ଗୁରୁ । ଅନେକ ବୀଜ ପକ୍ଷିଗଣରେ ରକ୍ଷିତ ହୁଅଇ । ଏନିମନ୍ତେ କିଜାଣି ସମସ୍ତ ବୀଜଇ ଯେବେ ଭକ୍ଷଣରେ ଏକ କାଳରେ ବିନାଶ ହୁଅଇ ପୁଣି ତାହା ହେବାକୁ ପାରଇ ତେବେ ଅଧିକ ସଂଖ୍ୟକ ବୀଜ ନୋହିଲେ କି ପ୍ରକାରେ ପୁନର୍ବାର ବୀଜ ପାଇବାକୁ ପାରନ୍ତି ? ଏଥିରେ ଈଶ୍ୱରର ପରାକ୍ରମ, ନିପୁଣତା, ଅନୁଗ୍ରହ ବୋଧ କରିବାକୁ ହୁଅଇ । ଦେଖ, ଏପ୍ରକାର ବୀଜଋପ ଭକ୍ଷ୍ୟ ନ ଥିଲେ ଏହି ସମସ୍ତ ପକ୍ଷିର ମଧ୍ୟରେ ପ୍ରାୟ ଅର୍ଧଭାଗଇ ନ ବଞ୍ଚନ୍ତେ । ଏହି ଯେ କଣିକା ଆକାର ଭକ୍ଷ୍ୟ ତାହା ଶୀତକାଳର ନିମନ୍ତେ ଅନାୟାସରେ ସଞ୍ଚିତ ହୁଅଇ ।
ଶିଷ୍ୟ । ଚୋପାଋ କି ପ୍ରକାରେ ବୀଜ ବାହାରଇ ?
ଗୁରୁ । ଖରା ସମୟରେ ସେ ଚୋପା ଶୁଷ୍କ ହୋଇ ଫାଟିଲା ଉତ୍ତାରେ ତହିଁରୁ ବୀଜ ବାହାର ହୋଇ ଭୂମିରେ ପଡଇ । ତହିଁରେ ଯେବେ ସେ ବୀଜ କାହାର ଦ୍ୱାରା ନିୟା ନ ଯାୟେ ତେବେ ବୃଷ୍ଟିରେ ସେ ବୀଜ ମୃତ୍ତିକା ମଧ୍ୟରେ ପୋତି ପଡଇ ।
ଶିଷ୍ୟ । ଯେଉଂ ବୀଜ ଅତି ହାଲୁକା ସେ ସବୁ କେଉଂଠାରେ ଯାୟେ ?
ଗୁରୁ । ଆମ୍ଭେମାନେ ଦେଖୁ ଥାଇ ସେ ସମସ୍ତ ବାୟୁରେ ଉପରକୁ ଉଠି ବାୟୁ ରହିତ ସମୟରେ ଆଉ ଥରେ ତଳେ ପଡଇ । ଏହି ସକାଶେ ଉଚ୍ଚ ପାଚେରିରେ ଓ କୋଠା ଉପରେହେଁ ବୃକ୍ଷ ଉତ୍ପନ୍ନ ହୁଅଇ । ତହିଁରେ ଇଟା ଓ ପଥରର ସନ୍ଧିସ୍ଥାନରେ ବୀଜ ପଡିଲେ ବୃକ୍ଷ ହୋଇ କ୍ରମଶେ ବୃଦ୍ଧି ପାୟେ । ପୁଣି ପକ୍ଷିଗଣ ଥଣ୍ଟରେ ବୀଜ ନେଇ ଯିବାର ସମୟରେ କୌଣସି ୨ ବୀଜ ପଡଇ । ତାହା ଛଡ଼ା କୌଣସି ୨ ବୀଜର ଉପରରେ ଏକ ପ୍ରକାର ତୁଳା ଥାୟେ ଏକାରଣ ତୁଳାର ଯୋଗୁଁ ବାୟୁବଳେ ସେ ବୀଜ ନାନା ସ୍ଥାନରେ ଉଡି ପଡଇ ।