ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୬୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


୧୭୨

ଗୁରୁ । କଠିଣ ଚୋପାରେ ଅର୍ଥାତ ସୂର୍ଯ୍ୟର ତାପରେ ଯେମନ୍ତ ପକ୍ୱ ଫଳ ଦୁଗ୍ଧ, ନଷ୍ଟ ନୁହଇ କିଅବା ବୃଷ୍ଟି କୁହୁଡ଼ିରେ ନ ପଚଇ ପୁଣି ଶସ୍ୟ କାଟିବା ସମୟରେ କୃଷକମାନେ ଘରକୁ ଆଣି ଗଦା କଲର ଯେମନ୍ତ ବାହାର ହୋଇ ମାଟିରେ ନ ପଡଇ ପୁଣି ନ ହରାୟେ ଏହିନିମନ୍ତେ କଠିଣ ଚୋପାର ଭିତରେ ସୁରକ୍ଷିତ ଅଛି ।

ଶିଷ୍ୟ । କି ପ୍ରକାରେ ଶସ୍ୟର ଫଳ ବୃଦ୍ଧି ପାୟେ ପୁଣି ପକ୍ୱ ହୁଅଇ ?

ଗୁରୁ । ବୃଷ୍ଟି ପୁଣି କୁହୁଡିରେ ପୁଷ୍ଟ ହେଲେ ସୂର୍ଯ୍ୟର ତାପରେ କ୍ରମେ ଶୁଷ୍କ ହୋଇ ସୁପକ୍ୱ ହୁଅଇ । ଯେବେ ଛିନ୍ନ ହୋଇ କିଛି ଦିନ କ୍ଷେତରେ ଛିଡା ହୋଇ ଥାୟେ ତେବେ ବିଶେଷ ପକ୍ୱ ହୁଅଇ ।

ଶିଷ୍ୟ । ଶସ୍ୟର କେତେ ଫଳ ଜନ୍ମଇ ?

ଗୁରୁ । ଅତି ବହୁତିଇ ନ ଜନ୍ମଇ ପୁଣି ଅତି ଅଳ୍ପଇ ନ ଜନ୍ମଇ । ଅର୍ଥାତ ଲୋକମାନେ ଅଳ୍ପ ମୂଲ୍ୟରେ ଅଧିକ ପାଇବାକୁ ପାରନ୍ତି ଏମନ୍ତଇ ନୋହେ ପୁଣି ଅଭାବରେ ଥରକୁଥର ଦୁର୍ଭିକ୍ଷ୍ୟ ଜନ୍ମଇ ଏମନ୍ତଇ ନୋହେ । ଯେ ସମୟରେ ଏକ ଦେଶରେ ଦୁର୍ଭିକ୍ଷ୍ୟ ହୁଅଇ ସେ କାଳରେ ଆଉ ଦେଶରୁ ଭକ୍ଷ୍ୟ ମିଳିବାକୁ ପାରଇ ଏଥିରେ ପରମେଶ୍ୱରଙ୍କ କେମନ୍ତ ଅନୁଗ୍ରହ ପ୍ରକାଶ ହୁଅଇ ।

ଶିଷ୍ୟ । ପ୍ରତ୍ୟେକ ନଡାରେ କେତେ ଫଳ ଜନ୍ମଇ ?

ଗୁରୁ । ତହିଁରେ ଏତେ ଫଳ ଜନ୍ମଇ ଯେ ତାହା ଶୁଣି କେହି ବିଶ୍ୱାସ ନ କରନ୍ତି । ଲେଖାଅଛି ଯେ ଏକ ଗହମ ବୀଜରୁ ଏକ ଶ ନଡା ଜନ୍ମିଥିଲା ପୁଣି ସେହି ସମସ୍ତ ନଡାର ଶୀଁଷାରେ ଦୁଇ ସହସ୍ର ଫଳ ଗଣା ହୋଇଥିଲା ।

ଶିଷ୍ୟ । ହାଁ, ଏହା ପ୍ରାୟେ ଅବିଶ୍ୱାସନୀୟ ପ୍ରମାଣ । ଆମ୍ଭର ବୋଧ ହୁଅଇ ଏମନ୍ତ ସର୍ବଦା ନ ଫଳଇ ।