ଧାନ ଅଗ୍ନିରେ ସିଝାଇଲେ ଯେଉଁ ଚାଉଳ ହୁଅଇ ତାହାକୁ ଉସୁନା ଚାଉଳ ବୋଲନ୍ତି । ପୁଣି କେବଳ ଖରାରେ ଶୁଷ୍କ କରି ଯେଉଁ ଚାଉଳ ହୁଅଇ ତାହାକୁ ଅରୁଆ ଚାଉଳ ବୋଲନ୍ତି । ତହିଁର ମଧ୍ୟରେ ଅନେକ ପ୍ରଭେଦ ଅଛି ।
ଶିଷ୍ୟ । ଏହି ଶସ୍ୟର ଏତେ ନାମ ହେଲା କିପାଁଇ ?
ଗୁରୁ । ଅବସ୍ଥା ବିଶେଷରେ ନାମ ବିଶେଷ ହୋଇଅଛି । ଯେବେ ତୁଷର ସଙ୍ଗେ ଥାଏ ତେବେ ତାହାକୁ ଧାନ ବୋଲନ୍ତି । ପୁଣି ନିସ୍ତୁଷ ହେଲେ ଚାଉଳ ବୋଲନ୍ତି । ତହିଁ ଉଭାରେ ଭକ୍ଷଣ ନିମନ୍ତେ ସେହି ଚାଉଳ ସିଝିଲେ ଅନ୍ନ କିଅବା ଭାତ ନାମରେ ପ୍ରସିଦ୍ଧ ହୁଅଇ ।
ଶିଷ୍ୟ । ବରସର ମଧ୍ୟରେ କେଉଁ ସମୟରେ ଧାନ ବୁଣା ଯାଏ ପୁଣି କେଉଁ ସମୟରେ ବା କଟା ଯାଏ ?
ଗୁରୁ । କେତେ ଧାନ ବୈଶାଖ ମାସରେ ବୁଣି ଥାନ୍ତି ତାହା ଭାଦ୍ରବ ମାସରେ ପ୍ରସ୍ତୁତ ହୁଅଇ । ପୁଣି କୌଣସି ଧାନ ଆଷାଢ ମାସରେ ବୁଣିଲେ ପୁଷ ମାସରେ କଟା ଯାୟେ ।
ଶିଷ୍ୟ । ଏହି ସମସ୍ତ ଧାନ କ୍ଷେତ୍ରରେ ଥାଇ କାହିଁରେ ଶୀଘ୍ର ବଡଇ ?
ଗୁରୁ । ବୃଷ୍ଟିରେ ଶୀଘ୍ର ବଢି ଉଠଇ ।
ଶିଷ୍ୟ । ଭଲା ଅବଧାନ, ଏଦେସରେ ଏହା ବିନୁ ମନୁଷ୍ୟମାନଙ୍କର ବଡ ପ୍ରୟୋଜନ ଆଉ କେଉଁ ଶସ୍ୟ ଅଛି କି ନାହିଁ ?
ଗୁରୁ । ବୁଟ, ବ୍ରୀହ, ଇତ୍ୟାଦି ରଦି ଜନ୍ମଇ । ଏଥିରେ ମନୁଷ୍ୟ ଓ ପଶୁ ଜାତିର ଖାଦ୍ୟ ହୁଅଇ । ପାଟଣା ସୀମାରେ ବୁଟ ଅତି ଉତ୍ତମ ପୁଣି ଅଧିକଇ ଜନ୍ମଇ ।
ଶିଷ୍ୟ । ଅବଧାନ, ଗହମରୁ କିସ ଉତ୍ପନ୍ନ ହୁଅଇ ?
ଗୁରୁ । ପ୍ରଥମରେ ତହିଁରୁ ମୟିଦା ହୁଅଇ ସେହି ମୟିଦାରୁ ରିଟୀ, ପୁରି, ଇତ୍ୟାଦି ଜନ୍ମଇ ।