ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୬୬

ବତୁଅଛି । ସେ ସମସ୍ତ ସୂତା ନ କାଟନ୍ତି, କୌଣସି ପରିଶ୍ରମ ନ କରନ୍ତି ତଥାପି କୌଣସି ବଡ଼ ରାଜା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ତାହାର ତୁଳ୍ପ ବିଭୂଷିତ ହେବାକୁ ନ ପାରଇ ଏନିମନ୍ତେ ଏହି ଅଳ୍ପ ଦିନସ୍ଥାୟି ପୁଷ୍ପକୁ ଯେବେ ପ୍ରମେଶ୍ୱର ଏହିରୂପେ ଭୂଷଣ ଦେଇ ଅଛନ୍ତି ତେବେ ଆମ୍ଭମାନଙ୍କୁ କି ଖାଦ୍ୟ ଓ ପରିଧାନ ବସ୍ତ୍ର ନ ଦେବେ ?

ଶିଷ୍ୟ । ପୁଷ୍ପ ଓ ବୃକ୍ଷ କି ପ୍ରକାରେ ରକ୍ଷା ଓ ବରଦ୍ଧି ପାୟେ ?

ଗୁରୁ । ପ୍ରତ୍ୟେକ ବୃକ୍ଷରେ ବହୁତର ବୀଜ ଜନ୍ମଇ ତହିଁରୁ କାଳେ ସେହି ବୃକ୍ଷ ରକ୍ଷିତ ହୁଅଇ କୌଣସି ବୀଜ ଏମନ୍ତ କ୍ଷୁଦ୍ର ଅଛି ଯେ ପ୍ରାୟେ ଦେଖା ନ ଯାୟେ ।

ଶିଷ୍ୟ । ଏହି ବୀଜ ପୁଷ୍ପର କେଉଁ ସ୍ଥାନରେ ଥାୟେ ?

ଗୁରୁ । କୌଣସି ବୃକ୍ଷର ପୁଷ୍ପ ଅଗରେ ବୀଜ ଥାଯେ ପୁଣି କୌଣସି ବୃକ୍ଷର ପୁଷ୍ପ ମଧ୍ୟରେ ଓ କାହାରି ପତ୍ର ମଧ୍ୟରେ ପୁଣି କାହାରି ପତ୍ରର ତଳେ ବୀଜ ଥାୟେ । ପୁଣି କେତେକର ଗୋଟାର ମଧ୍ୟରେ ଖୋଳପାରେ ଭିନ୍ନ ହୋଇ ବୀଜ ଥାୟେ । ପୁଣି ସୂର୍ଯ୍ୟମୂଖି ଇତ୍ୟାଦିର ଯେମନ୍ତ ସେଋପ କୌଣସି ବୃକ୍ଷର ସମସ୍ତ ବୀଜ ଏକତ୍ର ହୋଇ ଥାୟେ । ପୁଣି ଏହି କ୍ଷୁଦ୍ର ବୀଜରୁ ଯେ ବଡ ବୃକ୍ଷ ଜନ୍ମଇ ଏହା କି ବଦ ଆଶ୍ଚର୍ଯ୍ୟ ନୋହେ ?

ଶିଷ୍ୟ । ହାଁ, ଆଶ୍ଚର୍ଯ୍ୟ ପ୍ରମାଣ । ଭଲା ଅବଧାନ, ବରସର ମଧ୍ୟରେ ଏକ ବୃକ୍ଷରୁ କି ଅନେକ ବୀଜ ନ ଜନ୍ମଇ ?

ଗୁରୁ । ବୃକ୍ଷ ବିଶେଷରେ ବୀଜର ବିଶେଷ ସଂଖ୍ୟା ହୁଅଇ । ଦେଖ, ଏକ ତମାଖୁ ଗଛରେ କୌଣସି ସମୟରେ ଚାଳିଶ ହଜାର ବୀଜର ସଂଖ୍ୟା କରା ଯାଇଅଛି । ପୁଣି ଏକ ନନୀ ବୃକ୍ଷରୁ ବରସର ମଧ୍ୟରେ ତିନି ଲକ୍ଷ ବୀଜ ପାଇବାକୁ ପାରି ।

ଶିଷ୍ୟ । ଏହି ବୀଜର ଏମନ୍ତ ଅସମ୍ଭବ ସଂଖ୍ୟା ହୁଅଇ କିପାଁ ?