ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୧୫

ଶିଷ୍ୟ । ଇନ୍ଦ୍ରିୟର ଅଧିକ ଶକ୍ତି କେଉଂ ସ୍ଥାନରେ ଥାୟେ ?

ଗୁଋ । ଯେ ସ୍ଥାନରେ ସର୍ବଦା ପ୍ରୟୋଜନ ସେହି ସ୍ଥାନରେ ଥାରେ । ଦେଖ, ଜିହ୍ୱାର ଅଗ୍ରଭାଗରେ ବିଶେଷ ଆସ୍ୱାଦନ ଶକ୍ତି ଥାୟେ ପୁଣି ଅଙ୍ଗୁଳିର ଅଗ୍ରଭାଗରେ ବିଶେଷ ସ୍ପର୍ଶ ଶକ୍ତି ଥାୟେ । ଏହିଋପେ ସମସ୍ତ ଇନ୍ଦ୍ରିୟର ବିଶେଷ ୨ ସ୍ଥାନ ଅଛି ଜାଣିବ । ଆମ୍ଭମାନଙ୍କର ରକ୍ଷାର ନିମନ୍ତେ ପରମେଶ୍ୱର ଆମ୍ଭମାନଙ୍କୁ ସମସ୍ତ ଇନ୍ଦ୍ରିୟ ଦେଇ ଅଛନ୍ତି ତହିଁରେ ଯେବେ ଏକ ଇନ୍ଦ୍ରିୟର ହାନି ହୁଅଇ ତେବେ ଆଉ ଇନ୍ଦ୍ରିୟର ଶକ୍ତି ବୃଦ୍ଧି ହୁଅଇ । ତାହାର ପ୍ରମାଣ ଦେଖ, ଅନ୍ଧ ଲୋକମାନ‌କର ଶ୍ରବଣ ପୁଣି ସ୍ପର୍ଶନ ଶକ୍ତି ଅଧିକ ଥାୟେ ।

ଶିଷ୍ୟ । ମସ୍ତକ ବିଷୟରେ ଆଉ କୌଣସି କଥା ଅଛି କି ନାହିଁ ?

ଗୁଋ । ହାଁ ଅଛି । ଦେଖ, ଜିହ୍ୱାର କେମନ୍ତ ଆଶ୍ଚର୍ଯ୍ୟ କହିବାର ଗୁଣ ତହିଁଋ ଆମ୍ଭମାନଙ୍କର ବହୁତ ସୁଖ ବୋଧ ହେଉଅଛି । ଯେଣୁ ତହିଁରେ ଆମ୍ଭେମାନେ ଖାଦ୍ୟଦ୍ରବ୍ୟ ଚର୍ବଣ କରି ଓ ଖାଇଲାର ଦ୍ରବ୍ୟ ଜୀର୍ଣ୍ଣ ନିମନ୍ତେ ମୁଖର ରସରେ ମିଶାଇ ଗଳା ବାଟରେ ଉଦରରେ ପ୍ରବେଶ କରାଉଅଛୁଁ । ଏନିମନ୍ତେ ଜିହ୍ୱା ଆମ୍ଭମାନଙ୍କର ବଡ ଉପକାର କରଇ ତାହାଇ କେବଳ ନୁହଇ ଜିହ୍ୱା ନ ଥିଲେ ବାକ୍ୟ ଓ ରାଗ ରାଗଣୀ କିଛି ନ ହୁନ୍ତା ।

ଶିଷ୍ୟ । ଦନ୍ତ ଯେ କିନିମନ୍ତେ ଜାତ ହୋଇଅଛି ତାହା ଆମ୍ଭେ ଜାଣି ଏନିମନ୍ତେ ସେ କଥା ପଚାରି ନାହୁଁ । ପୁଣି ସେ ବିଷୟରେ ଗୋଟିୟେକ କଥା ପଚାରିବାକୁ ଅଛି ଏହି ଯେ ନିତ୍ୟ ୨ ଭୋଜନ ସମୟେ ଚର୍ବଣରେ ଘୋରି ଗଲେହେଁ ଦନ୍ତର କ୍ଷୟ ନୁହଇ କିପାଁଇ ?

ଗୁଋ । ଦନ୍ତର ଉପରି ଭାଗ ଅତି କଠିଣ ଏ ସକାଶୁଁ ସେହି କଠିଣତା ଯେ ପର୍ଯ୍ୟନ୍ତ ଥାୟେ ତାବତ୍ ଦନ୍ତର ଅତିଅଳ୍ପ କ୍ଷୟ ହୁଅଇ । ପୁଣି ସେ କଠିଣତା ସମସ୍ତ ନଷ୍ଟ ହେଲେ ଦନ୍ତର ବେଦନା ଜଳଇ ପୁଣି ତ୍ୱରିତ ନାଶ ହୁଅଇ । ଆଉ ଦନ୍ତ ଯେ କେବଳ