ଗୁରୁ । ମୃତ୍ତିକାମୟ, ଲବଣମୟ ଏହି ଦୁଇ ବର୍ଗ ଅଛି ।
ଶଷ୍ୟ । ସବୁ ମୃତ୍ତିକା ପଥର କି ଏକ ପ୍ରକାର ?
ଗୁରୁ । ନା, ତାହା ଦୁଇ ପ୍ରକାର ଅଛି । ଏକର ଦେଇ କାଚ କାଟଇ ପୁଣି ଅନ୍ୟର ଦେଇ କାଚ ନ କାଟଇ ।
ଶିଷ୍ୟ । ପ୍ରଥମ ପ୍ରକାରର ମଧ୍ୟରେ ପ୍ରଧାନ ପଥର କି ?
ଗୁରୁ । ପ୍ରଧାନ ପଥର ମଣି ପୁଣି ରତ୍ନାଦି ଅର୍ଥାତ ହୀରା, ଚୁନି, ପୋଖରାଜ, ପାନ୍ନା, ମାଣିକ୍ୟ, ଯାମୁଳା, ସ୍ଫଟିକ, ଇତ୍ୟାଦି ।
ଶିଷ୍ୟ । ଏହି ସମସ୍ତର ମଧ୍ୟରେ ବହୁମୂଲ୍ୟ କି ?
ଗୁରୁ । ସେମାନଙ୍କରେ ପରିମାଣ ଜ୍ୟୋତି ଅନୁସାରେ ମୂଲ୍ୟ ଅଧିକ ହୁଅଇ ପୁଣି ହୀରା ସବୁଠାରୁ ଅଧିକ ମୂଲ୍ୟବାନ ଜାଣିବ ।
ଶିଷ୍ୟ । ହୀରାର କେତେ ମୂଲ୍ୟ ?
ଗୁରୁ । ପରିମାଣରେ ହୀରାର ମୂଲ୍ୟ ନିର୍ଣ୍ଣୟ ହୁଅଇ । ଏହିନିମନ୍ତେ କୌଣସି ହୀରାର ମୂଲ୍ୟ ଏକ ଶ ଟଙ୍କା କୌଣସି ହୀରାର ମୟଲ୍ୟ ୩୦୦ ତିନି ଶ ଟଙ୍କା କୌଣସି ହୀରାର ମୂଲ୍ୟ ଏକ ୧୦୦୦ ସହସ୍ର ଟଙ୍କା ହୁଅଇ ଇତ୍ୟାଦି ଜାଣିବ । ଏକ ସମୟ ମନ୍ଦ୍ରାଜରୁ ବିଲାତରେ ଏକ ଧନି ଲୋକର ନିକତରେ ଏକ ଲକ୍ଷ ପଇନ୍ତ୍ରିଶ ହଜାର ଟଙ୍କାରେ ଏକ ହୀରା ବିକ୍ରୀତ ହୋଇଥିଲା । ପୁଣି ଦକ୍ଷିଣ ଆମେରିକାରେ ଏକ ହୀରା ମିଳିଥିଲା ତାହାର ମୂଲ୍ୟ ପାଞ୍ଚ ନିୟୁତ ଛଲକ୍ଷ ଚୌରାଳିଶ ହଜାର ଆଠଶ ଟଙ୍କା ନିର୍ଣ୍ଣୀତ ହୋଇଥିଲା । ହୀରାର ମଧ୍ୟରେ ସ୍ଫଟିକ ପୁଣି ବରଫର ପ୍ରାୟେ ଶୁଭ୍ର ଯେ ହୀରା ସେ ସବୁଠାରୁ ବହୁମୂଲ୍ୟ ହୁଅଇ ।
ଶିଷ୍ୟ । ଏହି ସମସ୍ତ ମଣି ପୁଣି ରତ୍ନ କେଉଁ ସ୍ଥାନରେ ମିଳଇ ?
ଗୁରୁ । ଖଣି, ପର୍ବତ ବିଶେଷ, ବଦୀ ବିଶେଷରେ ବାଲି ମଧ୍ୟରେ ମିଳଇ ।
ଶିଷ୍ୟ । ଭଲା ଅବଧାନ, ଏହି ବର୍ଗର ମଧ୍ୟରେ ମଣି ରତ୍ନାଦି