର୍ଯ୍ୱନ୍ତ ଏକ ମୃଣାଳୀ, ତୃତୀୟ ବୀଜଧାର ମଞ୍ଜରୀ ଥାୟେ ।

ଶିଷ୍ୟ । ଏମାନଙ୍କରଠାରୁ କି ପ୍ରକାରେ ବୀଜ ଜନ୍ମଇ ?

ଗୁରୁ । ଯେ ସମୟରେ ପୁଷ୍ପ ଫୁଟଇ ସେ କାଳରେ କେଶର ସମସ୍ତ ଫାଟି ଯାୟେ ତହିଁରେ ଗର୍ଭକେଶରରେ ତାହାର ପରାଗ ପଡିଲେ ତହିଁରୁ ବୀଜ ଜନ୍ମଇ ।

ଶିଷ୍ୟ । ବୀଜକୋଷ ଓ କୋଷାଧାର କାହାକୁ ବୋଲଇ ?

ଗୁରୁ । ଯେ ସ୍ଥଳରେ ବୀଜ ଥାୟେ ତାହାକୁ ବୀଜକୋଷ ବୋଲି । ପୁଣି ପୁଷ୍ପର ସଙ୍ଗେ ସେ ବୀଜକୋଷ ଯହିଁରେ ଥାୟେ ତାହାକୁ କୋଷଧାର ବୋଲି ।

ଶିଷ୍ୟ । ଭଲା ଅବଧାନ, ପୁଷ୍ପର କି ଗୁଣ ଆମ୍ଭମାନଙ୍କର ବିବେଚନାର ଯୋଗ୍ୟ ଅଛି ତାହା ପଚାରିବାକୁ ଇଚ୍ଛା କରି ।

ଗୁରୁ । ସୁନ୍ଦର ବର୍ଣ୍ଣରେ, ଆକାର ବିଶେଷରେ, ସୌରଭ-