ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୭୮

ନିର୍ମାଣ କରଇ । ପୁଣି ଗୃହାଦିର ମେଜରେ ବଳି କରନ୍ତି ପୁଣି କେତେକ ଶ୍ୱେତ ପଥର ପୋତିଗଲେ ଖଡୀର ପ୍ରାୟେ କୃଷି କର୍ମରେ ଲାଗଇ ।

ଶିଷ୍ୟ । ଦ୍ୱିତୀୟ ଜାତି ପଥର ଲବଣମୟ ଏହି କଥା ଆପଣ ପୂର୍ବେ ଖିଲେ । ଭଲା ଏହି ଜାତିର ମଧ୍ୟରେ କେତେ ବର୍ଗ ଅଛି ।

ଗୁରୁ । ମୃତ୍ତିକାମୟ ପୁଣି ଧାତୁମୟ ଲବଣର ଏହି ଦୁଇ ବର୍ଗ ଅଛି ।

ଶିଷ୍ୟ । ପ୍ରଥମ ବର୍ଗର ମଧ୍ୟରେ କେତେ ପ୍ରକାର ଲବଣ ଅଛି ?

ଫଗୁରୁ । ଟକରୀ ପୁଣି ପଙ୍ଗା ଲବଣ, ବଟ ଲବଣ, ସୋରା ଇତ୍ୟାଦି ।

ଶିଷ୍ୟ । ଫଟକରୀ କି କର୍ମରେ ଲାଗଇ ?

ଗୁରୁ । ରଙ୍ଗକରମାନ ତହିଁରେ ବସ୍ତ୍ରାଦିକୁ ପକା ରଙ୍ଗ କରନ୍ତି । ପୁଣି ଚର୍ମକରମାନେ ତହିଁରେ ଚର୍ମ ଟାଣ କରନ୍ତି । ପୁଣି ବତିକରମାନେ ତହିଁରେ ବତି ସୁଚିକ୍ୱଣ କରନ୍ତି ପୁଣି କାଗଜଗରମାନେ ତହିଁରେ କାଗଜ ବେଗେ ଅପୋଡ କରନ୍ତି ପୁଣି ଛପାକରମାନେ ତହିଁରେ କାଗଜର ଚିକ୍ୱଣତା ଦୂର କରନ୍ତି ନୋହିଲେ କାଗଜରେ ଛପାର ଜାଳି ସୁନ୍ଦର ନ ଲାଗଇ । ପୁଣି କୌଣସି ସମୟରେ ଫଟକରୀରେ ଜଳ ନିର୍ମଳ କରନ୍ତି ।

ଶିଷ୍ୟ । ଆମ୍ଭମାନଙ୍କର ବ୍ୟଞ୍ଜନ ସୁସ୍ୱାଦୁ ବିନୁ ପଙ୍ଗା ଲବଣର ଆଉ କୌଣସି ପ୍ରୟୋଜନ ଅଛି କି ନାହିଁ ?

ଗୁରୁ । ହାଁ, ତାହାବିନୁ ଆମ୍ଭମାନଙ୍କର ଭୁକ୍ତ ଦ୍ରବ୍ୟ ପରିପାକାର୍ଥରେ ତାହାର ପ୍ରୟୋଜନ ହୁଅଇ । ପୁଣି ଅଧିକ ହେଲେ ଭୁକ୍ତ ଦ୍ରବ୍ୟକୁ ଜୀର୍ଣ୍ଣ ନ କରି ବରଞ୍ଚ ତାହାକୁ କଠିଣ କରି ବହୁତ ଦିନ ପର୍ଯ୍ୟନ୍ତେ ଆପଚା ରଖଇ ।

ଶିଷ୍ୟ । ବିଟଲବଣରେ ଭେଦକ ଔଷଧ ପ୍ରସ୍ତୁତ ହୁଅଇ ତହିଁରୁ ଏହି ପ୍ରୟୋଜନ ଆମ୍ଭେ ଜାଣି ପୁଣି ସୋରାରୁ କି ପ୍ରୟୋଜନ ତାହା ଜାଣିବାକୁ ବାଞ୍ଛ କରି ।