ଶିଷ୍ୟ । କେତେ ଦିନ ପର୍ଯ୍ୟନ୍ତ ସେ ବୀଜ ଅଙ୍କୁର ଜନ୍ମିବା ଯୋଗ୍ୟ ଥାୟେ ?
ଗୁରୁ । ଦୁଇ ତିନି ବରସ ପର୍ଯ୍ୟନ୍ତେ ବୀଜ ସତେଜ ଥାୟେ । ଅତି ବୃଷ୍ଟି ସକାଶେ ଯେ ବରସରେ ବୀଜ ସଂଗ୍ରହ ନୁହଇ ସେହି ବରସରେ ପୁରାତନ ବୀଜ ବୁଣଇ ।
ଶିଷ୍ୟ । କେଉଂଠାରୁ ବୀଜରୁ ଅଙ୍କୁର ଜନ୍ମଇ ?
ଗୁରୁ । ଭାମ୍ପ ଓ ତାପରେ ବୀଜ ମଧ୍ୟରେ ଯେଉଂ ଅଙ୍କୁର ଅଛି ତାହାର ଜନ୍ମ ପୁଣି ରକ୍ଷାର ହେତୁ ହୁଅଇ । ସେ ଅଙ୍କୁରର ଶକ୍ତି ଆରମ୍ଭ ହେଲେ ଆପଣା ଚୋପା ଫାଟି ମଞ୍ଜି ଆପଣାର ମୂଳ ବତାୟେ ପୁଣି କିଛି ବଳ ପାଇଲେ ଅଙ୍କୁର ବାହାର କରଇ । ଏମନ୍ତ କ୍ରମେ ୨ ବଢ଼ି ସ୍ୱଭାବିକ ବୃକ୍ଷ ହୋୟେ ।
ଶିଷ୍ୟ । ଏହି କହିଲାର ପ୍ରୟୋଜନ ବିନୁ ବୀଜରୁ କି ଆଉ କୌଣସି ଉପକାର ଅଛି ?
ଗୁରୁ । ହାଁ, କେତେ ୨ ବୀଜ ମନୁଷ୍ୟ, ପଶୁ, ପକ୍ଷିଗଣର ଖାଦ୍ୟ ନୁହଇ । ପୁଣି କୌଣସି ୨ ବୀଜରୁ ଚିତ୍ରକର୍ମ, ମଖା, ଦୀପଜାଳିବାର, ଭକ୍ଷଣ, ଇତ୍ୟାଦିର ନିମନ୍ତେ ତୈଳ ଉତ୍ପନ୍ନ ହୁଅଇ । ପୁଣି କେତେକ ବୀଜରୁ ଔଷଧ ପ୍ରସ୍ତୁତ ହୁଅଇ । ଏନିମନ୍ତେ କ୍ଷୁଦ୍ର ବସ୍ତୁକୁ ତୁଚ୍ଛଜ୍ଞାନ କରିବାର ଆମ୍ଭମାନଙ୍କର ଅଣୁଚିତ ଏହା ଜ୍ଞାନ କରିବାକୁ ହୁଅଇ ଯେହେତୁ ଏଥିରେ ଆମ୍ଭମାନଙ୍କର ପରମୋପକାର ଜନ୍ମଇ ।
ଶିଷ୍ୟ । ଭଲା ଅବଧାନ, ପୃଥିବୀଜାତ ବସ୍ତୁର ମଧ୍ୟରେ କେଉଂ ବସ୍ତୁରେ ବଡ ପ୍ରୟୋଜନ ?
ଗୁରୁ । ଧାନ୍ୟ, ଗହମ, ଘାସ, ଇତ୍ୟାଦି । ପୁଣି ପରମେଶ୍ୱର