ସୂକ୍ଷ୍ମ ବସ୍ତ୍ର ଜନ୍ମଇ । ସେ ବସ୍ତ୍ର ଅତି ପୁରୁଣା ହେଲେ ତହିଁରୁ ଉତ୍ତମ ଶୁକ୍ଳବର୍ଣ୍ଣ କାଗଜ ନିର୍ମିତ ହୁଅଇ ।
ଶିଷ୍ୟ । ଜୀର୍ଣ୍ଣ ବସ୍ତ୍ରରୁ କି କାଦଜ ନିର୍ମିତ ହୁଅଇ ?
ଗୁରୁ । ହାଁ, ଯନ୍ତ୍ରରେ ସେ କନା ପେଷଣ କରି ଜଳ ପୁଣି ଶିରିଷରେ ତାହା ଗୋଳାଇ ସମାନ ଛାଞ୍ଚରେ ଢାଳନ୍ତି । ଏହିଋପେ ଆମ୍ଭମାନଙ୍କର ବ୍ୟବହାରର ନିମନ୍ତେ ବଡ ପ୍ରୟୋଜନ ଯୋଗ୍ୟ ବସ୍ତୁ ପ୍ରସ୍ତୁତ କରଇ । ପୁଣି ସେ ନୁଗା ଯେବେ ମୋଟା ହୁଅଇ ତେବେ ତହିଁରୁ ମୋଟା କାଗଜ ଜନ୍ମଇ ।
ଶିଷ୍ୟ । ଛଣପଟରେ ପ୍ରୟୋଜନ କି ?
ଗୁରୁ । ତହିଁରୁ ମୋଟା ବସ୍ତ୍ର ବୁଣି ନୌକାର ପାଲ ପୁଣି ବଡ ଅଳିଆ ଇତ୍ୟାଦି ପ୍ରସ୍ତୁତ କରନ୍ତି । ପୁଣି ତହିଁରେ ଦଉଡି ଓ ଜାହାଜର କାଛି ହୁଅଇ । ଏନିମନ୍ତେ ଏହି ସମସ୍ତ ବିଷୟ ବିବେଚନା କଲେ ଏହି ଜଗତ ଅସଂଖ୍ୟ ଭୁମୂଲ୍ୟ ବସ୍ତୁର ଏକ ଭଣ୍ଡାରସ୍ୱଋପ ହୋଇଅଛି ଏହା ଅବଶ୍ୟ ବୋଧରେ ଆସଇ ।
ଗୁରୁ । ଆସ, ଆମ୍ଭେମାନେ ଏବେ ବସ୍ତୁ ବିବେଚନାର ଶେଷଭାଗ ଅର୍ଥାତ ପେଣ୍ଠ ବସ୍ତୁର ବିବେଚନା କରି ।
ଶିଷ୍ୟ । ଭଲା ଅବଧାନ, ପ୍ରାଣୀ, ବୃକ୍ଷାଦି ଯେମନ୍ତ ଜାତି ବରଗାଦିରେ ବିଭକ୍ତ ଅଛି ପେଣ୍ଠର ବସ୍ତୁ କି ସେଋପେ ବିଭକ୍ତ ହୁଅଇ ?
ଗୁରୁ । ହାଁ, ପେଣ୍ଠଜାତ ସମସ୍ତ ବସ୍ତୁ ପଥର, ଲବଣ, ତରଳିବାର ଦ୍ରବ୍ୟ, ଦ୍ରବ୍ୟ, ଧାତୁ, ଏହି ଚାରି ଜାତିରେ ବିଭକ୍ତ ଅଛି ପୁଣି ତାହାର ମଧ୍ୟରେ ବର୍ଗ ଗଣ ପ୍ରକାର ଅଛି ।
ଶିଷ୍ୟ । ପଥରର କେତେ ବର୍ଗ ଅଛି ?