ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୬୯

ମନୁଷ୍ୟଗଣର ପୋଷଣାର୍ଥେ ଧାନ୍ୟାଦିର ଓ ପଶୁଗଣର ପୋଷଣାର୍ଥେ ଘାସ ସୃଷ୍ଟି କରିଅଛନ୍ତି ।

ଶିଷ୍ୟ । ଘାସର ମଧ୍ୟରେ ବିବେଚନାର ଯୋଗ୍ୟ କି ଅଛି ?

ଗୁରୁ । ତହିଁରେ ଏହି ବିବେଚନାର ଯୋଗ୍ୟ ଅଛି ମନୁଷ୍ୟମାନଙ୍କର ଆୟାସ ବିନୁ ପଶୁଗଣର ଭକ୍ଷ୍ୟ ଘାସ ପ୍ରସ୍ତୁତ ହେଉଅଛି । ପୁଣି ଘାସରେ ବିଚିତ୍ର ସୁଦୃଶ୍ୟ ଦୁଈଚାର ପ୍ରାୟେ ପୃଥିବୀର ମୁଖ କିମ୍ପା ଅଛି ।

ଶିଷ୍ୟ । ଭଲା ଅବଧାନ, ଘାସର ଅଭାବ ସମୟରେ କିଅବା ହିମ ଦେଶରେ ପଶୁଗଣ କି ଭୋଜନ କରନ୍ତି ?

ଗୁରୁ । କେତେକ ଛେଲା ଘାସ ଶୁଷ୍କ କରି ରଖା ଯାଏ ପୁଣି ତାହାର ଅଭାବ ସମୟରେ ସେହି ଘାସ ପଶୁଗଣ ଭୋଜନ କରନ୍ତି । କୌଣସି ବରସରେ ଦୁଇ ତିନିଥର ଘାସ କାଟି ସଞ୍ଚୟ କରନ୍ତି ଯେବେ ତାହା ନ କରନ୍ତି ତେବେ ପଡିୟାର ମଧ୍ୟରେ ଥାଇ ପଶୁଗଣର ଖାଦ୍ୟ ହୁଅଇ ।

ଶିଷ୍ୟ । ସମସ୍ତ ଘାସ କି ଏକ ପ୍ରକାର ?

ଗୁରୁ । ନା, ଏତେ ପ୍ରକାର ଘାସ ଅଛି ଯେ ମନୁଷ୍ୟ ଆଜନ୍ମ ମୃତକାଳ ପର୍ଯ୍ୟନ୍ତ ହିଁ ସମସ୍ତ ଜାଣିବାକୁ ନ ପାରନ୍ତି ।

ସିଷ୍ୟ । ଶସ୍ୟଗଣର ମଧ୍ୟରେ ପ୍ରଧାନ କି ?

ଗୁରୁ । ଧାନ, ଗହମ, ଯବ, ଇତ୍ୟାଦି ।

ଶିଷ୍ୟ । ଶସ୍ୟର ମଧ୍ୟରେ କେଉଁ ଶସ୍ୟ ଲୋକମାନେ ଅଧିକ ଭାଜନ କରନ୍ତି ?

ଗୁରୁ । ଧାନର ଚାଉଳ, ଯେଣୁ ପୃଥିବୀର ଲୋକ ତିନି ଭାଗ କଲେ ଦୁଇ ବାହଗ ତହିଁରେ ପ୍ରାଣଧାରଣ କରନ୍ତି ।

ଶିଷ୍ୟ । ଚାଉଳ କେତେ ପ୍ରକାର ଅଛି ?

ଗୁରୁ । ଉସୁନା, ଅରୁଆ ଏହି ଦୁଇ ପ୍ରକାର ହୁଅଇ । ଅର୍ଥାତ